ଚେନ୍ନାଇର ଫାର୍ମାସ୍ୟୁଟିକାଲ୍ କମ୍ପାନୀର 'ଆଖି ଡ୍ରପ୍'ରୁ ଦୃଷ୍ଟି ଶକ୍ତି ହରାଇଲେ ଆମେରିକୀୟ
ଚେନ୍ନାଇସ୍ଥିତ ଫାର୍ମାସ୍ୟୁଟିକାଲ୍ କମ୍ପାନୀର 'ଆଖି ଡ୍ରପ୍' ବ୍ୟବହାର କରି ଜଣେ ଆମେରିକୀୟଙ୍କ ମୃତ୍ୟୁ ହେବା ସହ ଅନ୍ୟ ଜଣେ ଦୃଷ୍ଚିଶକ୍ତି ହରାଇଛନ୍ତି । ଏହା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଡ୍ରଗ୍ କଣ୍ଟ୍ରୋଲର ।

ଚେନ୍ନାଇ : ଚେନ୍ନାଇସ୍ଥିତ ଫାର୍ମାସ୍ୟୁଟିକାଲ୍ କମ୍ପାନୀର 'ଆଖି ଡ୍ରପ୍' ବ୍ୟବହାର କରି ଜଣେ ଆମେରିକୀୟଙ୍କ ମୃତ୍ୟୁ ହେବା ସହ ଅନ୍ୟ ଜଣେ ଦୃଷ୍ଚିଶକ୍ତି ହରାଇଛନ୍ତି । ଏହା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଡ୍ରଗ୍ କଣ୍ଟ୍ରୋଲର । ଶୁକ୍ରବାର ବିଳମ୍ବିତ ରାତ୍ରରେ ଭାରତୀୟ ସରକାରୀ କର୍ତ୍ତୃପକ୍ଷ ଉକ୍ତ ଔଷଧ କମ୍ପାନୀ ଉପରେ ଚଢାଉ କରିଛନ୍ତି ।
ଚେନ୍ନାଇ ସ୍ଥିତ ଗ୍ଲୋବାଲ୍ ଫାର୍ମା ହେଲଥ କେୟାର ଉପରେ ଚଢାଉ ହୋଇଛି । ଅଭିଯୋଗ ହୋଇଛି ଯେ 'ଆଖି ଡ୍ରପ୍' ବ୍ୟବହାର କରି ଆମେରିକାର ଲୋକମାନେ ଦୃଷ୍ଟି ଶକ୍ତି ହରାଇଛନ୍ତି ।
କିଛି ଦିନ ହେବ ବିଦେଶରେ ଭାରତୀୟ ଔଷଧକୁ ନେଇ ଏପରି ଘଟଣା ସାମ୍ନାକୁ ଆସୁଛି । ଏଭଳି ପରିସ୍ଥିତିରେ ବର୍ତ୍ତମାନ ଚେନ୍ନାଇର ଗ୍ଲୋବାଲ ଫାର୍ମା ହେଲଥ କେୟାର ଫାର୍ମାସ୍ୟୁଟିକାଲ କମ୍ପାନୀ ବିରୋଧରେ ଅଭିଯୋଗ ହୋଇଛି ଯେ ଜଣେ ବ୍ୟକ୍ତି ଏହି ଆଖି ଡ୍ରପ ଯୋଗୁଁ ଆମେରିକାରେ ପ୍ରାଣ ହରାଇଥିବାବେଳେ ଅନେକ ଲୋକଙ୍କ ଦୃଷ୍ଟି ଶକ୍ତି ହରାଇଛନ୍ତି ।
ଆମେରିକାର ଖାଦ୍ୟ ଏବଂ ଔଷଧ ପ୍ରଶାସନ ଦାବି କରିଛି ଯେ ଭାରତୀୟ ଔଷଧରେ 55 ଟି ପ୍ରତିକୂଳ ଘଟଣାର ରିପୋର୍ଟ ହୋଇଛି । ଆଖି ସଂକ୍ରମଣ, ଦୃଷ୍ଟି ଶକ୍ତି ନଷ୍ଟ ହେବା, ଏବଂ ରକ୍ତ ପ୍ରବାହରେ ଗୋଟିଏ ମୃତ୍ୟୁ ହୋଇଛି । USFDA ଏକ ବିବୃତ୍ତିରେ କହିଛି ଯେ ଚେନ୍ନାଇ ସ୍ଥିତ କମ୍ପାନୀ ସମ୍ଭାବ୍ୟ ପ୍ରଦୂଷଣ ହେତୁ ଆର୍ଟିଫିସିଆଲ୍ ଲୁହର ଲୁବ୍ରିକାଣ୍ଟ ଆଖି ବୁନ୍ଦା ଫେରାଇ ନେଇଛି ।
ଗଣମାଧ୍ୟମକୁ ତାମିଲନାଡୁ ଡ୍ରଗ୍ କଣ୍ଟ୍ରୋଲର୍ ଡାକ୍ତର ପି. ଭି. ବିଜୟଲକ୍ଷ୍ମୀ କହିଛନ୍ତି, ଆମେରିକାକୁ ପଠାଯାଇଥିବା ବ୍ୟାଚ୍ରୁ ଆମେ ନମୁନା ସଂଗ୍ରହ କରିବା ସହିତ ଏହି ଔଷଧ ପ୍ରସ୍ତୁତିରେ ବ୍ୟବହୃତ କଞ୍ଚାମାଲ୍ର ନମୁନା ବି ସଂଗ୍ରହ କରିଛୁ । ଆମେରିକାରୁ ଫେରିଆସିଥିବା ଅବ୍ୟବହୃତ ଔଷଧର ନମୁନା ସଂଗ୍ରହ ପାଇଁ ଅପେକ୍ଷା କରିଛୁ ।
ଔଷଧ ଉତ୍ପାଦନ ଓ ରପ୍ତାନି କରିବାକୁ କାରଖାନାର ବୈଧ୍ୟ ଲାଇସେନ୍ସ୍ ଅଛି ବୋଲି ସୁନିଶ୍ଚିତ କରି ଡାକ୍ତର ବିଜୟଲକ୍ଷ୍ମୀ କହିଛନ୍ତି ଯେ, ଆମେରିକାରୁ ଫେରୁଥିବା ଅବ୍ୟବହୃତ ଔଷଧର ନମୁନା ପରୀକ୍ଷା ରିପୋର୍ଟ ମିଳିବା ପରେ ଯାଇ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହେବ । ସେମାନେ (ଆମେରିକୀୟ) କେବଳ ଡାକ୍ତରଖାନାରେ ଖୋଲାଯାଇ ବ୍ୟବହାର କରାଯାଇଥିବା ଆଖି ଡ୍ରପ୍ର ନମୁନା ପରୀକ୍ଷା କରିଛନ୍ତି ।
-
ରବିବାର ମହାମୁକାବିଲା; ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନରେ ହେବ ବଡ଼ ପରିବର୍ତ୍ତନ! -
ଆଜିଠୁ୯ ଯାଏଁ ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା, ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି -
ସରକାରଙ୍କ ବଡ଼ ନିଷ୍ପତ୍ତି, ତୃତୀୟ ସନ୍ତାନ ଜନ୍ମ କଲେ ମିଳିବ ୨୫ ହଜାର -
ଓଜନ ହ୍ରାସ ପାଇଁ କେଉଁ ପନିପରିବା ଖାଇବା ଉଚିତ ? -
ଉପ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା;କାଲି ମିଳିବ ସୁଭଦ୍ରା ଚତୁର୍ଥ କିସ୍ତି ଟଙ୍କା -
ଇରାନର ଯୁଦ୍ଧ ଜାହାଜକୁ ଆଶ୍ରୟ ଦେଲା ଭାରତ -
ନେପାଲରେ ବାଲେନ ଶାହ ସରକାର ! -
ଖେମିନିଙ୍କ ସୋସିଆଲ ମିଡିଆ ଆକାଉଣ୍ଟରୁ ଇସ୍ରାଏଲକୁ ଧମକ, ଇସ୍ରାଏଲୀକୁ ସିଧାସଳଖ ଚେତାବନୀ -
ପୁଣି ବଦଳିଲା ସୁନା-ରୁପା ଦର : ଆଜି ଏତିକି.... -
ଜଳସଂପଦ ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍, ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ଚଢ଼ାଉ -
ପଡୋଶୀ ଦେଶଗୁଡିକୁ କ୍ଷମା ମାଗିଲେ ଇରାନ ରାଷ୍ଟ୍ରପତି, ଜାଣନ୍ତୁ ଯୁଦ୍ଧ ଭିତରେ ଏମିତି କାହିଁକି କଲା ..... -
ରବିବାର ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲ ଫାଇଟ୍; ଅପରାହ୍ଣ ୫.୩୦ରେ ଆରମ୍ଭ ହେବ ଉଦଯାପନୀ ଉତ୍ସବ












Click it and Unblock the Notifications