LAC ରେ ଶକ୍ତି ପ୍ରଦର୍ଶନ କରିବ ଭାରତ, ଯୁଦ୍ଧଭ୍ୟାସ କରିବ ବାୟୁସେନା
ଭାରତୀୟ ବାୟୁସେନା ଫେବୃଆରୀ 2023 ଆରମ୍ଭରେ ଅରୁଣାଚଳ ପ୍ରଦେଶ, ଆସାମ ଏବଂ ଅନ୍ୟାନ୍ୟ ଉତ୍ତର-ପୂର୍ବ ରାଜ୍ୟରେ ଯୁଦ୍ଧ ବିମାନ, ହେଲିକପ୍ଟର ଏବଂ ଅନ୍ୟାନ୍ୟ ବିମାନ ଏବଂ ଡ୍ରୋନ୍ ସହିତ ଏକ ଯୁଦ୍ଧ ଅଭ୍ୟାସ କରିବ ।

ନୂଆଦିଲ୍ଲୀ: ଭାରତ-ଚୀନ୍ ମଧ୍ୟରେ ତିକ୍ତତା ଲାଗି ରହିଛି । ଗତ 32 ମାସ ଧରି ଲଦାଖର LAC ରେ ଦୁଇ ଦେଶ ମୁହାଁମୁହିଁ ହେଉଛନ୍ତି । ଅନେକ ସ୍ତରର ଆଲୋଚନା ପରେ ମଧ୍ୟ ଚୀନ୍ ସୀମାରେ ଅଶାନ୍ତି ସୃଷ୍ଟି କରିବାରୁ ନିବୃତ୍ତ ହେଉନାହିଁ ।
ଏହି ସବୁ ତିକ୍ତତା ମଧ୍ୟରେ ଭାରତୀୟ ବାୟୁସେନା (IAF) ଆସନ୍ତା ମାସ ଆରମ୍ଭରେ ଅରୁଣାଚଳ ପ୍ରଦେଶ, ଆସାମ ଏବଂ ଅନ୍ୟାନ୍ୟ ଉତ୍ତର-ପୂର୍ବ ରାଜ୍ୟରେ ନିଜ ଶକ୍ତ ପ୍ରଦର୍ଶନ କରିବ । ଭାରତୀୟ ବାୟୁସେନା ଫେବୃଆରୀ 2023 ଆରମ୍ଭରେ ଅରୁଣାଚଳ ପ୍ରଦେଶ, ଆସାମ ଏବଂ ଅନ୍ୟାନ୍ୟ ଉତ୍ତର-ପୂର୍ବ ରାଜ୍ୟରେ ଯୁଦ୍ଧ ବିମାନ, ହେଲିକପ୍ଟର ଏବଂ ଅନ୍ୟାନ୍ୟ ବିମାନ ଏବଂ ଡ୍ରୋନ୍ ସହିତ ଏକ ଯୁଦ୍ଧ ଅଭ୍ୟାସ କରିବ । ଏଥିରେ ଫ୍ରଣ୍ଟଲାଇନ ଯୁଦ୍ଧବିମାନ, ହେଲିକପ୍ଟର, ଯୁଦ୍ଧ ବିମାନ ଏବଂ ଡ୍ରୋନ ଆଦି ସାମିଲ ହେବ ।
ରିପୋର୍ଟ ଅନୁଯାୟୀ ଏହା ଏକ କମାଣ୍ଡ ଲେଭଲ୍ ଯୁଦ୍ଧଭ୍ୟାସ ହେବ । ଏଥିରେ ଯୁଦ୍ଧ ପାଇଁ ମୁଖ୍ୟାଳୟ ଶିଲୋଙ୍ଗରେ ଅବସ୍ଥିତ ଇଷ୍ଟର୍ଣ୍ଣ ଏୟାର କମାଣ୍ଡର ପ୍ରସ୍ତୁତିର ପରୀକ୍ଷଣ ହେବ । ବାୟୁସେନାର ଏହି ଯୁଦ୍ଧ ଅଭ୍ୟାସ ଫେବୃଆରୀ 1 ରୁ ଫେବୃଆରୀ 5 ମଧ୍ୟରେ ହେବ । ପୂର୍ବ କ୍ଷେତ୍ରର ସମସ୍ତ ଯୁଦ୍ଧ ବିମାନ ସମେତ ରାଫେଲ ଏବଂ ସୁଖୋଇ -330 ଏମକେ ଯୁଦ୍ଧ ବିମାନ ସାମିଲ ହେବେ ।
ଏହାପୂର୍ବରୁ, 9 ଡିସେମ୍ବର 2022 ରେ, ଅରୁଣାଚଳ ପ୍ରଦେଶର ତାୱାଙ୍ଗ ସେକ୍ଟରର ୟାଙ୍ଗସେ ଠାରେ ଭାରତୀୟ ଏବଂ ଚୀନ୍ ସୈନ୍ୟ ମଧ୍ୟରେ ସଂଘର୍ଷ ପରେ ଭାରତୀୟ ବାୟୁସେନା ଉତ୍ତର-ପୂର୍ବରେ ଦୁଇ ଦିନିଆ ଯୁଦ୍ଧ ଅଭ୍ୟାସ କରିଥିଲା ।












Click it and Unblock the Notifications