ଅନ୍ୟ ଧର୍ମରେ କାହାକୁ ବିବାହ କରିବାରେ କେହି ବାଧା ଦେଇପାରିବେ ନାହିଁ : ଆହ୍ଲାବାଦ ହାଇକୋର୍ଟ
ଯଦି ଦୁଇ ଜଣ ପ୍ରାପ୍ତ ବୟସ୍କ ଯୁବକ ଯୁବତୀ ବିବାହ କରୁଛନ୍ତି ତାଙ୍କୁ କେହି ବାଧା ଦେଇପାରିବେ ନାହିଁ | ସମସ୍ତଙ୍କୁ ନିଜର ଜୀବନସାଥୀ ବାଛିବାର ଅଧିକାର ଅଛି | ଦୁଇ ଜଣଙ୍କର ଧର୍ମ ଅଲଗା ହେଲେ ଏଥିରେ କେହି ହସ୍ତକ୍ଷେପ କରିପାରିବେ ନାହିଁ ବୋଲି ଆହ୍ଲାବାଦ ହାଇକୋର୍ଟ ରାୟ ଦେଇଛନ୍ତି |
ଲକ୍ଷ୍ନୌ : କୋର୍ଟ କାହାକୁ ହିନ୍ଦୁ କିମ୍ବା ମୁସଲମାନ ଦୃଷ୍ଚିରେ ଦେଖିପାରେନି | ଯଦି ଦୁଇ ଜଣ ପ୍ରାପ୍ତ ବୟସ୍କ ଯୁବକ ଯୁବତୀ ବିବାହ କରୁଛନ୍ତି ତାଙ୍କୁ କେହି ବାଧା ଦେଇପାରିବେ ନାହିଁ | ସମସ୍ତଙ୍କୁ ନିଜର ଜୀବନସାଥୀ ବାଛିବାର ଅଧିକାର ଅଛି | ଦୁଇ ଜଣଙ୍କର ଧର୍ମ ଅଲଗା ହେଲେ ଏଥିରେ କେହି ହସ୍ତକ୍ଷେପ କରିପାରିବେ ନାହିଁ ବୋଲି ଆହ୍ଲାବାଦ ହାଇକୋର୍ଟ ରାୟ ଦେଇଛନ୍ତି | ଜଣେ ମୁସଲମାନ ଏବଂ ହିନ୍ଦୁ ଝିଅର ବିବାହକୁ ନେଇ ଦାଖଲ ହୋଇଥିବା ମାମଲାର ଶୁଣାଣି କରି ଆହ୍ଲାବାଦ ହାଇକୋର୍ଟ ଏପରି ଟିପ୍ପଣୀ ଦେଇଛନ୍ତି | ଏଥିସହିତ କୋର୍ଟ ଏହି ମାମଲାକୁ ଖାରଜ କରିଦେଇଛନ୍ତି |

ଉତ୍ତରପ୍ରଦେଶର କୁସିନଗର ସଲାମତ୍ ଅନସାରୀ ଜଣେ ହିନ୍ଦୁ ଝିଅ ପ୍ରିୟଙ୍କାଙ୍କୁ ବିବାହ କରିଥିବା ନେଇ ମାମଲା ରୁଜୁ କରାଯାଇଥିଲା | ଗତ ବର୍ଷ ଅଗଷ୍ଟରେ ସଲାମତ୍ ଅନସାରୀ ଏବଂ ପ୍ରିୟଙ୍କା ବିବାହ କରିଥିଲେ | ବିବାହ ପରେ ପ୍ରିୟଙ୍କା ଇସଲାମ ଧର୍ମ ଗ୍ରହଣ କରିଥିଲେ | ଏହା ବିରୋଧରେ ପ୍ରିୟଙ୍କାଙ୍କ ପରିବାର ପକ୍ଷରୁ ଏକ ମାମଲା ଦାୟର କରାଯାଇଥିଲା | ଏଫଆଇଆରରେ ପ୍ରିୟଙ୍କାଙ୍କୁ ନାବାଳକ କୁହାଯାଉଥିଲା ଏବଂ ବିବାହ ବନ୍ଦ କରିବା ସହ ଅନସାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଥିଲା | ଆହ୍ଲାବାଦ ହାଇକୋର୍ଟ ଏହି ମାମଲାର ଶୁଣାଣି କରିବା ସମୟରେ କହିଛନ୍ତି, ପ୍ରିୟଙ୍କାଙ୍କୁ 21 ବର୍ଷ ବୟସ ଏବଂ ତାଙ୍କ ସ୍ୱାମୀଙ୍କ ସହ ରହିବାର ଅଧିକାର ଅଛି | ସଲାମତଙ୍କ ବିରୋଧରେ କୋର୍ଟ ଏଫଆଇଆର ଖାରଜ କରିଛନ୍ତି | ହାଇକୋର୍ଟ ଏହି ମାମଲାକୁ ଖାରଜ କରି କହିଛନ୍ତି ଯେ ପ୍ରିୟଙ୍କା ଏବଂ ସଲାମାତଙ୍କୁ ହିନ୍ଦୁ ଏବଂ ମୁସଲମାନ ବୋଲି କୋର୍ଟ ଦେଖନ୍ତି ନାହିଁ | କୋର୍ଟ ଦେଖୁଛନ୍ତି ଯେ ଦୁହେଁ ନିଜେ ବିବାହ କରିଥିଲେ ଏବଂ ଏକ ବର୍ଷରୁ ଅଧିକ ସମୟ ଧରି ଏକାଠି ଖୁସିରେ ଜୀବନ ବିତାଉଛନ୍ତି | ଏଭଳି ପରିସ୍ଥିତିରେ, ସେମାନଙ୍କ ଦାମ୍ପତ୍ୟ ଜୀବନରେ ହସ୍ତକ୍ଷେପ କରିବା ଅର୍ଥ ହେଉଛି ଦୁଇ ଜଣଙ୍କୁ ସମ୍ବିଧାନରୁ ମିଳିଥିବା ସ୍ୱାଧୀନତା ଛଡ଼ାଇନେବା |
ଆହ୍ଲାବାଦ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇ କହିଛନ୍ତି ଯେ ଭାରତ ସମ୍ବିଧାନର ଧାରା 21 ଅନୁଯାୟୀ ଦିଆଯାଇଥିବା ବ୍ୟକ୍ତିଙ୍କ ସ୍ୱାଧୀନତାର ଅଧିକାରକୁ ସମର୍ଥନ କରିବାକୁ ଅଦାଲତ ପ୍ରତିବଦ୍ଧ |
ସୂଚନାଯୋଗ୍ୟ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନଥ ଲଭ୍ ଜିହାଦ୍ କୁ ନେଇ ଆଇନ ଆଣିବାକୁ ଚାହୁଁଛନ୍ତି | ବିଜେପିର କେତେକ ନେତା ହିନ୍ଦୁ ଝିଅ ଏବଂ ମୁସଲମାନ ପୁଅର ବିବାହକୁ ରୋକିବାକୁ ଆଇନ ପ୍ରଣୟନ ହେବା ଉଚିତ୍ ବୋଲି ବିବୃତ୍ତି ଦେଉଛନ୍ତି | କିନ୍ତୁ ହାଇକୋର୍ଟଙ୍କର ଏହି ରାୟ ଆଇନ ଆଣିବାରେ ବାଧା ସୃଷ୍ଟି କରିପାରେ ବୋଲି କୁହାଯାଉଛି |
-
ଇତିହାସ ରଚିଲା ଟିମ୍ ଇଣ୍ଡିଆ, ଫାଇନାଲରେ ୯୬ ରନରେ ଜିତି ଟାଇଟଲ ବଜାୟ ରଖିଲା ଭାରତ -
ସରକାରଙ୍କ ବଡ଼ ନିଷ୍ପତ୍ତି, ତୃତୀୟ ସନ୍ତାନ ଜନ୍ମ କଲେ ମିଳିବ ୨୫ ହଜାର -
ଇରାନ ଜାହାଜକୁ ନେଇ ମୁହଁ ଖୋଲିଲେ ଜୟଶଙ୍କର ‘ଆମେ ଯାହା କରିଛୁ ଠିକ୍ କରିଛୁ’, -
ବିଶ୍ୱକପରେ ହେବ ଟଙ୍କା ବର୍ଷା, ଜାଣନ୍ତୁ କେଉଁ ଦଳ ପାଇବେ କେତେ… -
ଉପ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା;କାଲି ମିଳିବ ସୁଭଦ୍ରା ଚତୁର୍ଥ କିସ୍ତି ଟଙ୍କା -
ରବିବାର ମହାମୁକାବିଲା; ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନରେ ହେବ ବଡ଼ ପରିବର୍ତ୍ତନ! -
ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଆନ୍ନା ହଜାରେ, ଜାଣନ୍ତୁ କେଉଁ କାରଣ ପାଇଁ ଲେଖିଲେ ପତ୍ର? -
ମମତା ବାନାର୍ଜୀଙ୍କ ଉପରେ ଅସନ୍ତୋଷ ପ୍ରକାଶ କଲେ ରାଷ୍ଟ୍ରପତି, କହିଲେ..... -
ରାଷ୍ଟ୍ରପତିଙ୍କୁ TMC ସରକାର ଅପମାନ କରିବା ଲଜ୍ଜାଜନକ ;ମୋଦି -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ଓଜନ ହ୍ରାସ ପାଇଁ କେଉଁ ପନିପରିବା ଖାଇବା ଉଚିତ ? -
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ












Click it and Unblock the Notifications