କରୋନା କାରଣରୁ ଏଥର ବି ଅମରନାଥ ଯାତ୍ରା ବନ୍ଦ, ଅନଲାଇନରେ 'ଆରତୀ' ଦର୍ଶନ କରିପାରିବେ ଶ୍ରଦ୍ଧାଳୁ
କରୋନା ମହାମାରୀ କାଣରୁ ଚଳିତ ବର୍ଷ ଅମରନାଥ ତୀର୍ଥଯାତ୍ରା ବାତିଲ କରାଯାଇଛି । କିନ୍ତୁ ଭକ୍ତ ମାନଙ୍କ ପାଇଁ ଅନଲାଇନ୍ "ଆରତୀ" ର ସୁବିଧା କରାଯାଇଛି ।
ନୂଆଦିଲ୍ଲୀ : କରୋନା ମହାମାରୀ କାଣରୁ ଚଳିତ ବର୍ଷ ଅମରନାଥ ତୀର୍ଥଯାତ୍ରା ବାତିଲ କରାଯାଇଛି । କିନ୍ତୁ ଭକ୍ତ ମାନଙ୍କ ପାଇଁ ଅନଲାଇନ୍ "ଆରତୀ" ର ସୁବିଧା କରାଯାଇଛି ।

ଚଳିତ ବର୍ଷ ଅନର ନାଥ ଯାତ୍ରୀ ବନ୍ଦ କରିବା ନେଇ ସୋମବାର ଦିନ ନିଷ୍ପତ୍ତି ନିଆଯାଇଛି । ଶ୍ରୀମନ୍ଦିର ବୋର୍ଡ ସହ ଆଲୋଚନା ପରେ ଜାମ୍ମୁ କାଶ୍ମୀରର ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନା ଏହି ଘୋଷଣା କରିଛନ୍ତି । ହିମାଳୟର ଉପରଭାଗରେ ଅବସ୍ଥିତ ଭଗବାନ ଶିବଙ୍କ 3,880 ମିଟର ଉଚ୍ଚ ଗୁମ୍ଫା ମନ୍ଦିରକୁ 56 ଦିନିଆ ଯାତ୍ରା ଜୁନ୍ 28 ରେ ଆରମ୍ଭ ହୋଇ ଅଗଷ୍ଟ 22 ରେ ଶେଷ ହେବ ।
ଏହା ପୂର୍ବରୁ ଉପରାଜ୍ୟପାଳ ମନୋଜ ସିହ୍ନା ଶୁକ୍ରବାର କହିଥିଲେ ଯେ ସରକାର ଶୀଘ୍ର ବାର୍ଷିକ ଅମରନାଥ ତୀର୍ଥଯାତ୍ରା ଆୟୋଜନ ନେଇ ନିଷ୍ପତ୍ତି ନେବେ । ହେଲେ ସରକାର ଲୋକଙ୍କ ଜୀବନକୁ ସର୍ବୋଚ୍ଚ ପ୍ରାଥମିକତା ଦେଇଛନ୍ତି । ଗତ ବର୍ଷ ମଧ୍ୟ କରୋନା ଭାଇରସ୍ ଯୋଗୁ ଅମରନାଥ ଯାତ୍ରା ବାତିଲ୍ କରିଦିଆଯାଇଥିଲା ।
ଗତ ସପ୍ତାହରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଦ୍ୱାରା ଡକାଯାଇଥିବା ବୈଠକରେ ମନୋଜ ସିହ୍ନା ଅଂଶଗ୍ରହଣ କରିଥିଲେ । ଏହା ସହିତ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, କେନ୍ଦ୍ର ଗୃହ ସଚିବ ଅଜୟ ଭାଲା, କେନ୍ଦ୍ର ସରକାର ଏବଂ ଜମ୍ମୁ ଏବଂ ପ୍ରଶାସନର ବରିଷ୍ଠ ସୁରକ୍ଷା ତଥା ଗୁପ୍ତଚର ଅଧିକାରୀମାନେ ଏହି ବୈଠରେ ଅଂଶଗ୍ରହଣ କରିଥିଲେ ।












Click it and Unblock the Notifications