ଜାତୀୟ ଯୁଦ୍ଧ ସ୍ମାରକୀରେ ବିଲୀନ ହେଲା ଇଣ୍ଡିଆ ଗେଟ୍ ର 'ଅମର ଜବାନ୍ ଜ୍ୟୋତି'
ରାଜଧାନୀ ଦିଲ୍ଲୀର ଇଣ୍ଡିଆ ଗେଟରେ ଥିବା ଅମର ଜବାନ୍ ଜ୍ୟୋତି ଜାତୀୟ ଯୁଦ୍ଧ ସ୍ମାରକୀର ମଶାଲ ସହିତ ମିଶ୍ରଣ କରାଯାଇଛି । ଏହା ସହ 50 ବର୍ଷ ଧରି ଶହୀଦମାନଙ୍କ ସ୍ମୃତିରେ ଇଣ୍ଡିଆ ଗେଟରେ ଜଳୁଥିବା ଅମର ଜବାନ୍ ଜ୍ୟୋତି ବନ୍ଦ ହୋଇଯାଇଛି ।
ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ଇଣ୍ଡିଆ ଗେଟରେ ଥିବା ଅମର ଜବାନ୍ ଜ୍ୟୋତି ଜାତୀୟ ଯୁଦ୍ଧ ସ୍ମାରକୀର ମଶାଲ ସହିତ ମିଶ୍ରଣ କରାଯାଇଛି । ଏହା ସହ 50 ବର୍ଷ ଧରି ଶହୀଦମାନଙ୍କ ସ୍ମୃତିରେ ଇଣ୍ଡିଆ ଗେଟରେ ଜଳୁଥିବା ଅମର ଜବାନ୍ ଜ୍ୟୋତି ବନ୍ଦ ହୋଇଯାଇଛି । ବର୍ତ୍ତମାନ ଜାତୀୟ ଯୁଦ୍ଧ ସ୍ମାରକୀରେ ଏହି ମଶାଲ ଜଳାଯିବ । ଆଜି, ଜାନୁୟାରୀ 21 ରେ, ଏକ କାର୍ଯ୍ୟକ୍ରମରେ ଅମର ଜବାନ୍ ଜ୍ୟୋତି ଜାତୀୟ ଯୁଦ୍ଧ ସ୍ମାରକୀର ମଶାଲରେ ବିଲୀନ କରାଯାଇଛି । ସେନା କର୍ମଚାରୀମାନେ ଅମର ଜବାନ୍ ଜ୍ୟୋତିକୁ ଇଣ୍ଡିଆ ଗେଟ୍ ରୁ ଜାତୀୟ ଯୁଦ୍ଧ ସ୍ମାରକୀ କୁ ସ୍ଥାନାନ୍ତର କରିଛନ୍ତି ।

ଇଣ୍ଡିଆ ଗେଟ୍ ନିକଟରେ ଥିବା 40 ଏକର ଜମିରେ ପ୍ରାୟ 176 କୋଟି ଟଙ୍କା ବ୍ୟୟରେ ନିର୍ମିତ ଜାତୀୟ ଯୁଦ୍ଧ ସ୍ମାରକୀରେ ଏହି ମଶାଲ ଜଳାଯିବ । ପ୍ରଥମ ବିଶ୍ୱଯୁଦ୍ଧ ପରେ ବ୍ରିଟିଶ ସରକାର ଭାରତୀୟ ସୈନିକଙ୍କ ସ୍ମୃତିରେ ଇଣ୍ଡିଆ ଗେଟ୍ ନିର୍ମାଣ କରିଥିଲେ । 1971 ଯୁଦ୍ଧରେ ସହିଦ ହୋଇଥିବା ସୈନିକମାନଙ୍କ ସମ୍ମାନାର୍ଥେ ଇଣ୍ଡିଆ ଗେଟରେ 'ଅମର ଜବାନ୍ ଜ୍ୟୋତି' ପ୍ରଜ୍ୱଳିତ ହୋଇଥିଲା ।
ଇଣ୍ଡିଆ ଗେଟରୁ ଅମର ଜବାନ୍ ଜ୍ୟୋତି ହଟାଇବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତି ଇଣ୍ଡିଆ ଗେଟ୍ ରେ ସ୍ଥାପନ କରାଯିବ । ପ୍ରଧାନମନ୍ତ୍ରୀ ମୋଦୀ ଶୁକ୍ରବାର ଦିନ ଟ୍ୱିଟ୍ କରି ଲେଖିଛନ୍ତି ଯେ ସମଗ୍ର ଦେଶ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ 125 ତମ ଜନ୍ମ ବାର୍ଷିକୀ ପାଳନ କରୁଛନ୍ତି, ତେଣୁ ମୁଁ ଖୁସି ର ସହ ସୂଚନା ଦେଉଛି ଯେ ବର୍ତ୍ତମାନ ଇଣ୍ଡିଆ ଗେଟ୍ରେ ନେତାଜୀଙ୍କ ଏକ ଗ୍ରାନାଇଟ୍ ପ୍ରତିମୂର୍ତ୍ତି ସ୍ଥାପନ ହେବ ।












Click it and Unblock the Notifications