ଆମ୍ବୁଲାନ୍ସ ଏବଂ କ୍ୟାଣ୍ଟର ମଧ୍ୟରେ ଧକ୍କା, ପ୍ରାଣ ହରାଇଲେ 7 ଜଣ
ଆମ୍ବୁଲାନ୍ସ ଡିଭାଇଡର୍ ପାର ହୋଇ ଅନ୍ୟ ପାର୍ଶ୍ୱରେ ଯାଉଥିବା କ୍ୟାଣ୍ଟର ସହିତ ଧକ୍କା ହୋଇଥିଲା । ଏହି ଧକ୍କା ଏତେ ଭୟଙ୍କର ଥିଲା ଯେ ଆମ୍ବୁଲାନ୍ସରେ ଥିବା 7 ଜଣ ଲୋକ ଘଟଣାସ୍ଥଳରେ ପ୍ରାଣ ହରାଇଛନ୍ତି ।
ବରେଲି : ଉତ୍ତର ପ୍ରଦେଶର ବରେଲି ଜିଲ୍ଲାରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ଏଠାରେ ଥିବା ରାମମୂର୍ତ୍ତି ହସ୍ପିଟାଲରୁ ଦିଲ୍ଲୀ ଯାଉଥିବା ଏକ ଆମ୍ବୁଲାନ୍ସ ମଙ୍ଗଳବାର ସକାଳେ ଡିଭାଇଡର ଉପରକୁ ଚଢି କ୍ୟାଣ୍ଟର ସହିତ ମୁହାଁମୁହିଁ ଧକ୍କା ହୋଇଥିଲା । ଏହି ଧକ୍କା ଏତେ ଭୟଙ୍କର ଥିଲା ଯେ ଆମ୍ବୁଲାନ୍ସରେ ଥିବା 7 ଜଣ ଲୋକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ଏହି ଦୁର୍ଘଟଣାର ସୂଚନା ପାଇବା ପରେ ପୋଲିସ ପହଞ୍ଚି ସମସ୍ତ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଛି ।

ବରେଲିର ଫତେହଗଞ୍ଜ ପୋଲିସ ଷ୍ଟେସନ ଅଞ୍ଚଳର NH ର ସାଙ୍କା ବ୍ରିଜରେ ଏହି ଦୁର୍ଘଟଣା ଘଟିଛି । ମିଳିଥିବା ଖବର ଅନୁଯାୟୀ ଆମ୍ବୁଲାନ୍ସ ରାମମୂର୍ତ୍ତି ହସ୍ପିଟାଲରୁ ଦିଲ୍ଲୀ ଯାଉଥିଲା । ଏହି ସମୟରେ ଆମ୍ବୁଲାନ୍ସର ଡ୍ରାଇଭର ଶୋଇପଡିଥିଲେ । ଫଳରେ ଆମ୍ବୁଲାନ୍ସ ଡିଭାଇଡର୍ ପାର ହୋଇ ଅନ୍ୟ ପାର୍ଶ୍ୱରେ ଯାଉଥିବା କ୍ୟାଣ୍ଟର ସହିତ ଧକ୍କା ହୋଇଥିଲା । ଏହି ଧକ୍କା ଏତେ ଭୟଙ୍କର ଥିଲା ଯେ ଆମ୍ବୁଲାନ୍ସରେ ଥିବା 7 ଜଣ ଲୋକ ଘଟଣାସ୍ଥଳରେ ପ୍ରାଣ ହରାଇଛନ୍ତି ।
ମୃତକଙ୍କ ମଧ୍ୟରେ ଆମ୍ବୁଲାନ୍ସ ଡ୍ରାଇଭର ମଧ୍ୟ ଥିବା କୁହାଯାଉଛି । ସୂଚନା ପାଇବା ପରେ ପୋଲିସ ଏବଂ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ । ମୃତ ଲୋକଙ୍କୁ ଚିହ୍ନଟ କରିବା ପାଇଁ ପ୍ରୟାସ ଜାରି ରହିଛି । ମୃତକଙ୍କ ମଧ୍ୟରେ 3 ଜଣ ମହିଳା ଏବଂ 4 ଜଣ ପୁରୁଷ ଅଛନ୍ତି । ଏଥି ସହ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଦୁର୍ଘଟଣାକୁ ନେଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ପ୍ରାଣ ହରାଇଥିବା ଲୋକଙ୍କ ଶାନ୍ତି ପାଇଁ ପ୍ରାର୍ଥନା କରି ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି ।












Click it and Unblock the Notifications