• search
For Quick Alerts
Turn On Notification  
For Daily Alerts

ବର୍ଷ ଶେଷ ସୁଦ୍ଧା ଆରମ୍ଭ ହେବ ସମସ୍ତ ଅନ୍ତର୍ଜାତୀୟ ବିମାନ, ଘୋଷଣା କଲା ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ

|

ନୂଆଦିଲ୍ଲୀ : ଅନ୍ତର୍ଜାତୀୟ ବିମାନ ଉଡ଼ାଣ ସମ୍ପର୍କରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଏକ ବଡ଼ ଘୋଷଣା କରିଛି । ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ସଚିବ ରାଜୀବ ବଂଶଲ କହିଛନ୍ତି ଯେ କରୋନା ଅବଧି ମଧ୍ୟରେ ବନ୍ଦ ହୋଇଥିବା ସମସ୍ତ ଅନ୍ତର୍ଜାତୀୟ ବିମାନ ଡିସେମ୍ବର ଶେଷ ସୁଦ୍ଧା ପୁନଃ ଆରମ୍ଭ ହେବ । ଚଳିତ ବର୍ଷ ଶେଷ ସୁଦ୍ଧା ଅନ୍ତର୍ଜାତୀୟ ବିମାନ ଚଳାଚଳ ସ୍ୱାଭାବିକ ଅବସ୍ଥାକୁ ଫେରିବ ବୋଲି ଆଶା କରାଯାଉଛି ।

flight

ଆପଣଙ୍କୁ କହି ରଖୁଛୁ, କରୋନା କାରଣରୁ, ସିଭିଲ୍ ଆଭିଏସନ୍ ମହାନିର୍ଦେଶକ (ଡିଜିସିଏ) ଅନ୍ତର୍ଜାତୀୟ ଯାତ୍ରୀବାହୀ ବିମାନ ଉପରେ ଲାଗୁ ହୋଇଥିବା ପ୍ରତିବନ୍ଧକକୁ 29 ଅକ୍ଟୋବରରୁ 30 ନଭେମ୍ବର ପର୍ଯ୍ୟନ୍ତ ବଢାଇ ଦେଇଛନ୍ତି । ତେବେ କାର୍ଗୋ ବିମାନ ଏବଂ ବିଶେଷ ଭାବରେ ଡିଜିସିଏ ଦ୍ୱାରା ଅନୁମୋଦିତ ବିମାନ ଉପରେ ଏହି ପ୍ରତିବନ୍ଧକଗୁଡିକ ଲାଗୁ ହେବ ନାହିଁ ବୋଲି ଡିଜିସିଏ କହିଛି । ସରକାରଙ୍କ ଏହି ନିଷ୍ପତ୍ତି ବିଦେଶ ଯାଉଥିବା ଯାତ୍ରୀମାନଙ୍କୁ ବହୁତ ଆରାମ ଦେବ ବୋଲି ଆଶା କରାଯାଉଛି । ବର୍ତ୍ତମାନ ବନ୍ଦେ ଭାରତ ମିଶନ ଅଧୀନରେ ବିମାନ ଉଡ଼ାଣ କରୁଛି ।

ଏୟାର ଇଣ୍ଡିଆରେ ହୋଇଥିବା କ୍ଷତି ସମ୍ପର୍କରେ ରାଜୀବ ବଂଶଲ କହିଛନ୍ତି ଯେ ବର୍ଷ ଶେଷ ସୁଦ୍ଧା ଏହା ଟାଟା ଗ୍ରୁପକୁ ହସ୍ତାନ୍ତର ହେବାର ସମ୍ଭାବନା ରହିଛି । ସେ କହିଛନ୍ତି ଯେ ଡିସେମ୍ବର ଶେଷ ସୁଦ୍ଧା ଆମେ ଏୟାର ଇଣ୍ଡିଆର ସମସ୍ତ ଅପରେସନ୍ ହସ୍ତାନ୍ତର କରିବାକୁ ଚେଷ୍ଟା କରୁଛୁ । ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁସାରେ, ସରକାର ଅକ୍ଟୋବରରେ ଏୟାର ଇଣ୍ଡିଆର 100 ପ୍ରତିଶତ ଅଂଶଧନ ଟାଟା ଗ୍ରୁପକୁ 18,000 କୋଟି ଟଙ୍କାରେ ବିକ୍ରି କରିବାକୁ ନିଶ୍ଚିତ କରିଥିଲେ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
All international Flight Will Start By The End Of The Year
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X