କେଜ୍ରିୱାଲ ସରକାରଙ୍କ ଚାରି ଗୁଣ ଅଧିକ ଅମ୍ଳଜାନ ଚାହିଦା ବିଷୟରେ ମୁହଁ ଖୋଲିଲେ ଏମ୍ସ ମୁଖ୍ୟ, ଜାଣନ୍ତୁ କ'ଣ କହିଲେ
ଚୂଡ଼ାନ୍ତ ରିପୋର୍ଟ ଏପର୍ଯ୍ୟନ୍ତ ଆସିନାହିଁ । ମୁଁ ଭାବୁ ନାହିଁ ଯେ ଅମ୍ଳଜାନର ଚାହିଦା 4 ଗୁଣ ବୃଦ୍ଧି ପାଇଛି ବୋଲି ଆମେ କହିପାରିବା । ଏହି ମାମଲା ସୁପ୍ରିମକୋର୍ଟରେ ଅଛି । ଆମକୁ ଅପେକ୍ଷା କରିବା ସହ ସୁପ୍ରିମକୋର୍ଟ ଏ ବିଷୟରେ କ'ଣ କହୁଛନ୍ତି ତାକୁ ଦେଖିବାକୁ ହେବ ।
ନୂଆଦିଲ୍ଲୀ : କରୋନା ମହାମାରୀ ସମେରେ ଅମ୍ଳଜାନ ଯୋଗାଣ ଏବଂ ଚାହିଦାକୁ ନେଇ ଏକ ନୂତନ ବିବାଦ ସୃଷ୍ଟି ହୋଇଛି । ଅମ୍ଳଜାନ ଅଡ଼ିଟ୍ ପ୍ୟାନେଲ ରିପୋର୍ଟ ଆସିବା ପରେ ଏହି ବିବାଦ ଆରମ୍ଭ ହୋଇଛି । ରିପୋର୍ଟରେ କୁହାଯାଇଛି ଯେ କରୋନାର ଦ୍ୱିତୀୟ ଲହର ଶିଖରରେ ଥିବାବେଳେ ଦିଲ୍ଲୀ ସରକାର ଜାତୀୟ ରାଜଧାନୀର ଅମ୍ଳଜାନ ଆବଶ୍ୟକତାକୁ ଚାରି ଗୁଣ ବୃଦ୍ଧି କରିଛନ୍ତି । ଏହା ପରେ ଦିଲ୍ଲୀ ସରକାର ଏବଂ କେନ୍ଦ୍ର ମଧ୍ୟରେ ବାକ୍ ଯୁଦ୍ଧ ଆରମ୍ଭ ହୋଇଥିଲା । ବର୍ତ୍ତମାନ AIIMS ମୁଖ୍ୟ ରଣଦୀପ ଗୁଲେରିଆ ଏହି ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି । ବିବାଦକୁ ଶାନ୍ତ କରିବାକୁ ଚେଷ୍ଟା କରି ଡକ୍ଟର ଗୁଲେରିଆ କହିଛନ୍ତି ଯେ ଚୂଡ଼ାନ୍ତ ରିପୋର୍ଟ ଏପର୍ଯ୍ୟନ୍ତ ଆସିନାହିଁ ।

ଡ଼ ଗୁଲେରିଆ ଏକ ଇଂରାଜୀ ନ୍ୟୁଜ୍ ଚ୍ୟାନେଲ ସହ କଥାବାର୍ତ୍ତା ବେଳେ କହିଛନ୍ତି, "ଚୂଡ଼ାନ୍ତ ରିପୋର୍ଟ ଏପର୍ଯ୍ୟନ୍ତ ଆସିନାହିଁ । ମୁଁ ଭାବୁ ନାହିଁ ଯେ ଅମ୍ଳଜାନର ଚାହିଦା 4 ଗୁଣ ବୃଦ୍ଧି ପାଇଛି ବୋଲି ଆମେ କହିପାରିବା । ଏହି ମାମଲା ସୁପ୍ରିମକୋର୍ଟରେ ଅଛି । ଆମକୁ ଅପେକ୍ଷା କରିବା ସହ ସୁପ୍ରିମକୋର୍ଟ ଏ ବିଷୟରେ କ'ଣ କହୁଛନ୍ତି ତାକୁ ଦେଖିବାକୁ ହେବ ।" ଗଣମାଧ୍ୟମକୁ ଡ଼ ଗୁଲେରିଆ ଦେଇଥିବା ଏହି ବିବୃତ୍ତି ପରେ ଏବେ ପ୍ରଶ୍ନ ଉଠିଛି ଯେ ମଧ୍ୟବର୍ତ୍ତୀକାଳୀନ ରିପୋର୍ଟ କୋର୍ଟରେ ଦାଖଲ କରିବା ପୂର୍ବରୁ ବିରୋଧୀ କାହିଁକି ଏପରି କାହିଁକି କହୁଛନ୍ତି ?
ଆପଣଙ୍କୁ କହିରଖୁଛୁ, ଶୁକ୍ରବାର ଦିନ ବିଜେପି ଅଭିଯୋଗ କରିଛି ଯେ କରୋନା ମହାମାରୀର ଦ୍ୱିତୀୟ ଲହର ସମୟରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ରାଜଧାନୀ ଦିଲ୍ଲୀରେ ଅମ୍ଳଜାନର ଆବଶ୍ୟକତାଠାରୁ ଚାରି ଗୁଣ ଅଧିକ ଦାବି କରିଛନ୍ତି ଏବଂ ତାଙ୍କର 'ମିଥ୍ୟା' କାରଣରୁ ଅତି କମରେ 12ଟି ରାଜ୍ୟରେ ଅକ୍ସିଜେନ୍ ଯୋଗାଣ ବ୍ୟାହତ ହୋଇଛି । ଦିଲ୍ଲୀରେ ଅମ୍ଳଜାନ ଅଡିଟ୍ କରିବା ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ ଏକ କମିଟିର ରିପୋର୍ଟକୁ ଦର୍ଶାଇ ବିଜେପି ମୁଖପାତ୍ର ସମ୍ବିତ୍ ପାତ୍ର କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଚାରି ଗୁଣା ମିଛ କହି କେବେଳ ଜଘନ୍ୟ ଅପରାଧ କରିନାହାଁନ୍ତି ବରଂ ଅପରାଧିକ ଅବହେଳା ମଧ୍ୟ କରିଛନ୍ତି ।












Click it and Unblock the Notifications