Get Updates
Get notified of breaking news, exclusive insights, and must-see stories!

ନଭେମ୍ବର ପହିଲାରୁ ରାଜଧାନୀରେ ଖୋଲିବ ସମସ୍ତ ବିଦ୍ୟାଳୟ, ଅନୁସରଣ କରିବାକୁ ହେବ କୋଭିଡ୍ ପ୍ରୋଟୋକଲ୍

କରୋନା ମହାମାରୀ ଯୋଗୁଁ ବନ୍ଦ ହୋଇଯାଇଥିବା ଦିଲ୍ଲୀର ସମସ୍ତ ବିଦ୍ୟାଳୟ ଏବେ ପୁଣି ଖୋଲିବାକୁ ଯାଉଛି । ନିର୍ଦ୍ଦିଷ୍ଟ ସର୍ତ୍ତ ସହିତ ନଭେମ୍ବର ପହିଲାରୁ ରାଜଧାନୀ ଦିଲ୍ଲୀରେ ଘରୋଇ ଏବଂ ସରକାରୀ ବିଦ୍ୟାଳୟ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି ।

ନୂଆଦିଲ୍ଲୀ : କରୋନା ମହାମାରୀ ଯୋଗୁଁ ବନ୍ଦ ହୋଇଯାଇଥିବା ଦିଲ୍ଲୀର ସମସ୍ତ ବିଦ୍ୟାଳୟ ଏବେ ପୁଣି ଖୋଲିବାକୁ ଯାଉଛି । ନିର୍ଦ୍ଦିଷ୍ଟ ସର୍ତ୍ତ ସହିତ ନଭେମ୍ବର ପହିଲାରୁ ରାଜଧାନୀ ଦିଲ୍ଲୀରେ ଘରୋଇ ଏବଂ ସରକାରୀ ବିଦ୍ୟାଳୟ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । କରୋନା ଭାଇରସ ମହାମାରୀ ହ୍ରାସ ପାଉଥିବା ବେଳେ କେଜ୍ରିୱାଲ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଏହା ସହିତ ଦିଲ୍ଲୀରେ ଛଟ୍ ପୂଜା କରିବା ପାଇଁ ଅନୁମତି ମଧ୍ୟ ଦିଆଯାଇଛି ।

School

ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ କହିଛନ୍ତି ଯେ କ୍ୟାବିନେଟ ବୈଠକରେ ନିଷ୍ପତ୍ତି ନିଆଯାଇଛି ଯେ ଦିଲ୍ଲୀର ସମସ୍ତ ସରକାରୀ ଏବଂ ବେସରକାରୀ ସ୍କୁଲ ନଭେମ୍ବର ପହିଲାରୁ ଖୋଲାଯାଇପାରିବ । ସେ କହିଛନ୍ତି ଯେ ଏହି ସମୟ ମଧ୍ୟରେ କୌଣସି ବିଦ୍ୟାଳୟ ପିଲାମାନଙ୍କୁ ଶ୍ରେଣୀକୁ ଆସିବାକୁ ବାଧ୍ୟ କରିପାରିବ ନାହିଁ । ପାଠପଢା ଉଭୟ ଅଫଲାଇନ୍ ଏବଂ ଅନ୍ଲାଇନରେ ହେବା ନେଇ ବିଦ୍ୟାଳୟଗୁଡ଼ିକ ନିଶ୍ଚିତ କରିବେ । ସିସୋଦିଆ କହିଛନ୍ତି ଯେ ବିଦ୍ୟାଳୟଗୁଡ଼ିକୁ କୋଭିଡ ପ୍ରୋଟୋକଲକୁ ସଂପୂର୍ଣ୍ଣ ଅନୁସରଣ କରିବାକୁ ପଡିବ ।

ସିସୋଦିଆ ଆହୁରି କହିଛନ୍ତି ଯେ ଯେଉଁ ବିଦ୍ୟାଳୟଗୁଡ଼ିକ ପିଲାମାନଙ୍କୁ ସ୍କୁଲକୁ ଡାକନ୍ତି ସେମାନେ ନିଶ୍ଚିତ କରିବେ ଯେ ପାଠପଢା ହାଇବ୍ରିଡ ମୋଡରେ ହେବ । 50 % ରୁ ଅଧିକ ପିଲାଙ୍କୁ ଡାକିବା ଉଚିତ ନୁହେଁ । DDMA ବୈଠକରେ ବିଦ୍ୟାଳୟ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । ଏହା ସହିତ ଛଟ୍ ପୂଜା ଆୟୋଜନ ପାଇଁ ଅନୁମତି ମଧ୍ୟ ଦିଆଯାଇଛି । ଏହା ମଧ୍ୟ କୁହାଯାଇଥିଲା ଯେ ବିଦ୍ୟାଳୟର 100% କର୍ମଚାରୀଙ୍କ ଟୀକାକରଣ କରିବାକୁ ପଡିବ । ସୂଚନା ଅନୁଯାୟୀ, 98% କର୍ମଚାରୀ ଅତି କମରେ 1 ଟି ଡୋଜ ନେଇଛନ୍ତି ।

ସେପ୍ଟେମ୍ବର 1 ରୁ ଦିଲ୍ଲୀର 9 ରୁ 12 ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସରକାରୀ ଏବଂ ବେସରକାରୀ ବିଦ୍ୟାଳୟକୁ କ୍ଲାସ୍ ଆରମ୍ଭ କରିବାକୁ DDMA ଅନୁମତି ଦେଇଥିଲା । କିନ୍ତୁ ନର୍ସରୀ ଠାରୁ ଆରମ୍ଭ କରି ଶ୍ରେଣୀ 8 ପର୍ଯ୍ୟନ୍ତ ବିଦ୍ୟାଳୟଗୁଡ଼ିକ ବିଷୟରେ କୌଣସି ନିଷ୍ପତ୍ତି ନିଆଯାଇନଥିଲା । କିନ୍ତୁ ଆଜି ସରକାର ଏହାକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ପ୍ରାୟ 2 ବର୍ଷ ପରେ ନର୍ସରୀ ଠାରୁ ଆରମ୍ଭ କରି 8 ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାଳୟ ଖୋଲିବାକୁ ଯାଉଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+