ଦିଲ୍ଲୀ AIIMS ନର୍ସମାନଙ୍କ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧର୍ମଘଟ
ଦିଲ୍ଲୀ AIIMS ନର୍ସ ୟୁନିଅନ ସୋମବାର ଠାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧର୍ମଘଟ ଘୋଷଣା କରିଛି | ଷଷ୍ଠ ବେତନ କମିଶନ ସହ ଜଡିତ ବ୍ୟକ୍ତିଙ୍କ ସମେତ ସେମାନଙ୍କ ଅଭିଯୋଗର ସମାଧାନ ପାଇଁ ସେମାନେ ଦାବି କରିଆସୁଛନ୍ତି |
ନୂଆଦିଲ୍ଲୀ : ଦିଲ୍ଲୀ AIIMS ନର୍ସ ୟୁନିଅନ ସୋମବାର ଠାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧର୍ମଘଟ ଘୋଷଣା କରିଛି | ଷଷ୍ଠ ବେତନ କମିଶନ ସହ ଜଡିତ ବ୍ୟକ୍ତିଙ୍କ ସମେତ ସେମାନଙ୍କ ଅଭିଯୋଗର ସମାଧାନ ପାଇଁ ସେମାନେ ଦାବି କରିଆସୁଛନ୍ତି | ନର୍ସିଂ ଅଧିକାରୀଙ୍କ ନିଯୁକ୍ତି ପ୍ରକ୍ରିୟାରେ ଲିଙ୍ଗ ଭିତ୍ତିକ ସଂରକ୍ଷଣକୁ ରଦ୍ଦ କରିବା, ଡାକ୍ତରଖାନାର ରହଣି ବୃଦ୍ଧି ଏବଂ କ୍ୟାଡର ପୁନଃ ସ୍ଥାପନ ସମୀକ୍ଷା ଭଳି ସମସ୍ୟାର ସମାଧାନ ପାଇଁ ନର୍ସମାନେ ଦାବି କରୁଛନ୍ତି |
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସଚିବ ଆର ଭୂଷଣ କହିଛନ୍ତି ଯେ AIIMS ରେ ନର୍ସିଂ କାର୍ଯ୍ୟରେ କୌଣସି ବନ୍ଦ କିମ୍ବା ବ୍ୟାଘାତ ହେବା ଉଚିତ ନୁହେଁ |

ଭୂଷଣ କହିଛନ୍ତି ଯେ, ଦିଲ୍ଲୀ ହାଇକୋର୍ଟର ନିର୍ଦ୍ଦେଶଗୁଡିକ ନିଶ୍ଚିତ ଭାବରେ ପାଳନ କରାଯିବ ଏବଂ AIIMS ରେ ନର୍ସିଂ କାର୍ଯ୍ୟରେ କୌଣସି ବ୍ୟାଘାତ ନ ହେବା ନେଇ ଦିଲ୍ଲୀ AIIMS ନିଶ୍ଚିତ କରିବା ଉଚିତ | ଭାରତୀୟ ପେନାଲ୍ କୋର୍ଡ ଅନୁସାରେ ବିପର୍ଯ୍ୟୟ ପରିଚାଳନା ଅଧିନିୟମ ଅନୁଯାୟୀ କୋର୍ଟର ନିର୍ଦ୍ଦେଶକୁ ପାଳନ ନକରିବା ଅପରାଧ ଭାବରେ ଗ୍ରହଣ କରାଯିବ | ଏନେଇ କର୍ତ୍ତୃପକ୍ଷ / କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ |
ଏଥି ସହିତ AIIMS ନର୍ସ ୟୁନିଅନର ସଭାପତି ହରିଶ କାଜଲା କହିଛନ୍ତି, "ଅତ୍ୟନ୍ତ ଦୁଃଖର ସହ ଆମେ ଘୋଷଣା କରୁଛୁ ଯେ, AIIMS ର ପ୍ରାୟ 5000 ନର୍ସ ସୋମବାର ଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧର୍ମଘଟ ଜାରି କରୁଛନ୍ତି, ଯେଉଁଥିରେ ଷଷ୍ଠ କେନ୍ଦ୍ରୀୟ ବେତନ ଆୟୋଗ ସହ ଜଡିତ ଦାବିଗୁଡିକ ମଧ୍ୟ ରହିଛି," |
ଗତ ଛ ମାସ ଧରି ଆମେ ଆମର ଦାବି ଉପରେ ବିଚାର କରିବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରୁଛୁ, କିନ୍ତୁ ସରକାର ଆମର ଦାବିକୁ ପ୍ରତ୍ୟାଖ୍ୟାନ କରିଛନ୍ତି | ଗତ ବର୍ଷ ଅନୁଷ୍ଠିତ ବୈଠକରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ଼ ହର୍ଷବର୍ଦ୍ଧନ ଆମର ଦାବି ସହମତ ହୋଇଥିଲେ | କିନ୍ତୁ ଚୁକ୍ତିନାମା ଆଧାରରେ ତୁରନ୍ତ ନର୍ସିଂ ଅଫିସର ନିଯୁକ୍ତି କରିବାକୁ AIIMS ପ୍ରଶାସନ ନିଷ୍ପତ୍ତି ଆମକୁ ଚକିତ କରିଛି |
ଏହି ସମୟରେ AIIMS ନିର୍ଦ୍ଦେଶକ ଡକ୍ଟର ରଣଦୀପ ଗୁଲେରିଆ କହିଛନ୍ତି, "ମୁଁ ସମସ୍ତ ନର୍ସ ଏବଂ ନର୍ସିଂ ଅଧିକାରୀଙ୍କୁ ନିବେଦନ କରୁଛି ଯେ ସେମାନେ ପୁନର୍ବାର ଆସି କାମ କରନ୍ତୁ ଏବଂ ଏହି ମହାମାରୀ ସମୟରେ ଆମକୁ ସାହାଯ୍ୟ କରନ୍ତୁ | ଆପଣମାନଙ୍କର (ନର୍ସ) ଦାବି ସମ୍ପର୍କରେ ଆମର ସହାନୁଭୂତି ରହିଛି ଏବଂ ଏହାକୁ ଆମେ ସମାଧନ କରିବା ପାଇଁ ପଦକ୍ଷେପ ଗ୍ରହଣ କରିବୁ | ଏପରି ମହାମାରୀ ସମୟରେ ଧର୍ମଘଟ କରନ୍ତୁ ନାହିଁ |" ସେ ଆହୁରି ମଧ୍ୟ କହିଛନ୍ତି ଯେ ନର୍ସ ୟୁନିଅନ୍ ପ୍ରକୃତରେ 23 ଟି ଦାବି ରଖିଛି | ପ୍ରାୟ ସମସ୍ତ ଦାବି AIIMS ପ୍ରଶାସନ ଏବଂ ସରକାର ପୂରଣ କରିଛନ୍ତି |
-
ରିଲ୍ସ ନିଶା, ବୃଦ୍ଧ ବାପାଙ୍କୁ ବସ୍ତାରେ ବାନ୍ଧି କୋରିଅର୍ରେ ପାର୍ସଲ କଲା ଝିଅ -
ଡାଲମାରୁ ବାହାରିଲା ସାପ, ଲୋକେ ଛାନିଆ, ସ୍ଵାସ୍ଥ୍ୟ ପରୀକ୍ଷା ପାଇଁ ୪୦ରୁ ଊର୍ଦ୍ଧ୍ବ ଲୋକଙ୍କ ଲମ୍ବା ଲାଇନ -
ଭାରତ ପାକିସ୍ତାନ ମଧ୍ୟରେ ପରମାଣୁ ଯୁଦ୍ଧ ଆଶଙ୍କା ,' ପ୍ରକାଶ କଲା ଆମେରିକାର ଗୁଇନ୍ଦା ରିପୋର୍ଟ -
ଆଜିଠୁ ମାଟ୍ରିକ୍ ଖାତାଦେଖା, ମେରେ ରେଜଲ୍ଟ -
୨୪ ଘଣ୍ଟାରେ ବ୍ୟାକଫୁଟକୁ ଗଲେ ଟ୍ରମ୍ପ, ଏହି ଦେଶର ତୈଳ କିମ୍ବା ଗ୍ୟାସ ଉପରେ...... -
ଯୁଦ୍ଧ ଭିତରେ ବଡ ଦାବି କଲା ଇରାନ, କହିଲା ଯୁଦ୍ଧରେ ଆମେରିକାର ୨୦୦ ସହ ସୈନ୍ୟ ନିହତ ହେଲେଣି -
LPG ସିଲିଣ୍ଡରର ଅବୈଧ ଗଚ୍ଛିତ ଏବଂ କଳାବଜାରୀ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ରାଜ୍ୟସରକାରଙ୍କୁ କେନ୍ଦ୍ରର ନିର୍ଦ୍ଦେଶ -
ଭୁବନେଶ୍ୱର CRP ଛକ ନିକଟ ମାର୍କେଟ୍ କମ୍ପ୍ଲେକ୍ସରେ ଭୟଙ୍କର ଅଗ୍ନିକାଣ୍ଡ -
IPL 2026 : ଇଶାନ ସନରାଇଜର୍ସର ନୂଆ କ୍ୟାପ୍ଟେନ୍ -
ମୁଁ ଆମ ଦଳର ସୁପ୍ରିମୋ ନବୀନ ବାବୁଙ୍କ ନିର୍ଦ୍ଦେଶରେ ଭୋଟ୍ ଦେଇଛି; ସୁବାସିନୀ ଜେନା -
ଇଦ ପାଇଁ ବନ୍ଦ ହେଲା ପାକିସ୍ତାନ ଓ ଆଫଗାନିସ୍ତାନ ଯୁଦ୍ଧ, ରହିଛି ଏହି ସର୍ତ୍ତ -
ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରୁ ଦେଇନାହାନ୍ତି ୯୯୩୦ ଛାତ୍ରଛାତ୍ରୀ












Click it and Unblock the Notifications