ଉଡ଼ାଣ ଭରିବାର 12 ମିନିଟ ପରେ ଜରୁରୀ ଅବତରଣ କଲା ଏୟାର ଇଣ୍ଡିଆର ବିମାନ
ଏୟାର ଇଣ୍ଡିଆର ମୁମ୍ବାଇ-କାଲିକଟ ବିମାନରେ ଯାନ୍ତ୍ରିକ ତୃଟି ହେତୁ ବିମାନକୁ ମୁମ୍ବାଇରେ ଜରୁରୀ ଅବତରଣ କରିବାକୁ ପଡ଼ିଛି । ଏହି ଘଟଣା ମୁମ୍ବାଇର ଛତ୍ରପତି ଶିବାଜୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଘଟିଛି ।
ମୁମ୍ବାଇ : ଗତ କିଛି ମାସ ହେବ ବିମାନରେ ଯାନ୍ତ୍ରିକ ତୃଟି ପରିସ୍ଥିତି ବନ୍ଦ ହେବାର ନାମ ନେଉନାହିଁ । ପ୍ରତିଦିନ ବିମାନରେ ବୈଷୟିକ ସମସ୍ୟା ସହ ଜଡିତ କିଛି ବା ଅନ୍ୟ ଖବର ସାମ୍ନାକୁ ଆସୁଛି । ବର୍ତ୍ତମାନ ଏୟାର ଇଣ୍ଡିଆର ମୁମ୍ବାଇ-କାଲିକଟ ବିମାନରେ ଯାନ୍ତ୍ରିକ ତୃଟି ହେତୁ ବିମାନକୁ ମୁମ୍ବାଇରେ ଜରୁରୀ ଅବତରଣ କରିବାକୁ ପଡ଼ିଛି । ଏହି ଘଟଣା ମୁମ୍ବାଇର ଛତ୍ରପତି ଶିବାଜୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଘଟିଛି । ବିମାନ ଉଡ଼ାଣର 12 ମିନିଟ ପରେ ବମାନକୁ ଜରୁରୀକାଳୀନ ଅବତରଣ କରିବାକୁ ପଡିଛି ।

ସୂଚନା ଅନୁସାରେ, ମୁମ୍ବାଇ-କାଲିକଟ୍ ସେକ୍ଟରରେ 110 ରୁ ଅଧିକ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଏୟାର ଇଣ୍ଡିଆ ବିମାନ (AI 581) ବୈଷୟିକ ସମସ୍ୟା ହେତୁ ଉଡ଼ାଣ ଭରିବାର କିଛି ସମୟ ପରେ ଫେରି ଆସିଥିଲା । ତେବେ ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ ପରେ ବିମାନ ଉଡ଼ାଣ ପାଇଁ ପ୍ରସ୍ତୁତ କରାଯାଇଛି ।
ଏୟାର ଇଣ୍ଡିଆର ମୁଖପାତ୍ର କହିଛନ୍ତି ଯେ ବୈଷୟିକ ସମସ୍ୟା ହେତୁ ସକାଳ 6.13 ରେ ପୁସବ୍ୟାକ୍ ପରେ ବିମାନ AI 581 ସକାଳ 6.25 ରେ ଫେରି ଆସିଥିଲା । ଇଞ୍ଜିନିୟରିଂ ଯାଞ୍ଚ ପରେ ବିମାନଟି ବର୍ତ୍ତମାନ ବିମାନ ଉଡ଼ାଣ ପାଇଁ ପ୍ରସ୍ତୁତ । ପ୍ରାୟ 3 ଘଣ୍ଟା ବିଳମ୍ବ ହୋଇଥିଲା ବୋଲି ମୁଖପାତ୍ର କହିଛନ୍ତି ।
ସୂଚନା ଦେଇ ଏୟାର ଇଣ୍ଡିଆର ମୁଖପାତ୍ର କହିଛନ୍ତି ଯେ ବିମାନରେ 114 ଜଣ ଥିଲେ । ଏୟାର ଇଣ୍ଡିଆ ସୁରକ୍ଷା ପ୍ରସଙ୍ଗରେ ସର୍ବାଧିକ ପ୍ରାଥମିକତା ଦେଇଥାଏ, ତେଣୁ ବିମାନଟି ପୁନଃ କାର୍ଯ୍ୟକ୍ଷମ ହେବା ପୂର୍ବରୁ ପୁଙ୍ଖାନୁପୁଙ୍ଖ ଯାଞ୍ଚ କରାଯାଇଥିଲା ।
ଆମେ ଆପଣଙ୍କୁ କହି ରଖୁଛୁ ଶୁକ୍ରବାର ଦିନ ଇଣ୍ଡିଗୋ ଏୟାରଲାଇନ୍ସର ବିମାନରେ ବୈଷୟିକ ତ୍ରୁଟି ଖବର ମଧ୍ୟ ମିଳିଥିଲା । ଏହି ବିମାନଟି କୋଲକାତା ରୁ ମୁମ୍ବାଇ ଯାଉଥିଲା, ଯାହାକି ଉଡ଼ାଣ ଭରିବାର କିଛି ସମୟ ପରେ ଫେରିବାକୁ ପଡିଲା । ଶୁକ୍ରବାର ଦିନ ପ୍ରାୟ 10 ଟା ସମୟରେ ଏହି ଘଟଣାଟି ଘଟିଥିଲା, ଫଳରେ ବିମାନଟି କୋଲକାତାର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଅବତରଣ କରାଯାଇଥିଲା ।












Click it and Unblock the Notifications