କୃଷକ ଆନ୍ଦୋଳନକୁ ପୁଣି ବିଦେଶରୁ ମିଳିଲା ସମର୍ଥନ, ଆମେରିକାର ପ୍ରସିଦ୍ଧ ବ୍ୟବସାୟୀ ଗୁରିନ୍ଦର ସିଂ ଖାଲସା ଜଣାଇଲେ ସମର୍ଥନ
ପ୍ରସିଦ୍ଧ ପରିବଶ କାର୍ଯ୍ୟକର୍ତ୍ତା ଗ୍ରେଟା ଥନବର୍ଗ, ପପ୍ ଷ୍ଟାର୍ ରିହାନାଙ୍କ ପରେ ଏବେ ଆମରିକାର ଭାରତୀୟ ବଂଶୋଦ୍ଭବ ପ୍ରସିଦ୍ଧ ବ୍ୟବସାୟୀ ଗୁରିନ୍ଦର ସିଂ ଖାଲସା ସମର୍ଥନ ଜଣାଇଛନ୍ତି ।
ନୂଆଦିଲ୍ଲୀ : ନଭେମ୍ବର 2020 ରୁ ଆରମ୍ଭ ହୋଇଥିବା କଷକ ଆନ୍ଦୋଳନ 100 ଦିନ ବିତିଗଲାଣି । ଏଥିମଧ୍ୟରେ ସରକାର ଓ କୃଷକ ସଙ୍ଗଠନ ମଧ୍ୟରେ ବାରମ୍ବାର ଆଲୋଚନା ହୋଇଥିଲେ ମଧ୍ୟ କୌଣସି ନିଷ୍କର୍ସ ବାହାରି ପାରିନାହିଁ । ଗୋଟିଏ ପଟେ କୃଷକମାନେ ତିନୋଟି କୃଷକ ଆଇନକୁ ରଦ୍ଦ କରିବା ସହ ଏମଏସପି ଉପରେ ଆଇନ ଆଣିବା ନେଇ ଦାବିରେ ଅଟଳ ଅଛନ୍ତି । ଅପରପକ୍ଷରେ ଆଇନକୁ ପ୍ରତ୍ୟାହାର ନକରି ଏଥିରେ ସଂଶୋଧନ କରିବା ନେଇ ପ୍ରସ୍ତାବ ରଖିଛନ୍ତି କେନ୍ଦ୍ର ସରକାର ।

ଏହି ସମୟ ମଧ୍ୟରେ ଖବର ଆସିଛି କୃଷକଙ୍କ ଆନ୍ଦୋଳନକୁ ପୁଣି ବିଦେଶରୁ ମିଳିଛି ସମର୍ଥନ । ଆମେରିକାର ପ୍ରସିଦ୍ଧ ବ୍ୟବସାୟୀ ଗୁରିନ୍ଦର ସିଂ ଖାଲସା ସୋମବାର ସିଙ୍ଗୁ ସୀମାରେ ଆନ୍ଦୋଳନକାରୀ କୃଷକଙ୍କ ନିକଟରେ ପହଞ୍ଚିବା ସହ ସେମାନଙ୍କୁ ସମର୍ଥନ ଜଣାଇଛନ୍ତି । ଏଥିସହ ମଙ୍ଗଳବାର ସେ ପ୍ରଦର୍ଶନ ସ୍ଥଳୀରେ ଉପସ୍ଥିତ ରବିବା ସହ କୃଷି କାନୁନକୁ ପ୍ରତ୍ୟାହାର କରିବା ନେଇ ଦାବି କରିଛନ୍ତି ।
ସୂଚନାଯୋଗ୍ୟ, ଗତ ବର୍ଷ କେନ୍ଦ୍ର ସରକାର ଲାଗୁ କରିଥିବା ତିନୋଟି କୃଷି ଆଇନକୁ ବିରୋଧ କରି ପଞ୍ଜାବ, ହରିୟାଣା ଏବଂ ଉତ୍ତରପ୍ରଦେଶ ବ୍ୟତୀତ ଅନ୍ୟ କେତେକ ରାଜ୍ୟର କୃଷକମାନେ ଦିଲ୍ଲୀର ବିଭିନ୍ନ ସୀମାରେ ଆନ୍ଦୋଳନ କରିଆସୁଛନ୍ତି । ଏହି ଆନ୍ଦୋଳନକୁ କେତେକ ରାଜନୈତିକ ଦଳ, ଭାରତର ବିଶିଷ୍ଚ ବ୍ୟକ୍ତିଙ୍କ ବ୍ୟତୀତ ବିଦେଶୀ ସେଲିବ୍ରିଟିଙ୍କ ମଧ୍ୟ ସମର୍ଥନ ମିଳିଛି । ପ୍ରସିଦ୍ଧ ପରିବଶ କାର୍ଯ୍ୟକର୍ତ୍ତା ଗ୍ରେଟା ଥନବର୍ଗ, ପପ୍ ଷ୍ଟାର୍ ରିହାନାଙ୍କ ପରେ ଏବେ ଆମରିକାର ଭାରତୀୟ ବଂଶୋଦ୍ଭବ ପ୍ରସିଦ୍ଧ ବ୍ୟବସାୟୀ ଗୁରିନ୍ଦର ସିଂ ଖାଲସା ସମର୍ଥନ ଜଣାଇଛନ୍ତି ।
ହୋଲି ଅବସରରେ ଗୁରିନ୍ଦର ସିଂ ଖାଲସା ସିଙ୍ଗୁ ସୀମାରେ ପହଞ୍ଚିବା ସହ 30 ମାର୍ଚ୍ଚରେ ମଧ୍ୟ କୃଷକଙ୍କ ଆନ୍ଦୋଳନରେ ସାମିଲ ହୋଇଥିଲେ । ଆମେ ଆପଣଙ୍କୁ କହିରଖୁଛୁ, ଇଣ୍ଡିଆନପୋଲିସ ନିବାସୀ ଗୁରିନ୍ଦର ଆମେରିକାର ଜଣେ ପ୍ରସିଦ୍ଧ ଉଦ୍ୟୋଗପତି । ସେ ରୋଜା ପାର୍କ୍ସ ଟ୍ରାବଲାଇଜର ସମ୍ମାନରେ ସମ୍ମାନିତ ହୋଇଛନ୍ତି । ସୋମବାର ସେ କୃଷି ନିୟମ ପ୍ରତ୍ୟାହାର ଦାବି କରି କୃଷକଙ୍କ ଆନ୍ଦୋଳନକୁ ସମର୍ଥନ କରି ଆନ୍ଦୋଳନକାରୀଙ୍କୁ ଉତ୍ସାହିତ କରିଛନ୍ତି ।
-
ପ୍ରକାଶ ପାଇଲା ଟି-୨୦ ରାଙ୍କିଙ୍ଗ୍ : ବିଶ୍ୱର ନମ୍ବର ୧ ବ୍ୟାଟ୍ସମ୍ୟା କିଏ ଜାଣନ୍ତୁ… -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଯୁଦ୍ଧ ଭିତରେ ଇରାନ ସହ କଥା ହେଲା ଭାରତ, ଜାଣନ୍ତୁ କଣ ହେଲା ଆଲୋଚନା -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ହରିଶ ରାଣାଙ୍କୁ ମିଳିଲା ଇଚ୍ଛାମୃତ୍ୟୁ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ଆମେରିକା, ଇସ୍ରାଏଲ-ଇରାନ ଯୁଦ୍ଧ ସମୟରେ ଭାରତ ଯେଉଁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନ ଲାଗୁ କରିଛି ଜାଣନ୍ତୁ ତାହା କ’ଣ? -
ଇରାନ ପାଇଁ ଆମେରିକା ଋଷ ମୁହାଁମୁହିଁ , ଋଷକୁ ବଡ ଚେତାବନୀ ଦେଲେ ଆମେରିକା -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ












Click it and Unblock the Notifications