ଜୁନ୍ 30 ରୁ ଆରମ୍ଭ ହେବ ଅମରନାଥ ଯାତ୍ରା, ଅପ୍ରେଲ 11 ରୁ ଖୋଲିବ ଅନଲାଇନ୍ ପଞ୍ଜୀକରଣ
ଶ୍ରୀ ଅମରନାଥଜୀ ବୋର୍ଡର ସିଇଓ ନୀତୀଶ୍ୱର କୁମାର ସୂଚନା ଦେଇଛନ୍ତି ଯେ ଅମରନାଥ ଯାତ୍ରା 2022 ଜୁନ୍ 30 ରୁ ଆରମ୍ଭ ହୋଇ 11 ଅଗଷ୍ଟ ପର୍ଯ୍ୟନ୍ତ ଚାଲିବ । ଅମରନାଥ ଯାତ୍ରା ପାଇଁ ପଞ୍ଜୀକରଣ ଅପ୍ରେଲ 11 ରୁ ଆରମ୍ଭ ହେବ ।
ଶ୍ରୀନଗର : ଅମରନାଥ ଯାତ୍ରା ଆରମ୍ଭ ହେବାର ତାରିଖ ଘୋଷଣା କରାଯାଇଛି । ଶ୍ରୀ ଅମରନାଥଜୀ ବୋର୍ଡର ସିଇଓ ନୀତୀଶ୍ୱର କୁମାର ସୂଚନା ଦେଇଛନ୍ତି ଯେ ଅମରନାଥ ଯାତ୍ରା 2022 ଜୁନ୍ 30 ରୁ ଆରମ୍ଭ ହୋଇ 11 ଅଗଷ୍ଟ ପର୍ଯ୍ୟନ୍ତ ଚାଲିବ । ଅମରନାଥ ଯାତ୍ରା ପାଇଁ ପଞ୍ଜୀକରଣ ଅପ୍ରେଲ 11 ରୁ ଆରମ୍ଭ ହେବ । ତୀର୍ଥଯାତ୍ରୀମାନେ ମନ୍ଦିର ବୋର୍ଡର ଅନଲାଇନ୍ ୱେବସାଇଟ୍ ଏବଂ ଆପ୍ ମାଧ୍ୟମରେ ଅମରନାଥ ଯାତ୍ରା ପାଇଁ ପଞ୍ଜୀକୃତ କରିପାରିବେ ।

ଅମରନାଥ ଯାତ୍ରା ପାଇଁ ଆସୁଥିବା ତୀର୍ଥଯାତ୍ରୀମାନଙ୍କ ପାଇଁ ରମ୍ବନ ଜିଲ୍ଲାରେ ଯାତ୍ରୀ ନିବାସ କରାଯାଇଛି, ଯେଉଁଠାରେ 3000 ତୀର୍ଥଯାତ୍ରୀ ରହିପାରିବେ । ଚଳିତ ବର୍ଷ ହାରାହାରି ତୀର୍ଥଯାତ୍ରୀଙ୍କ ସଂଖ୍ୟା ତିନି ଲକ୍ଷରେ ପହଞ୍ଚିବ ବୋଲି ମନ୍ଦିର ବୋର୍ଡ ଆଶା କରିଛି । ଜାମ୍ମୁ କାଶ୍ମୀରର 446 ଟି ଶାଖା, PNB ବ୍ୟାଙ୍କ, ୟେସ୍ ବ୍ୟାଙ୍କ ଏବଂ ଏସବିଆଇର 100 ଶାଖାରେ ପଞ୍ଜୀକରଣ କରାଯାଇପାରିବ ।












Click it and Unblock the Notifications