ସାସାରାମରେ ହିଂସା ପରେ ବାତିଲ ହେଲା ଅମିତ ଶାହାଙ୍କ ରାଲି, ନୀତିଶଙ୍କୁ ଦାୟୀ କଲା ବିଜେପି

ପାଟନା : ବିହାରର ସାସାରାମରେ ସାମ୍ପ୍ରଦାୟିକ ହିଂସା ପରେ ଧାରା 144 ଲାଗୁ ହୋଇଥିବାରୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ବିହାରର ରୋହତାସ ଜିଲ୍ଲାର ସାସାରାମ ଗସ୍ତ ବାତିଲ କରାଯାଇଛି । ବିଜେପି ନେତାମାନେ ଏହି ସୂଚନା ଦେଇଛନ୍ତି । 2 ଅପେରଲରେ ସାସାରାମରେ ଅମିତ ଶାହାଙ୍କ ରାଲି ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ଥିଲା ।
ବିଜେପି ରାଜ୍ୟ ସଭାପତି ସମ୍ରାଟ ଚୌଧୁରୀ କହିଛନ୍ତି ଯେ ଅପ୍ରେଲ 2 ରେ ପାଟନା ଏବଂ ନୱାଡା ଠାରେ ଅମିତ ଶାହାଙ୍କ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।
ବିହାରରେ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡି ଯାଇଥିବା ନେଇ ଗୃହମନ୍ତ୍ରୀ ଅମିତ ଶାହା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଦାୟୀ କରିଛନ୍ତି ।
ଭାରତୀୟ ଜନତା ପାର୍ଟି (ବିଜେପି) ନେତାମାନେ ସିଏମ ନୀତୀଶ କୁମାରଙ୍କୁ ଟାର୍ଗେଟ କରିଛନ୍ତି । ବିହାର ବିଧାନସଭାରେ ବିରୋଧୀ ଦଳର ନେତା ବିଜୟ ସିହ୍ନା କହିଛନ୍ତି ଯେ ଶାସକ ଦଳ ଅମିତ ଶାହାଙ୍କ ସାସାରାମ ଗସ୍ତକୁ ହଜମ କରିବାରେ ସକ୍ଷମ ନୁହଁନ୍ତି । ଯେତେବେଳେ ଅମିତ ଶାହା ବିହାର ପରିଦର୍ଶନ କରନ୍ତି, ନୀତୀଶ ସରକାରଙ୍କ ଅସ୍ଥିରତା ବଢିଯାଏ ।
ସୂଚନାଥାଉଖି, ଶୁକ୍ରବାର ଦିନ ରାମ ନବମୀ ପର୍ବ ସମୟରେ ସାମ୍ପ୍ରଦାୟିକ ଉତ୍ତେଜନା ପରେ ବିହାରର ସାସାରାମ ଏବଂ ବିହାର ଶରିଫ ସହରରେ ଧାରା 144 ଲାଗୁ କରାଯାଇଛି । ପୋଲିସ ମଧ୍ୟ ଏହି ଘଟଣାର ତଦନ୍ତ କରୁଛି ।












Click it and Unblock the Notifications