For Quick Alerts
Turn On Notification  
For Daily Alerts
Oneindia App Download

ଅଗ୍ନିବୀର ନିଯୁକ୍ତି : ପ୍ରଥମ ବ୍ୟାଚ୍ ରେ ସୁଯୋଗ ପାଇବେ 20 % ମହିଳା, ଭାରତୀୟ ନୌସେନାର ନିଷ୍ପତ୍ତି

ଅଗ୍ନିପଥ ଯୋଜନାରେ ହେବାକୁ ଥିବା ନିଯୁକ୍ତିରେ 20 % ରହିବେ ମହିଳା । ମନୋନୀତ ପ୍ରାର୍ଥୀମାନେ ଅଗ୍ନୀବୀର ପ୍ରଥମ ବ୍ୟାଚ୍ ରେ ଯୋଗଦେବେ । ଏନେଇ ନିଷ୍ପତ୍ତି ନେଇଛି ଭାରତୀୟ ନୌ ସେନା ।

|

ମୁମ୍ବାଇ : ଅଗ୍ନିପଥ ଯୋଜନାରେ ହେବାକୁ ଥିବା ନିଯୁକ୍ତିରେ 20 % ରହିବେ ମହିଳା । ମନୋନୀତ ପ୍ରାର୍ଥୀମାନେ ଅଗ୍ନୀବୀର ପ୍ରଥମ ବ୍ୟାଚ୍ ରେ ଯୋଗଦେବେ । ଏନେଇ ନିଷ୍ପତ୍ତି ନେଇଛି ଭାରତୀୟ ନୌ ସେନା । ଏହା ପରେ ସେମାନଙ୍କୁ ନୌସେନାର ବିଭିନ୍ନ ଅଂଶ ଏବଂ ଶାଖାକୁ ପଠାଯିବ ।

navy

ଭାରତୀୟ ନୌସେନା ଅଗ୍ନିପଥ ଯୋଜନା ମାଧ୍ୟମରେ ଚଳିତ ବର୍ଷ ପ୍ରଥମ ଥର ପାଇଁ ମହିଳା ନାବିକ ନିଯୁକ୍ତ କରିବ ବୋଲି ଜଣେ ନୌସେନା ଅଧିକାରୀ ନ୍ୟୁଜ୍ ଏଜେନ୍ସି କୁ ସୂଚନା ଦେଇଛନ୍ତି । ପ୍ରଥମ ବ୍ୟାଚ୍ ରେ 3 ହଜାର ଆଗ୍ନିବୀରଙ୍କୁ ନିଯୁକ୍ତ ମିଳିବ । ନୌ ସେନାରେ ଯୋଗଦେବାକୁ ଥିବା ଆଗ୍ନିବୀରଙ୍କୁ ଚଳିତ ବର୍ଷ ନଭେମ୍ବର 21 ରୁ ଓଡିଶାର INS ଚିଲିକା ଠାରେ ତାଲିମ ଦିଆଯିବ । ମହିଳା ପ୍ରସଙ୍ଗରେ ବିଶେଷ କଥା ହେଉଛି ଅଗ୍ନିବୀରର ପ୍ରଥମ ବ୍ୟାଚରେ 20% ସିଟ୍ ମହିଳାମାନଙ୍କ ପାଇଁ ରଖାଯାଇଛି । ଯେଉଁ ମହିଳାମାନଙ୍କୁ ମନୋନୀତ କରାଯିବ ତାହା ପରେ ନୌସେନାର ବିଭିନ୍ନ ଅଂଶ ଏବଂ ଶାଖାକୁ ପଠାଯିବ ।

ନୌ ସେନାରେ ମହିଳା ନେତୃତ୍ୱ ବିଷୟରେ ଆଲୋଚନା କଲେ, ବର୍ତ୍ତମାନ 30 ଜଣ ମହିଳା ଅଧିକାରୀ ଫ୍ରଣ୍ଟଲାଇନ ଯୁଦ୍ଧ ଜାହାଜରେ ସେବା କରୁଛନ୍ତି । ବର୍ତ୍ତମାନ ଅଗ୍ନିପଥ ନାମରେ ଆରମ୍ଭ ହୋଇଥିବା ସରକାରଙ୍କ ନୂତନ ଯୋଜନା ଅଧୀନରେ ନୌ ସେନାର ସମସ୍ତ ବିଭାଗରେ ମହିଳା ନିଯୁକ୍ତି ପାଇବେ । ମହିଳା ଆଗ୍ନିବୀର ମଧ୍ୟ ସମୁଦ୍ରରେ ନିୟୋଜିତ ହେବେ । ନୌ ସେନା ବ୍ୟତୀତ ବାୟୁସେନାରେ ମହିଳାଙ୍କ ପାଇଁ ମଧ୍ୟ ସୁଯୋଗ ରହିଛି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Agniveer Recruitment 2022 : 20% of candidates will be women In Navy
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X