ଦୁଇ ଦିନ ପର୍ଯ୍ୟନ୍ତ ମିଳି ନଥିଲା ଖାଦ୍ୟ, ଛୁଆଁ - ଅଛୁଆଁ ଭେଦଭାବ ମଧ୍ୟରେ ଭାରତ ରତ୍ନ ପାଇଥିଲେ ବାବା ସାହେବ ଆମ୍ବେଦକର
ସ୍ୱାଧୀନ ଭାରତରେ ଏପରି ଅନେକ ଘଟଣା ଘଟିଛି, ଯାହା ମଧ୍ୟରେ ଦେଶ ସ୍ୱାଧୀନତାର 75 ବର୍ଷ ପୂରଣ କରିସାରିଛି । ଏପରି ଅନେକ ବ୍ୟକ୍ତିତ୍ୱ ମଧ୍ୟ ଅଛନ୍ତି, ଯେଉଁମାନଙ୍କର ଅତୁଳନୀୟ ଅବଦାନ ତାଙ୍କୁ ଦେଶ ନିର୍ମାଣର ବିନ୍ଧାଣୀ ଭାବେ ଆଜି ବି ସ୍ମରଣ କରୁଛି । ଦେଶ ଗଢିବାରେ ନିଜର ସାରା ଜୀବନ ଅତିବାହିତ କରିଦେଇଥିବା ବ୍ୟକ୍ତିଙ୍କ ମଧ୍ୟରେ ଅଛନ୍ତି ଭୀମରାଓ ବାବା ସାହେବ ଆମ୍ବେଦକର ।
ଇତିହାସରେ ଭାରତରେ ଏପରି ଅନେକ ଘଟଣା ଘଟିଛି, ଯାହାକି ଲଜ୍ଜାଜନକ ବୋଲି କହିଲେ ମଧ୍ୟ ଅତ୍ୟୁକ୍ତି ହେବ ନାହିଁ । ବାବା ସାହେବଙ୍କ ମୃତ୍ୟୁର ଦଶନ୍ଧି ପରେ ମଧ୍ୟ ଏସବୁ ଆଜି ସ୍ମରଣ କରାଯାଉଛି, କାରଣ ଏହି ସବୁ ଘୃଣ୍ୟ କାହାଣୀକୁ ଅଙ୍ଗେ ନିଭେଇଥିବା ବ୍ୟକ୍ତି ହେଉଛନ୍ତି ବାବା ସାହେବ ।

ମାନବିକତା ବିଷୟରେ କଥାବାର୍ତ୍ତା କରୁଥିବା ଲୋକ ସାଧାରଣତଃ ମାନବ ଅଧିକାର ବିଷୟରେ ଆଲୋଚନା କରନ୍ତି । କିନ୍ତୁ ଏମିତି ଏକ ବାସ୍ତବତା ମଧ୍ୟ ଥିଲା, ଦେଶରେ ଅନେକ ଲୋକଙ୍କୁ ଖାଦ୍ୟ ଯୋଗାଇବାରେ ମଧ୍ୟ ଜାତି ପ୍ରାଧାନ୍ୟ ବିସ୍ତାର କରିଥିଲା । ଆମ୍ବେଦକରଙ୍କୁ ଏପରି ସମୟ ଦେଖିବାକୁ ପଡ଼ିଥିଲା, ଯାହାକି ତାଙ୍କୁ ଦୁଇ ଦିନ ପର୍ଯ୍ୟନ୍ତ ଭୋକରେ ରଖିଥିଲା ।
ଛୁଆଁ-ଅଛୁଆଁ ର ପ୍ରଭାବ କେତେ ଥିଲା, ତାହା ଏହି କଥାରୁ ଅନୁବବ କରିହେବ । ମହାଡ ରାସ୍ତା ନିକଟରେ ପ୍ରବାହିତ ନଦୀରେ ବନ୍ୟା ଆସିଥାଏ । ବନ୍ୟା ଯୋଗୁଁ ଦୁଇ କୂଳର ଲୋକଙ୍କ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା । ଦୁଇ ଦିନ ଧରି ବନ୍ୟା ଜଳ କମି ନଥିଲା ଏବଂ ଅଛୁଆଁ ବୋଲି ଭୀମରାଓଙ୍କୁ ଦୁଇ ଦିନ ଭୋକରେ ରହିବାକୁ ପଡିଥିଲା ।
ଅଛୁଆଁ ବିବେଚିତ ଲୋକଙ୍କ ବସ୍ତିରେ ରହୁଥିବାରୁ ସାମାଜିକ ବାସନ୍ଦ ଭୟରେ ଭୀମରାଓଙ୍କୁ କେହି ଖାଦ୍ୟ ଦେବା ଉଚିତ୍ ବୋଲି ଭାବି ନଥିଲେ । ସେହି ସମୟରେ ଅସ୍ପୃଶ୍ୟ କୁହାଯାଉଥିବା ଲୋକଙ୍କୁ କେହି ଖାଦ୍ୟ ଦେବାକୁ ମଧ୍ୟ ପ୍ରସ୍ତୁତ ନଥିଲେ ।
ଏ ବିଷୟରେ 1990 ରେ ଡକ୍ଟର ସବିତାଙ୍କ ଆତ୍ମଜୀବନୀ ମରାଠୀ ଭାଷାରେ ପ୍ରକାଶିତ ହୋଇଥିଲା । ପ୍ରାୟ 50 ବର୍ଷ ଧରି ଇଂରାଜୀ ଶିକ୍ଷା ଦେଉଥିବା ନାଦିମ ଖାନ ଏହି ପୁସ୍ତକ ବିଷୟରେ ଜାଣିବା ପରେ ସେ ଏହାକୁ ଇଂରାଜୀରେ ଅନୁବାଦ କରିବାକୁ ନିଷ୍ପତ୍ତି ନେଇଥିଲେ ।












Click it and Unblock the Notifications