ଡିସେମ୍ବର ସୁଦ୍ଧା ସମସ୍ତ 94 କୋଟି ବୟସ୍କଙ୍କୁ କରାଯିବ ଟୀକାକରଣ : କିପରି ଯୋଜନା କରୁଛି କେନ୍ଦ୍ର

ଜୁଲାଇ ପର୍ଯ୍ୟନ୍ତ ଟୀକାକରଣ ପାଇଁ 53.6 କୋଟି ଟିକା ଉପଲବ୍ଧ ଥିବାବେଳେ ସମସ୍ତ 94 କୋଟି ହିତାଧିକାରୀଙ୍କୁ ଟିକା ଦେବା ପାଇଁ ଅଗଷ୍ଟରୁ ଡିସେମ୍ବର ମଧ୍ୟରେ ଅଧିକ 133 କୋଟି 60 ଲକ୍ଷ ଡୋଜ ବ୍ୟବସ୍ଥା କରାଯାଇଛି ।

ନୂଆଦିଲ୍ଲୀ : ସୋମବାର ଦିନ ଜାତୀୟ ଟୀକାକରଣ ନୀତି ବଦଳାଇଥିବା ସହ କେନ୍ଦ୍ର ସରକାର କହିଛନ୍ତି ଯେ ଡିସେମ୍ବର 2021 ସୁଦ୍ଧା 18 ବର୍ଷରୁ ଅଧିକ ସମସ୍ତ 94 କୋଟି ଲୋକଙ୍କୁ ଟୀକାକରଣ କରାଯିବ ।

କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଛନ୍ତି ଯେ, ଜୁଲାଇ ପର୍ଯ୍ୟନ୍ତ ଟୀକାକରଣ ପାଇଁ 53.6 କୋଟି ଟିକା ଉପଲବ୍ଧ ଥିବାବେଳେ ସମସ୍ତ 94 କୋଟି ହିତାଧିକାରୀଙ୍କୁ ଟିକା ଦେବା ପାଇଁ ଅଗଷ୍ଟରୁ ଡିସେମ୍ବର ମଧ୍ୟରେ ଅଧିକ 133 କୋଟି 60 ଲକ୍ଷ ଡୋଜ ବ୍ୟବସ୍ଥା କରାଯାଇଛି ।

corona-virus

ଭୂଷଣ ଆହୁରି ମଧ୍ୟ କହିଛନ୍ତି, ରାଜ୍ୟ କିମ୍ବା ଡାକ୍ତରଖାନା ଦ୍ୱାରା 53 କୋଟି 60 ଲକ୍ଷ ଟିକା ଡୋଜ ସିଧାସଳଖ କ୍ରୟ କରାଯାଇଛି । ଅଗଷ୍ଟରୁ ଡିସେମ୍ବର ମଧ୍ୟରେ କୋଭିଶିଲ୍ଡର 50 କୋଟି ଡୋଜ, କୋଭାକ୍ସିନର 38 କୋଟି 60 ଲକ୍ଷ, ବାୟୋଲୋଜିକାଲ ଇରୁ 30 କୋଟି, ସ୍ପୁଟନିକ ଭି 10 କୋଟି ଏବଂ ଜାଏଡସ୍ କ୍ୟାଡିଲା ର ପାଞ୍ଚ କୋଟି ଡୋଜ ଉପଲବ୍ଧ ହେବ ବୋଲି ଭୂଷଣ କହିଛନ୍ତି ।

ଏହାର ଅର୍ଥ ହେଉଛି ଜାନୁୟାରୀରୁ ଡିସେମ୍ବର ମଧ୍ୟରେ ଦେଶରେ ବ୍ୟବହୃତ ଟିକା ମାତ୍ରା ମୋଟ ସଂଖ୍ୟା 187 କୋଟି 72ଲକ୍ଷରେ ପହଞ୍ଚିବ । 94 କୋଟି ଲୋକଙ୍କୁ ଟିକା ଦେବା ପାଇଁ ଏହା ପର୍ଯ୍ୟାପ୍ତ ହେବ ବୋଲି ଭୂଷଣ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଆଗାମୀ ଦିନରେ ଟୀକାକରଣ ଡ୍ରାଇଭ୍ର ଗତି ତ୍ୱରାନ୍ୱିତ ହେବ, କାରଣ ଜୁନ୍ ମାସରେ 12 କୋଟି ଡୋଜ ଉପଲବ୍ଧ ହେବା ସହ ମେ ମାସରେ ଆଠ କୋଟି ଉପଲବ୍ଧ ହୋଇଥିଲା । ଏହା ବ୍ୟତୀତ ସ୍ପୁଟ୍ନିକ୍ ଭି ଘରୋଇ ଭାବରେ ଆହୁରି ପାଞ୍ଚଟି କମ୍ପାନୀ ଦ୍ୱାରା ବିକଶିତ ହେବ ଏବଂ ଏହା ଉପରେ ବର୍ତ୍ତମାନ ଦୁଇଟି କମ୍ପାନୀ କାର୍ଯ୍ୟ ଜାରି ରଖିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+