Get Updates
Get notified of breaking news, exclusive insights, and must-see stories!

ଦୁର୍ଘଟଣାର ଶିକାର ହେଲା ଅଖିଳେଶ ଯାଦବଙ୍କ କନଭେନ୍, 6 ଟି ଗାଡି ନଷ୍ଟ

ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କ କନଭେନ୍ ଦୁର୍ଘଟଣାର ଶିକାର ହୋଇଛି । ଶୁକ୍ରବାର ଅପରାହ୍ନରେ ହରଦୋଇ ଜିଲ୍ଲାରେ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା । ଏହି ଦୁର୍ଘଟଣାରେ ଅଖିଳେଶଙ୍କ କନଭେନର 6 ଟି ଗାଡି ନଷ୍ଟ ହୋଇଯାଇଛି ।

akhilesh yadav

ଲକ୍ଷ୍ନୌ: ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କ କନଭେନ୍ ଦୁର୍ଘଟଣାର ଶିକାର ହୋଇଛି । ଶୁକ୍ରବାର ଅପରାହ୍ନରେ ହରଦୋଇ ଜିଲ୍ଲାରେ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା । ଏହି ଦୁର୍ଘଟଣାରେ ଅଖିଳେଶଙ୍କ କନଭେନର 6 ଟି ଗାଡି ନଷ୍ଟ ହୋଇଯାଇଛି । ଆହତମାନଙ୍କୁ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନା ନିଆଯାଇଛି । ବିବାହ ଉତ୍ସବରେ ଯୋଗଦେବା ପାଇଁ ଅଖିଳେଶ ଯାଦବ ହରଦୋଇ ରେ ପହଞ୍ଚିଥିଲେ । ଏହି ଦୁର୍ଘଟଣାରେ ଅଖିଳେଶ ଯାଦବଙ୍କ କାରରେ କୌଣସି କ୍ଷୟକ୍ଷତି ହୋଇନାହିଁ । ଦୁର୍ଘଟଣାଗ୍ରସ୍ତ ହୋଇଥିବା ଗାଡିଗୁଡିକ ଅଖିଳେଶ ଯାଦବଙ୍କ କନଭେନ୍ ପଛରେ ଯାଉଥିଲା ।

ଶୁକ୍ରବାର ଅପରାହ୍ନରେ ହରଦୋଇ ରେ ଫରହତ ନଗର ରେଳ କ୍ରସିଂ ନିକଟରେ ଏସପି ସଭାପତି ଅଖିଳେଶ ଯାଦବଙ୍କ କନଭେନର ଅନେକ ଗାଡି ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା । ଏହି ଦୁର୍ଘଟଣାରେ ଅଖିଳେଶ ଯାଦବ ବର୍ତ୍ତି ଯାଇଛନ୍ତି । ଏହି ଦୁର୍ଘଟଣାରେ ଅନ୍ୟ ଅନେକ ଗାଡି ନଷ୍ଟ ହୋଇଯାଇଛି । ଆହତମାନଙ୍କୁ ଡାକ୍ତରଖାନା ନିଆଯାଇଛି । ଅଖିଳେଶ ଯାଦବ ମାଲୱାନ ପୋଲିସ ଷ୍ଟେସନ ଅଞ୍ଚଳର ବାଇଥାପୁର ଗ୍ରାମରେ ଏକ ବିବାହ ଉତ୍ସବରେ ଯୋଗଦେବାକୁ ଯାଉଥିଲେ ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଫରହତ ନଗର ରେଳ କ୍ରସିଂ ନିକଟରେ ପହଞ୍ଚିବା ମାତ୍ରେ ଏକ ବଡ଼ ବଙ୍କାଣି ନିକଟରେ ଗୋଟିଏ ଗାଡି ବ୍ରେକ୍ ଲଗାଇଥିଲା । କାର ହଠାତ୍ ବ୍ରେକ୍ ଲଗାଇବାରୁ ପଛରୁ ଆସୁଥିବା ଗାଡିଗୁଡ଼ିକ ଧକ୍କା ହୋଇଥିଲା । ଏହି ଧକ୍କାରେ 6 ଟି ଗାଡି ନଷ୍ଟ ହୋଇଛି । କିନ୍ତୁ କେହି ଗୁରୁତର ଆହତ ହୋଇନାହାଁନ୍ତି । ଆହତମାନଙ୍କୁ ଆମ୍ବୁଲାନ୍ସ ସାହାଯ୍ୟରେ ଡାକ୍ତରଖାନା ନିଆଯାଇଛି ।

ଦୁର୍ଘଟଣା ପରେ କିଛି ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ଏଥିରେ ଚାରିରୁ ଅଧିକ ଗାଡି ନଷ୍ଟ ହୋଇଥିବା ଦେଖିବାକୁ ମିଳିଛି । ଲୋକମାନେ ଗାଡି ଚାରିପାଖରେ ଏକତ୍ରିତ ହୋଇଛନ୍ତି । ସେଠାରେ ଆମ୍ବୁଲାନ୍ସ ମଧ୍ୟ ଅଛି । କୁହାଯାଉଛି ଯେ ଦୁର୍ଘଟଣା ସମୟରେ ଅଖିଳେଶଙ୍କ କନଭନ୍ କ୍ରସିଂ ପାର ହୋଇଯାଇଥିଲା । କନଭେନର ଅନେକ ଗାଡି ପଛରେ ରହିଯାଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+