ମଧ୍ୟପ୍ରଦେଶରେ ବାୟୁସେନା ପ୍ରଶିକ୍ଷଣ ବିମାନ ଦୁର୍ଘଟଣାଗ୍ରସ୍ତ
ମଧ୍ୟପ୍ରଦେଶର ଭିଣ୍ଡରେ ଗୁରୁବାର ସକାଳେ ଏକ ଭାରତୀୟ ବାୟୁସେନା ପ୍ରଶିକ୍ଷକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଭିଣ୍ଡ ଏସପି ମନୋଜ କୁମାର ସିଂଙ୍କ ଅନୁଯାୟୀ ଏହି ଦୁର୍ଘଟଣାରେ ବିମାନର ପାଇଲଟ ଆହତ ହୋଇଛନ୍ତି ।
ଭୋପାଳ : ମଧ୍ୟପ୍ରଦେଶର ଭିଣ୍ଡରେ ଗୁରୁବାର ସକାଳେ ଏକ ଭାରତୀୟ ବାୟୁସେନା ପ୍ରଶିକ୍ଷକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଭିଣ୍ଡ ଏସପି ମନୋଜ କୁମାର ସିଂଙ୍କ ଅନୁଯାୟୀ ଏହି ଦୁର୍ଘଟଣାରେ ବିମାନର ପାଇଲଟ ଆହତ ହୋଇଛନ୍ତି ।

ଏହି ବିଷୟରେ ସୂଚନା ପ୍ରଦାନ କରି ଭାରତୀୟ ବାୟୁସେନା ଅଧିକାରୀ କହିଛନ୍ତି ଯେ ଟ୍ରେନିଂ ଫ୍ଲାଇଟ୍ ସମୟରେ ଆଜି ସକାଳେ ସେଣ୍ଟ୍ରାଲ୍ ସେକ୍ଟରରେ ବାୟୁସେନା ବିମାନ 'ମିରାଜ୍ 2000' ରେ ଯାନ୍ତ୍ରିକ ତ୍ରୁଟି ଘଟିଛି । ଦୁର୍ଘଟଣା ପରେ ପାଇଲଟ ନିରାପଦରେ ବାହାରକୁ ବାହାରିଯାଇଥିଲେ, କିନ୍ତୁ ସାମାନ୍ୟ ଆହତ ହୋଇଥିଲେ । ଦୁର୍ଘଟଣାର କାରଣ ଜାଣିବା ପାଇଁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ।
ଦୁର୍ଘଟଣାର ଏକ ଫଟୋ ଏବେ ସାମ୍ନାକୁ ଆସିଛି । ଫଟୋରେ ଏକ ଖୋଲା ପଡ଼ିଆରେ ବିମାନଟି ଖସିପଡ଼ିଥିବା ଦେଖାଯାଇଥିବା ବେଳେ ସମ୍ପୂର୍ଣ୍ଣ ଜଳିଯାଇଥିବା ଦେଖିବାକୁ ମିଳିଛି ।












Click it and Unblock the Notifications