For Quick Alerts
Turn On Notification  
For Daily Alerts
Oneindia App Download

ଖରାପ ପାଗ ଏବଂ ଭୂସ୍ଖଳନ ହେତୁ ଅମରନାଥ ଯାତ୍ରା ଉପରେ ଅସ୍ଥାୟୀ ରୋକ୍

ଖରାପ ପାଗ ଏବଂ ଭୂସ୍ଖଳନ ହେବାର ସମ୍ଭାବନା ଥିବାରୁ ପ୍ରଶାସନ ମଙ୍ଗଳବାର ସକାଳେ ପହଲଗାମ ମାର୍ଗରୁ ଏହି ଯାତ୍ରାକୁ ଅସ୍ଥାୟୀ ଭାବେ ସ୍ଥଗିତ ରଖିଛି । ଏଥି ସହିତ ପାଗ ଭଲ ନ ହେବା ପର୍ଯ୍ୟନ୍ତ ତୀର୍ଥଯାତ୍ରୀମାନଙ୍କୁ କ୍ୟାମ୍ପରେ ରହିବାକୁ କୁହାଯାଇଛି ।

|

ଶ୍ରୀନଗର : କରୋନା ମହାମାରୀ ଯୋଗୁଁ ତିନି ବର୍ଷ ପରେ ଜୁନ୍ 30 ରୁ ଆରମ୍ଭ ହୋଇଥିବା ଅମରନାଥ ଯାତ୍ରା ଖରାପ ପାଗ ଯୋଗୁଁ ବାଧା ଉପୁଜିଛି । ଖରାପ ପାଗ ଏବଂ ଭୂସ୍ଖଳନ ହେବାର ସମ୍ଭାବନା ଥିବାରୁ ପ୍ରଶାସନ ମଙ୍ଗଳବାର ସକାଳେ ପହଲଗାମ ମାର୍ଗରୁ ଏହି ଯାତ୍ରାକୁ ଅସ୍ଥାୟୀ ଭାବେ ସ୍ଥଗିତ ରଖିଛି । ଏଥି ସହିତ ପାଗ ଭଲ ନ ହେବା ପର୍ଯ୍ୟନ୍ତ ତୀର୍ଥଯାତ୍ରୀମାନଙ୍କୁ କ୍ୟାମ୍ପରେ ରହିବାକୁ କୁହାଯାଇଛି ।

Amarnath Yatra

ଗତ ସପ୍ତାହରୁ ଆରମ୍ଭ ହୋଇଥିବା ବାବା ବାର୍ଫାନୀଙ୍କ ଯାତ୍ରାକୁ ନେଇ ଭକ୍ତଙ୍କ ମଧ୍ୟରେ ବହୁତ ଉତ୍ସାହ ରହିଛି । ଜୁନ୍ 30 ଠାରୁ ଏ ପର୍ଯ୍ୟନ୍ତ 72,000 ରୁ ଅଧିକ ତୀର୍ଥଯାତ୍ରୀ ଅମରନାଥ ଗୁମ୍ଫା ମନ୍ଦିର ପରିଦର୍ଶନ କରିଛନ୍ତି । ଏହି ଯାତ୍ରା ଅଗଷ୍ଟ 11, ରକ୍ଷା ବନ୍ଧନ ପର୍ଯ୍ୟନ୍ତ ଚାଲିବ ।

ଅଧିକାରୀଙ୍କ ଅନୁଯାୟୀ ମଙ୍ଗଳବାର ସକାଳେ ପହଲଗାମର ନୁନ୍ୱାନ୍ ବେସ୍ କ୍ୟାମ୍ପରେ ପ୍ରାୟ 3000 ତୀର୍ଥଯାତ୍ରୀଙ୍କୁ ଅଟକାଯାଇଥିଲା । ଜାମ୍ମୁରୁ ପହଲଗାମ ମାର୍ଗ ଦେଇ ଯାଇଥିବା ପ୍ରାୟ 4,000 ତୀର୍ଥଯାତ୍ରୀଙ୍କ ଆଉ ଏକ ବ୍ୟାଚ୍ ରାମବନ୍ ଜିଲ୍ଲାର ଚନ୍ଦ୍ରକୋଟରେ ଥିବା ଯାତ୍ରୀ ନିବାସରେ ଅଟକା ଯାଇଥିଲା । ଆପଣଙ୍କୁ କହି ରଖୁଛୁ ପହଲଗାମ ଶ୍ରୀନଗର ଠାରୁ ପ୍ରାୟ 90 କିଲୋମିଟର ଦୂର ।

ତେବେ ଜାମ୍ମୁରୁ ବାଲଟାଲ ମାର୍ଗ ଦେଇ ଯାଇଥିବା ପ୍ରାୟ 2,000 ତୀର୍ଥଯାତ୍ରୀଙ୍କୁ ଆଗକୁ ବଢିବାକୁ ଅନୁମତି ଦିଆଯାଇଛି । ଏଠାରେ ପାଣିପାଗ ବିଷୟରେ ସୂଚନା ଦେବାବେଳେ ଅଧିକାରୀମାନେ କହିଛନ୍ତି ଯେ ଗତ ରାତିରୁ କାଶ୍ମୀରରେ ଲଗାତାର ବର୍ଷା ଜାରି ରହିଛି । ଏଭଳି ପରିସ୍ଥିତିରେ ପହଲଗାମ ଏବଂ ବାଲଟାଲ ମାର୍ଗରେ ଭୂସ୍ଖଳନ ହେବାର ଆଶଙ୍କା ରହିଛି । ଏହା ମଧ୍ୟ କହିଛନ୍ତି ଯେ ବର୍ତ୍ତମାନ ଅମରନାଥ ଗୁମ୍ଫା ନିକଟରେ ପାଗ ଠିକ୍ ନୁହେଁ । ଏଭଳି ପରିସ୍ଥିତିରେ ତୀର୍ଥଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଯାତ୍ରାକୁ ସାମୟିକ ଭାବେ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ପାଗ ଠିକ୍ ହେବା ମାତ୍ରେ ଯାତ୍ରା ଆରମ୍ଭ ହେବ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Amarnath Yatra Temporarily Suspended For Bad Weather and LandSlide
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X