Get Updates
Get notified of breaking news, exclusive insights, and must-see stories!

ଅମୃତପାଲ କୁ ନେଇ ବୟାନ ଜାରି କଲା ପଞ୍ଜାବ ପୋଲିସ, ଲୋକଙ୍କୁ କଲା ଏପରି ଅପିଲ୍

ଛଣ୍ଡିଗଡ଼ : ବହୁ ଦିନ ଧରି ଫେରାର ଥିବା ଅମୃତପାଲ ଶେଷରେ ପୋଲିସ ହାତରେ ଧରାପଡ଼ିଛି । ଅମୃତପାଲକୁ ଗିରଫ କରିବାରେ ସଫଳ ହୋଇଛି ପଞ୍ଜାବ ପୋଲିସ । ମୋଗା ରୁ ପୋଲିସ ତାକୁ ଗିରଫ କରିଛି । ଏ ନେଇ ପୋଲିସ୍ ସ୍ପଷ୍ଟ କରିଛି ।

ଅମୃତପାଲ ସିଂହଙ୍କ ଗିରଫଦାରୀ ସମ୍ପର୍କରେ ପଞ୍ଜାବ ପୋଲିସ ଟ୍ୱିଟ୍ କରି ସୂଚନା ଦେଇଛି । ପଞ୍ଜାବ ପୋଲିସ ଟ୍ୱିଟରେ ଲେଖିଛି, ଅମୃତପାଲ ସିଂହକୁ ପଞ୍ଜାବର ମୋଗାରୁ ଗିରଫ କରାଯାଇଛି । ଏହାର ଅଧିକ ସୂଚନା ପଞ୍ଜାବ ପୋଲିସ ଦ୍ୱାରା ସେୟାର କରାଯିବ ।

Amritpal singh

ଏହା ସହିତ ଅମୃତପାଲ ଗିରଫଦାରୀ ପରେ ପଞ୍ଜାବ ପୋଲିସ ନାଗରିକମାନଙ୍କୁ ଶାନ୍ତି ଏବଂ ସୌହାର୍ଦ୍ଦ୍ୟ ରକ୍ଷା କରିବାକୁ ନିବେଦନ କରିଛି । କୌଣସି ପ୍ରକାରର ଗଦୁଜବ ଖବର ପ୍ରଚାର ନ କରିବାକୁ ମଧ୍ୟ ଅପିଲ କରିଛି ପୋଲିସ୍ ।

ଉଲ୍ଲେଖଥାଉଖି, ମାର୍ଚ୍ଚ 18 ରୁ ଅମୃତପାଲ ଫେରାର ଥିଲା । ପଞ୍ଜାବ ପୋଲିସ ତାକୁ ଧରିବା ଅନେକ ଅପରେସନ୍ ମଧ୍ୟ କରିଥିଲା । ଏହା ପରେ ଅପ୍ରେଲ 15 ରେ ଅମୃତପାଲର ଘନିଷ୍ଠ ସହଯୋଗୀ ଯୋଗ ସିଂହଙ୍କୁ ସିରହିଣ୍ଡରୁ ଗିରଫ କରାଯାଇଥିଲା । ଏହା ବ୍ୟତୀତ ଖାଲିସ୍ତାନ ନେତା ପପାଲପ୍ରୀତ ସିଂହକୁ ମଧ୍ୟ 10 ଅପ୍ରେଲରେ ଗିରଫ କରାଯାଇଥିଲା । କିନ୍ତୁ ଅମୃତ ପାଲ ବାରମ୍ବାର ବେଶ ବଦଳାଇ ଫେରାର ହୋଇଯାଉଥିଲା ।

ଖବର ଅନୁଯାୟୀ, ଅମୃତପାଲ ସିଂହକୁ ଆସାମର ଦିବ୍ରୁଗଡକୁ ନିଆଯିବ, ଯେଉଁଠାରେ ତାର ଆଠ ଜଣ ସହଯୋଗୀ ଅଛନ୍ତି । ଅମୃତପାଲକୁ ଗିରଫ କରାଯିବାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି ଯେଉଁଥିରେ ପୋଲିସ ତାଙ୍କୁ ଏକ ଗାଡ଼ିରେ ନେଇଯାଉଥିବା ଦେଖିବାକୁ ମିଳିଛି ।

କୁହାଯାଉଛି ଯେ ଅମୃତପାଲ ସିଂହ ମୋଗାର ରୋଡେୱାଲା ଗୁରୁଦ୍ୱାରରେ ଥିଲା । ଏଠାରେ ସେ ଲୋକଙ୍କ ସହ କଥାବାର୍ତ୍ତା କରିଥିଲେ, ତା'ପରେ ପୋଲିସ ଏହା ବିଷୟରେ ଜାଣିବାରକୁ ପାଇ ଭୋର ପ୍ରାୟ 4 ଟା ବେଳେ ପୋଲିସ ତାକୁ ଗିରଫ କରିଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+