ବିଶ୍ୱର ସବୁଠାରୁ ଲମ୍ବା ରାସ୍ତା ବିମାନ ଉଡ଼ାଇବେ ଏୟାର ଇଣ୍ଡିଆର ମହିଳା ପାଇଲଟ୍

ଏୟାର ଇଣ୍ଡିଆର ଏକ ମହିଳା ମହିଳା ପାଇଲଟ୍ ଟିମ୍ ବିଶ୍ୱର ଉତ୍ତର ପୋଲରୁ ଲମ୍ବା ରାସ୍ତା ବିମାନ ଚଳାଇବେ । ବିମାନଟି ସାନ ଫ୍ରାନ୍ସିସକୋ (SFO)ରୁ ଉଡ଼ାଣ ଭରି ପ୍ରାୟ 16 ହଜାର କିଲୋମିଟର ଅତିକ୍ରମ କରି ଜାନୁଆରୀ 9 ରେ ବେଙ୍ଗାଲୁରୁରେ ପହଞ୍ଚିବ ।

ନୂଆଦିଲ୍ଲୀ : ଏୟାର ଇଣ୍ଡିଆର ଏକ ମହିଳା ମହିଳା ପାଇଲଟ୍ ଟିମ୍ ବିଶ୍ୱର ଉତ୍ତର ପୋଲରୁ ଲମ୍ବା ରାସ୍ତା ବିମାନ ଚଳାଇବେ । ବିମାନଟି ସାନ ଫ୍ରାନ୍ସିସକୋ (SFO)ରୁ ଉଡ଼ାଣ ଭରି ପ୍ରାୟ 16 ହଜାର କିଲୋମିଟର ଅତିକ୍ରମ କରି ଜାନୁଆରୀ 9 ରେ ବେଙ୍ଗାଲୁରୁରେ ପହଞ୍ଚିବ ।

"ଉତ୍ତର ପୋଲ ଦେଇ ଉଡ଼ାଣ ଅତ୍ୟନ୍ତ ଆହ୍ୱାନପୂର୍ଣ୍ଣ ଏବଂ ବିମାନ କମ୍ପାନୀଗୁଡିକ ସେମାନଙ୍କର ସର୍ବୋତ୍ତମ ତଥା ଅଭିଜ୍ଞ ପାଇଲଟମାନଙ୍କୁ ଏହି ମାର୍ଗରେ ବିମାନ ଚଲାଇବାକୁ ପଠାଇଥାନ୍ତି । କିନ୍ତୁ ଏଥର ଏୟାର ଇଣ୍ଡିଆ ଜଣେ ମହିଳା ଅଭିଜ୍ଞ ପାଇଲଟଙ୍କୁ ପୋଲାର ରୁଟ ଦେଇ ସାନ ଫ୍ରାନ୍ସିସକୋରୁ ବେଙ୍ଗାଲୁରୁ ଅଭିମୁଖେ ବିମାନ ଉଡ଼ାଣ କରିବା ନେଇ ଦାୟିତ୍ୱ ଦେଇଛି ।"ବୋଲି ଏୟାର ଇଣ୍ଡିଆର ଜଣେ ଅଧିକାରୀ କହିଛନ୍ତି ।

ଏହି ବିମାନର ନିର୍ଦ୍ଦେଶନା ଦେବେ ଏଆଇ କ୍ୟାପଟେନ ଜୋୟା ଅଗ୍ରୱାଲ । ତାଙ୍କ ଟିମ୍ ଏହି ଉଡ଼ାଣ ଭରିବା ସହ ଜାନୁଆରୀ 9 ରେ ଇତିହାସ ସୃଷ୍ଟି କରିବାକୁ ବହୁତ ଉତ୍ସାହିତ ଅଛନ୍ତି ।

Woman-pilot-ir-india

"ଦୁନିଆର ଅଧିକାଂଶ ଲୋକ ସେମାନଙ୍କ ଜୀବନ କାଳରେ ଉତ୍ତର ପୋଲ କିମ୍ବା ଏହାର ମାନଚିତ୍ର ଦେଖିପାରିବେ ନାହିଁ। ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ଆମ ଉପରେ ଏହି ବିଶ୍ୱାସ ଥିବାରୁ ଆମେ ନିଜକୁ ବହୁତ ଭାଗ୍ୟବାନ ମନେ କରୁଛୁ ଏବଂ ଖୁ୍ସି ଅଛୁ । ଉତ୍ତରପୋଲ ଉପରେ ଏହି ଦୀର୍ଘତମ ରାସ୍ତା ଅତିକ୍ରମ କରିବାକୁ ଥିବା ଏହି ବୋଇଙ୍ଗ 777 ବିମାନ ଉଡ଼ାଇବା ଆମ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ବୋଲି କ୍ୟାପଟେନ୍ ଜୋୟା ଅଗ୍ରଓ୍ୱାଲ କହିଛନ୍ତି ।

କ୍ୟାପଟେନ ଥାନମାଇ ପାପାଗାରୀ, ଆକଂକ୍ଷା ସୋନାୱାନେ ଏବଂ ଶିବାନୀ ମାନହସ ଭଳି ମହିଳା ପାଇଲଟଙ୍କୁ ନେଇ ଏହି ଟିମ୍ ଗଠନ ହୋଇଥିବାରୁ ମୁଁ ଅତ୍ୟଧିକ ଗର୍ବିତ । ପ୍ରଥମ ଥର ପାଇଁ ଏକ ମହିଳା ମହିଳା ପାଇଲଟ ଦଳ ଉତ୍ତର ପୋଲ ଉପରେ ବିମାନ ଉଡ଼ାଇ ଇତିହାସ ସୃଷ୍ଟି କରିବେ । କୌଣସି ପାଇଲଟର ଜୀବନରେ ଏହା ଏକ ସ୍ୱପ୍ନ ବୋଲି ସେ କହିଛନ୍ତି ।

ବିମାନ ବିଶେଷଜ୍ଞଙ୍କ ଅନୁଯାୟୀ, ଉତ୍ତର ପୋଲ ଉପରେ ବିମାନ ଉଡ଼ାଇବା ପାଇଁ ବୈଷୟିକ ଜ୍ଞାନ କୌଶଳ ଏବଂ ଅଭିଜ୍ଞତା ଆବଶ୍ୟକ ।
ଉତ୍ତର ପୋଲ ଅତିକ୍ରମ କରିବା ସମୟରେ ବିମାନର କମ୍ପାସ ସାଧାରଣତଃ 180 ଡିଗ୍ରୀ ଫ୍ଲପ୍ ହୋଇଥାଏ, ଯାହାକି ବାସ୍ତବରେ ରୋମାଞ୍ଚକର ବୋଲି କ୍ୟାପଟେନ୍ ଜୋୟା କହିଛନ୍ତି ।

ଏହି ଉଡ଼ାଣ ଭରିବାରେ ତାଙ୍କ ପାଇଲଟ୍ କ୍ୟାରିଅରରେ ଆଉ ଏକ ସଫଳତା ହେବ । ଏହା ପୂର୍ବରୁ ସେ 2013 ରେ ସର୍ବକନିଷ୍ଠ ମହିଳା ପାଇଲଟ୍ ଭାବେ ଏକ ବୋଇଙ୍ଗ -777 ଉଡ଼ାଇଥିଲେ ।
ସେ କହିଛନ୍ତି ଯେ, ମୁଁ ବୋଇଙ୍ଗ 777 ରେ ଦୁନିଆର ସବୁଠାରୁ କନିଷ୍ଠ ମହିଳା କମାଣ୍ଡର । ମହିଳାମାନେ ଆତ୍ମ ବିଶ୍ୱାସୀ ହେବା ସହ କୌଣସି ବି କାମକୁ ଅସମ୍ଭବ ନଭାବିବା ଉଚିତ୍ ।

ସେ ଉତ୍ତର ପୋଲ ଉପରେ ବିମାନ ନିର୍ଦ୍ଦେଶ ଦେବାରେ ଏୟାର ଇଣ୍ଡିଆର ପ୍ରଥମ ମହିଳା କମାଣ୍ଡର ହେବେ । ଯଦିଓ ଏୟାର ଇଣ୍ଡିଆ ପାଇଲଟମାନେ ପୂର୍ବରୁ ମଧ୍ୟ ପୋଲାର ରୁଟ୍ ଉପରେ ବିମାନ ଉଡ଼ାଇଛନ୍ତି, କିନ୍ତୁ ପ୍ରଥମ ଥର ପାଇଁ ଏକ ଟିମ୍ ମହିଳା ପାଇଲଟ୍ ଉତ୍ତର ପୋଲ ଉପରେ ବିମାନ ଉଡ଼ାଇବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+