ଗୁରୁ ଦିବସ ପୂର୍ବରୁ ସମସ୍ତ ଶିକ୍ଷକଙ୍କୁ ଟିକା ଦେବାକୁ କେନ୍ଦ୍ରର ନିର୍ଦ୍ଦେଶ

5 ସେପ୍ଟେମ୍ବର ଦିନ ପାଳନ କରାଯାଉଥିବା ଗୁରୁ ଦିବସ ପୂର୍ବରୁ ସମସ୍ତ ସ୍କୁଲ ଶିକ୍ଷକଙ୍କୁ ପ୍ରାଥମିକତା ଦେଇ ଟୀକାକରଣ କରିବାକୁ ଚେଷ୍ଟା କରିବାକୁ ସମସ୍ତ ରାଜ୍ୟକୁ ଅନୁରୋଧ କରିଛୁ ।

ନୂଆଦିଲ୍ଲୀ : ଦ୍ୱିତୀୟ ଲହର କହର ହ୍ରାସ ପାଇବା ସହ ବର୍ତ୍ତମାନ ଅଧିକାଂଶ ରାଜ୍ୟ ଧୀରେ ଧୀରେ ବିଦ୍ୟାଳୟ ଓ କଲେଜ ଖୋଲୁଛନ୍ତି । ସରକାରଙ୍କ ଉଦ୍ୟମ ହେଉଛି ଶିଶୁଙ୍କ ସ୍ୱାସ୍ଥ୍ୟ ପ୍ରତି ବିପଦ ନଦେଇ ଶିକ୍ଷା ବ୍ୟବସ୍ଥାକୁ ସ୍ୱାଭାବିକ ଅବସ୍ଥାକୁ ଫେରାଇ ଆଣିବା । ଏପର୍ଯ୍ୟନ୍ତ, 18 ବର୍ଷରୁ କମ୍ ବୟସ ବର୍ଗଙ୍କ ପାଇଁ କୌଣସି ଟିକା ନାହିଁ, କିନ୍ତୁ ସରକାର ଚାହୁଁଛନ୍ତି ଯେ ସେମାନଙ୍କୁ ଶିକ୍ଷା ଦେଉଥିବା ଶିକ୍ଷକମାନେ ସମ୍ପୂର୍ଣ୍ଣ ଟୀକାକରଣ କରନ୍ତୁ, ଯାହା ଦ୍ୱାରା ସଂକ୍ରମଣର ଆଶଙ୍କା କମିପାରିବ । ଏଥିପାଇଁ କେନ୍ଦ୍ର ସରକାର ସମସ୍ତ ରାଜ୍ୟକୁ ନିର୍ଦ୍ଦେଶନାମା ଜାରି କରିଛନ୍ତି ।

Teacher

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମାନସୁଖ ମାଣ୍ଡଭିୟା ଟ୍ୱିଟ୍ କରି କହିଛନ୍ତି ଯେ "ଚଳିତ ମାସରେ ପ୍ରତ୍ୟେକ ରାଜ୍ୟକୁ ଟିକା ଯୋଗାଇଦେବା ଯୋଜନା ବ୍ୟତୀତ 2 କୋଟିରୁ ଅଧିକ ଟିକା ଡୋଜ ଉପଲବ୍ଧ କରାଯାଉଛି । 5 ସେପ୍ଟେମ୍ବର ଦିନ ପାଳନ କରାଯାଉଥିବା ଗୁରୁ ଦିବସ ପୂର୍ବରୁ ସମସ୍ତ ସ୍କୁଲ ଶିକ୍ଷକଙ୍କୁ ପ୍ରାଥମିକତା ଦେଇ ଟୀକାକରଣ କରିବାକୁ ଚେଷ୍ଟା କରିବାକୁ ସମସ୍ତ ରାଜ୍ୟକୁ ଅନୁରୋଧ କରିଛୁ ।"

ଉଲ୍ଲେଖଥାଉ କି, ବର୍ତ୍ତମାନ ଗୁରୁ ଦିବସ ମାତ୍ର 10 ଦିନ ବାକି ଅଛି । ଏଭଳି ପରିସ୍ଥିତିରେ ସମସ୍ତ ଶିକ୍ଷକ ଓ ବିଦ୍ୟାଳୟର କର୍ମଚାରୀଙ୍କୁ ଟୀକାକରଣ କରିବା ସରକାରଙ୍କ ସମ୍ମୁଖରେ ଏକ କଷ୍ଟସାଧ୍ୟ କାର୍ଯ୍ୟ ହେବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+