ସବୁ ଧର୍ମ ପରିବର୍ତ୍ତନ ବେଆଇନ ହୋଇପାରିବ ନାହିଁ: ସୁପ୍ରିମକୋର୍ଟ
ମଧ୍ୟପ୍ରଦେଶ ସରକାରଙ୍କ ଦ୍ୱାରା ହାଇକୋର୍ଟଙ୍କ ନିଷ୍ପତ୍ତି ବିରୋଧରେ ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ଏକ ପିଟିସନ ଉପରେ ଜଷ୍ଟିସ ଏମ.ଆର ଶାହା ଏବଂ ସିଟି ରବିକୁମାର କହିଛନ୍ତି ଯେ ସବୁ ଧର୍ମ ପରିବର୍ତ୍ତନ ବେଆଇନ ହୋଇପାରିବ ନାହିଁ ।
ନୂଆଦିଲ୍ଲୀ: ଧର୍ମ ପରିବର୍ତ୍ତନକୁ ନେଇ ମଧ୍ୟପ୍ରଦେଶ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ସୁପ୍ରିମକୋର୍ଟ ଖାରଜ କରିବାକୁ ମନା କରି ଦେଇଛନ୍ତି । ମଧ୍ୟପ୍ରଦେଶ ସରକାର ଧର୍ମ ପରିବର୍ତ୍ତନର 60 ଦିନ ପୂର୍ବରୁ ଡିଏମଙ୍କୁ ଜଣାଇବାକୁ ବାଧ୍ୟତାମୂଳକ କରିଥିଲେ । କିନ୍ତୁ ମଧ୍ୟପ୍ରଦେଶ ହାଇକୋର୍ଟ ଡିଏମଙ୍କୁ ଏହି ସୂଚନା ଦେବା ଆଦେଶ ଉପରେ ରୋକ୍ ଲଗାଇଛନ୍ତି । ମଧ୍ୟପ୍ରଦେଶ ସରକାର ହାଇକୋର୍ଟଙ୍କ ଏହି ନିଷ୍ପତ୍ତି ବିରୋଧରେ ସୁପ୍ରିମକୋର୍ଟଙ୍କ ନିକଟଙ୍କ ଦ୍ୱାରସ୍ଥ ହୋଇଥିଲେ । କିନ୍ତୁ ମଧ୍ୟପ୍ରଦେଶ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ଖାରଜ କରିବାକୁ ସୁପ୍ରିମକୋର୍ଟ ସ୍ପଷ୍ଟ ଭାବେ ମନା କରି ଦେଇଛନ୍ତି ।

ମଧ୍ୟପ୍ରଦେଶ ଫ୍ରିଡମ୍ ଅଫ୍ ରିଲିଜିଅନ୍ ଆକ୍ଟ ଅନୁଯାୟୀ, ଧର୍ମ ପରିବର୍ତ୍ତନର 60 ଦିନ ପୂର୍ବରୁ DM କୁ ଜଣାଇବା ବାଧ୍ୟତାମୂଳକ କରାଯାଇଥିଲା । କିନ୍ତୁ ହାଇକୋର୍ଟ ଏହା ଉପରେ ରୋକ୍ ଲଗାଇଥିଲେ । ମଧ୍ୟପ୍ରଦେଶ ସରକାରଙ୍କ ଦ୍ୱାରା ହାଇକୋର୍ଟଙ୍କ ନିଷ୍ପତ୍ତି ବିରୋଧରେ ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ଏକ ପିଟିସନ ଉପରେ ଜଷ୍ଟିସ ଏମ.ଆର ଶାହା ଏବଂ ସିଟି ରବିକୁମାର କହିଛନ୍ତି ଯେ ସବୁ ଧର୍ମ ପରିବର୍ତ୍ତନ ବେଆଇନ ହୋଇପାରିବ ନାହିଁ ।
ଅନ୍ୟପକ୍ଷରେ ସରକାରଙ୍କ ପକ୍ଷରୁ କୋର୍ଟରେ ହାଜର ହୋଇଥିବା ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଛନ୍ତି ଯେ ବିବାହ କିମ୍ବା ଧର୍ମ ପରିବର୍ତ୍ତନ ଉପରେ କୌଣସି ପ୍ରତିବନ୍ଧକ ନାହିଁ । କିନ୍ତୁ ଏହାର ସୂଚନା ଡିଏମ୍ ଙ୍କୁ ଦିଆଯାଇପାରିବ । ସୁପ୍ରିମକୋର୍ଟର ବେଞ୍ଚ କହିଛନ୍ତି ଯେ ଯଦି ରାଜ୍ୟ ଏହାର କୌଣସି ପକ୍ଷ ଉପସ୍ଥାପନ କରିବାକୁ ଚାହାଁନ୍ତି ତେବେ ପରବର୍ତ୍ତୀ ଶୁଣାଣିରେ ଏହା କରିପାରିବେ । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଫେବୃଆରୀ 7 ରେ ହେବ । ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଛନ୍ତି ଯେ ବିବାହ ବେଆଇନ ଧାର୍ମିକ ରୂପାନ୍ତର ପାଇଁ ବ୍ୟବହୃତ ହୁଏ, ଆମେ ଏହାକୁ ନେଇ ଆମ ଆଖି ବନ୍ଦ କରିପାରିବୁ ନାହିଁ ।
ଉଲ୍ଲେଖଯୋଗ୍ୟ, ଏହାର ମଧ୍ୟବର୍ତ୍ତୀକାଳୀନ ଆଦେଶରେ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ଯେ MPFRA ର ଧାରା 10 ଅନୁଯାୟୀ ଯଦି ଦୁଇ ଜଣ ପ୍ରାପ୍ତ ବୟସ୍କ ନିଜ ସହମତିରେ ବିବାହ କରୁଛନ୍ତି ତେବେ ସେମାନଙ୍କୁ ଦୋଷୀ ବୋଲି ବିଚାର ନକରାଯାଉ । ଗତ ବର୍ଷ ନଭେମ୍ବର 14 ରେ ହାଇକୋର୍ଟ ତାଙ୍କ ଆଦେଶରେ କହିଛନ୍ତି ଯେ ଆମ ମତରେ ଏହା ଅସାମ୍ବିଧାନିକ ଅଟେ ଯେ ଧର୍ମ ପରିବର୍ତ୍ତନ ପୂର୍ବରୁ ଡିଏମଙ୍କୁ ଜଣାଇବାକୁ ପଡିବ ।












Click it and Unblock the Notifications