'ଗାର୍ଲ ଫ୍ରେଣ୍ଡ' କୁ କକପିଟ ଭିତରକୁ ଡାକିଲେ ପାଇଲଟ୍, ଆଇ ତା ପରେ...
ନୂଆଦିଲ୍ଲୀ : ଏୟାର ଇଣ୍ଡିଆର ବିମାନରେ ଗତ କିଛି ଦିନ ହେବ ଅବହେଳାର ଅନେକ ଖବର ସାମ୍ନାକୁ ଆସିଛି । କେତେବେଳେ ଯାତ୍ରୀଙ୍କ ହଙ୍ଗାମା ତ କେତେବେଳେ ବିମାନ ସେବା କମ୍ପାନୀର ଅବହେଳା ବାରମ୍ବାର ସାମ୍ନାକୁ ଆସୁଛି । ଏହି ସମୟରେ ଆଉ ଏକ ଚକ୍କିତ କଲା ଭଳି ଖବର ଆସିଛି ।
ଖବର ଅନୁସାରେ, ପାଇଲଟ୍ ତାଙ୍କ ମହିଳା ବନ୍ଧୁଙ୍କୁ କକପିଟ୍ ଭିତରକୁ ଡାକିଥିବା ନେଇ ଅଭିଯୋଗ ହୋଇଛି । ଫେବୃଆରୀ 27 ରେ ଦୁବାଇରୁ ଦିଲ୍ଲୀକୁ ଆସୁଥିବା ଏୟାର ଇଣ୍ଡିଆ ବିମାନରେ ପାଇଲଟ ତାଙ୍କ ମହିଳା ବନ୍ଧୁଙ୍କୁ କକପିଟ୍ ଭିତରକୁ ଯିବାକୁ ଅନୁମତି ଦେଇଥିଲେ ।

ଏହି ଘଟଣାର ମହିଳା କ୍ରୁ ମେମ୍ବର କର୍ମଚାରୀ ଡିଜିସିଏରେ ଅଭିଯୋଗ କରିଥିଲେ । ଅଭିଯୋଗରେ ଦର୍ଶାଯାଇଛି ଯେ ଯେତେବେଳେ ସେ ତାଙ୍କ ମହିଳା ବନ୍ଧୁଙ୍କୁ କକପିଟ୍ ଭିତରକୁ ଡାକିଲେ କ୍ୟାବିନ କ୍ରୁ ତାଙ୍କୁ ସ୍ୱାଗତ କରିବାକୁ କୁହାଯାଇଥିଲା । ଏପରକି ଏହି ମହିଳା ବନ୍ଧୁଙ୍କୁ ବିଜିନେସ୍ କ୍ଲାସରେ ଖାଦ୍ୟ ପରିବେଷଣ କରାଯାଉଥିବା କର୍ମଚାରୀମାନେ ଅଭିଯୋଗ କରିଛନ୍ତି ।
ଏହି ଘଟଣା ସାମ୍ନାକୁ ଆସିବା ପରେ ଏୟାର ଇଣ୍ଡିଆ ଏହି ଘଟଣାର ତଦନ୍ତ ପାଇଁ ଏକ କମିଟି ଗଠନ କରିଛି । ବିମାନ ସେବା ଅଧିକାରୀ କହିଛନ୍ତି ଯେ ମାର୍ଚ୍ଚ 3 ରେ କ୍ରୁଙ୍କ ଠାରୁ ଆମେ ଏ ସମ୍ପର୍କରେ ଅଭିଯୋଗ ପାଇଛୁ । ତେବେ ଏୟାର ଇଣ୍ଡିଆର ମୁଖପାତ୍ର ଏ ସମ୍ପର୍କରେ କୌଣସି ମନ୍ତବ୍ୟ ଦେଇନାହାଁନ୍ତି ।
କ୍ୟାବିନ କ୍ରୁ କହିଛନ୍ତି ଯେ ସେମାନେ ତାଙ୍କ ରିପୋର୍ଟିଂ ସମୟ ପର୍ଯ୍ୟନ୍ତ ପାଇଲଟଙ୍କୁ ଅପେକ୍ଷା କରିଥିଲେ । ଏଠାରେ ପହଞ୍ଚିବା ପରେ ପାଇଲଟ୍ କ୍ରୁଙ୍କୁ ନ ଭେଟି ବିମାନ କାର୍ଯ୍ୟ ଆରମ୍ଭ କରିଥିଲେ । ପାଇଲଟ୍ ତାଙ୍କ ମହିଳା ବନ୍ଧୁଙ୍କ ସହ ବିମାନରେ ପହଞ୍ଚିଥିଲେ ।
ତା'ପରେ ସେ କ୍ରୁଙ୍କୁ କହିଥିଲେ ଯେ ମୋର ବନ୍ଧୁ ଇକୋନୋମି କ୍ଲାସରେ ଅଛନ୍ତି । କିନ୍ତି ତାଙ୍କୁ ବିଜିନେସ୍ କ୍ଲାସ୍ ରେ ସିଟ୍ ଦେବା ସହ ସମସ୍ତ ସୁବିଧା ଯୋଗାଇଦିଆଯାଉ । ଅଭିଯୋଗ ଅନୁଯାୟୀ, କ୍ୟାପଟେନ କର୍ମଚାରୀଙ୍କୁ ମହିଳା ବନ୍ଧୁଙ୍କୁ କକପିଟ୍ କୁ ପଠାଇବାକୁ ଏବଂ ତାଙ୍କ ଆରାମ ପାଇଁ କିଛି ତକିଆ ଯୋଗାଇବାକୁ କହିଥିଲେ । ଏହା ପରେ ମହିଳା ପ୍ରଥମ ପର୍ଯ୍ୟବେକ୍ଷକ ଆସନରେ ବସିଥିଲେ । ପାଇଲଟ୍ କହିଥିଲେ ଯେ ତାଙ୍କୁ କକପିଟ୍ ରେ ସ୍ୱାଗତ କରାଯିବା ଉଚିତ୍ ।
ଏପରିକି ସେମାନଙ୍କୁ କକପିଟ୍ ରେ ସ୍ନାକ୍ସ, ପାନୀୟ ଇତ୍ୟାଦି ପରିବେଷଣ କରାଯାଉ ବୋଲି କହିଥିଲେ ପାଇଲଟ୍ । କ୍ରୁ ସଦସ୍ୟ କହିଛନ୍ତି ମୁଁ କହିଲି, କ୍ୟାପଟେନ ମୁଁ କକପିଟ୍ ରେ ମଦ ପରିବେଷଣ କରିବାରେ ଆରାମଦାୟକ ନୁହେଁ । ଏହା ପରେ ପାଇଲଟ ମତେ ଚାକର ଭଳି ବ୍ୟବହାର କରିଥିଲେ ।
ଅଭିଯୋଗରେ ଦର୍ଶାଯାଇଛି ଯେ ଯେତେବେଳେ ମହିଳାମାନେ କକପିଟ୍ ରେ ଥିଲେ, ସେତେବେଳେ ସେମାନେ ସାଧାରଣ ସ୍ଥିତିରେ ନଥିଲେ ।
କ୍ରୁ ସଦସ୍ୟ କହିଛନ୍ତି ଯେ ପ୍ରଥମ ଅଧିକାରୀ ସିଟ୍ ରେ ଶୋଇ ମହିଳା ସାଥୀଙ୍କ ସହ କଥାବାର୍ତ୍ତା ହେଉଥିବାର ଦେଖିଥିଲି । ଇମିଗ୍ରେସନ ପର୍ଯ୍ୟନ୍ତ ଉଭୟ ପାଇଲଟ ଜଣେ ମହିଳା ସାଥୀଙ୍କ ସହ ଥିଲେ ।
-
ମାର୍ଚ୍ଚ ଶେଷ ସପ୍ତାହରେ ପ୍ରଳୟ କରିବ କାଳବୈଶାଖୀ -
ନିର୍ବାଚନ ସରିଲେ ବାହାହେବେ ବିଜୟ -
ଘରୋଇ ବସ୍ରେ ଅଗ୍ନିକାଣ୍ଡ, ବିଧାୟକ ମଙ୍ଗୁ ଖିଲଙ୍କ ସମେତ ସମସ୍ତ ଯାତ୍ରୀ ସୁରକ୍ଷିତ ଉଦ୍ଧାର -
ନାଟୋ'କୁ ଭୀରୁ କହି ବର୍ଷିଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍ -
Zomatoରୁ ଖାଇବା ଅର୍ଡର କରିବା ହେଲା ମହଙ୍ଗା, ବଢ଼ିଲା ପ୍ଲାଟଫର୍ମ ଫିସ୍ -
ଓଡ଼ିଆ ଖାଦ୍ୟ ପଖାଳକୁ ମିଳିଲା ଅନ୍ତର୍ଜାତୀୟ ପରିଚୟ -
ଆଜି ପବିତ୍ର ଇଦ୍-ଉଲ୍-ଫିତର୍, ଆଲିଙ୍ଗନ କରି ଜଣାଉଛନ୍ତି ଶୁଭେଚ୍ଛା





Click it and Unblock the Notifications