For Quick Alerts
Turn On Notification  
For Daily Alerts
Oneindia App Download

ବଜେଟ୍ ଅଧିବେଶନ ପୂର୍ବରୁ ସଂସଦରେ ସର୍ବଦଳୀୟ ବୈଠକ

ସଂସଦର ବଜେଟ୍ ଅଧିବେଶନ ମଙ୍ଗଳବାର ଠାରୁ ଆରମ୍ଭ ହେବ । ଏହାର ଗୋଟିଏ ଦିନ ପୂର୍ବରୁ ସୋମବାର ଦିନ ସଂସଦ ଗୃହରେ ଏକ ସର୍ବଦଳୀୟ ବୈଠକ ଡକାଯାଇଥିଲା । ଏଥିରେ ସମସ୍ତ ରାଜନୈତିକ ଦଳର ନେତା ଉପସ୍ଥିତ ଥିଲେ ।

|
parliament

ନୂଆଦିଲ୍ଲୀ: ସଂସଦର ବଜେଟ୍ ଅଧିବେଶନ ମଙ୍ଗଳବାର ଠାରୁ ଆରମ୍ଭ ହେବ । ଏହାର ଗୋଟିଏ ଦିନ ପୂର୍ବରୁ ସୋମବାର ଦିନ ସଂସଦ ଗୃହରେ ଏକ ସର୍ବଦଳୀୟ ବୈଠକ ଡକାଯାଇଥିଲା । ଏଥିରେ ସମସ୍ତ ରାଜନୈତିକ ଦଳର ନେତା ଉପସ୍ଥିତ ଥିଲେ । ଏହି ସମୟରେ ଅଧିବେଶନକୁ ଶାନ୍ତିପୂର୍ଣ୍ଣ ଭାବରେ ଚଳାଇବା ବିଷୟରେ ଆଲୋଚନା ହୋଇଥିଲା । ଏହା ସହିତ ବିଭିନ୍ନ ଦଳ ପକ୍ଷରୁ ଆଲୋଚନା କରିବାକୁ ଚାହୁଥିବା ପ୍ରସଙ୍ଗଗୁଡିକ ବିଷୟରେ ସରକାରଙ୍କୁ ଅବଗତ କରାଇଥିଲେ ।

ସଂସଦ ପରିସରରେ ଅନୁଷ୍ଠିତ ବୈଠକରେ ଗୃହର ଉପନେତା ରାଜନାଥ ସିଂହ, ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ, ଗୃହର ନେତା ପୀୟୁଷ ଗୋୟଲ, ସଂସଦୀୟ ବ୍ୟାପାର ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଏବଂ ଭି ମୁରଲୀଧରନ୍ ଉପସ୍ଥିତ ଥିଲେ । ଡିଏମକେ ନେତା ଟିଆର ବାଲୁ, ଟିଏମସି ନେତା ସୁଦୀପ ବନ୍ଦୋପାଧ୍ୟାୟ, ସୁଖେନ୍ଦୁ ଶେଖର ରାୟ, ଏନସିପି ମୁଖ୍ୟ ଶରଦ ପାୱାର, ଶିବସେନା ନେତା ପ୍ରିୟଙ୍କା ଚତୁର୍ବେଦୀ ଏବଂ ଅନେକ ବିରୋଧୀ ଦଳର ନେତା ଉପସ୍ଥିତ ଥିଲେ । ଏଥି ସହିତ ମଲ୍ଲିକାର୍ଜୁନ ଖାଡ଼ଗେ ଏବଂ ଅଧୀର ରଂଜନ ଚୌଧୁରୀ ଭାରତ ଯୋଡୋ ଯାତ୍ରାର ସମାପ୍ତ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଶ୍ରୀନଗର ଯାଇଥିବାରୁ ଏହି ସଭାରେ କଂଗ୍ରେସ ନେତାମାନେ ଅନୁପସ୍ଥିତ ଥିଲେ ।

ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି, ସଂସଦର ବଜେଟ୍ ଅଧିବେଶନକୁ ଏଥର ଦୁଇ ପର୍ଯ୍ୟାରେ ହେବ । ପ୍ରଥମ ପର୍ଯ୍ୟାୟରେ ଜାନୁଆରୀ 31 ରୁ ଆରମ୍ଭ ହେବ, ଯାହା ଫେବୃଆରୀ 13 ପର୍ଯ୍ୟନ୍ତ ଚାଲିବ । ଏଥିରେ, ଅର୍ଥନୈତିକ ସର୍ବେକ୍ଷଣର ରିପୋର୍ଟ 31 ରେ ଉପସ୍ଥାପିତ ହେବ, ଏହାର ଗୋଟିଏ ଦିନ ପରେ ଅର୍ଥାତ୍ ଫେବୃଆରୀ 1 ରେ ସାଧାରଣ ବଜେଟ୍ ଉପସ୍ଥାପିତ ହେବ । ଯୋଶୀ ଆହୁରି ସୂଚନା ଦେଇଛନ୍ତି ଯେ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ମାର୍ଚ୍ଚ 13 ରୁ ଆରମ୍ଭ ହେବ, ଯାହାକି ଅପ୍ରେଲ 6 ପର୍ଯ୍ୟନ୍ତ ଚାଲିବ । ଅଧିବେଶନ ଆରମ୍ଭ ପୂର୍ବରୁ ସରକାର ସମସ୍ତ ପକ୍ଷଙ୍କୁ ସହଯୋଗ ପାଇଁ ନିବେଦନ କରିଛନ୍ତି ।

ଗୁରୁବାର ଠାରୁ ଉଭୟ ଗୃହ 'ରାଷ୍ଟ୍ରପତିଙ୍କ ଅଭିଭାଷଣ ଧନ୍ୟବାଦ' ପ୍ରସ୍ତାବ ଉପରେ ଆଲୋଚନା କରିବେ । ଏହା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଭୟ ଲୋକସଭା ଓ ରାଜ୍ୟସଭାରେ ଉତ୍ତର ଦେବେ ।

ସଂସଦର ବଜେଟ୍ ଅଧିବେଶନରେ ମଧ୍ୟ ବିରୋଧୀ ସରକାରଙ୍କୁ ଘେରିବାକୁ ପ୍ରସ୍ତୁତ ହୋଇଛନ୍ତି । ଆଶା କରାଯାଉଛି ଯେ ବିରୋଧୀ ଦଳ ଚାଇନାର ଅନୁପ୍ରବେଶ, ବିବିସିର ବିବାଦୀୟ ଡକ୍ୟୁମେଣ୍ଟାରୀ, ମୁଦ୍ରାସ୍ଫୀତି, ବେକାରୀ ଭଳି ଅନେକ ପ୍ରସଙ୍ଗ ଉଠାଇପାରନ୍ତି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
All Party Meeting Before Parliament Budget Session 2023
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X