Get Updates
Get notified of breaking news, exclusive insights, and must-see stories!

ଅଗ୍ନିବୀର ନିଯୁକ୍ତି : ପ୍ରଥମ ବ୍ୟାଚ୍ ରେ ସୁଯୋଗ ପାଇବେ 20 % ମହିଳା, ଭାରତୀୟ ନୌସେନାର ନିଷ୍ପତ୍ତି

ଅଗ୍ନିପଥ ଯୋଜନାରେ ହେବାକୁ ଥିବା ନିଯୁକ୍ତିରେ 20 % ରହିବେ ମହିଳା । ମନୋନୀତ ପ୍ରାର୍ଥୀମାନେ ଅଗ୍ନୀବୀର ପ୍ରଥମ ବ୍ୟାଚ୍ ରେ ଯୋଗଦେବେ । ଏନେଇ ନିଷ୍ପତ୍ତି ନେଇଛି ଭାରତୀୟ ନୌ ସେନା ।

ମୁମ୍ବାଇ : ଅଗ୍ନିପଥ ଯୋଜନାରେ ହେବାକୁ ଥିବା ନିଯୁକ୍ତିରେ 20 % ରହିବେ ମହିଳା । ମନୋନୀତ ପ୍ରାର୍ଥୀମାନେ ଅଗ୍ନୀବୀର ପ୍ରଥମ ବ୍ୟାଚ୍ ରେ ଯୋଗଦେବେ । ଏନେଇ ନିଷ୍ପତ୍ତି ନେଇଛି ଭାରତୀୟ ନୌ ସେନା । ଏହା ପରେ ସେମାନଙ୍କୁ ନୌସେନାର ବିଭିନ୍ନ ଅଂଶ ଏବଂ ଶାଖାକୁ ପଠାଯିବ ।

navy

ଭାରତୀୟ ନୌସେନା ଅଗ୍ନିପଥ ଯୋଜନା ମାଧ୍ୟମରେ ଚଳିତ ବର୍ଷ ପ୍ରଥମ ଥର ପାଇଁ ମହିଳା ନାବିକ ନିଯୁକ୍ତ କରିବ ବୋଲି ଜଣେ ନୌସେନା ଅଧିକାରୀ ନ୍ୟୁଜ୍ ଏଜେନ୍ସି କୁ ସୂଚନା ଦେଇଛନ୍ତି । ପ୍ରଥମ ବ୍ୟାଚ୍ ରେ 3 ହଜାର ଆଗ୍ନିବୀରଙ୍କୁ ନିଯୁକ୍ତ ମିଳିବ । ନୌ ସେନାରେ ଯୋଗଦେବାକୁ ଥିବା ଆଗ୍ନିବୀରଙ୍କୁ ଚଳିତ ବର୍ଷ ନଭେମ୍ବର 21 ରୁ ଓଡିଶାର INS ଚିଲିକା ଠାରେ ତାଲିମ ଦିଆଯିବ । ମହିଳା ପ୍ରସଙ୍ଗରେ ବିଶେଷ କଥା ହେଉଛି ଅଗ୍ନିବୀରର ପ୍ରଥମ ବ୍ୟାଚରେ 20% ସିଟ୍ ମହିଳାମାନଙ୍କ ପାଇଁ ରଖାଯାଇଛି । ଯେଉଁ ମହିଳାମାନଙ୍କୁ ମନୋନୀତ କରାଯିବ ତାହା ପରେ ନୌସେନାର ବିଭିନ୍ନ ଅଂଶ ଏବଂ ଶାଖାକୁ ପଠାଯିବ ।

ନୌ ସେନାରେ ମହିଳା ନେତୃତ୍ୱ ବିଷୟରେ ଆଲୋଚନା କଲେ, ବର୍ତ୍ତମାନ 30 ଜଣ ମହିଳା ଅଧିକାରୀ ଫ୍ରଣ୍ଟଲାଇନ ଯୁଦ୍ଧ ଜାହାଜରେ ସେବା କରୁଛନ୍ତି । ବର୍ତ୍ତମାନ ଅଗ୍ନିପଥ ନାମରେ ଆରମ୍ଭ ହୋଇଥିବା ସରକାରଙ୍କ ନୂତନ ଯୋଜନା ଅଧୀନରେ ନୌ ସେନାର ସମସ୍ତ ବିଭାଗରେ ମହିଳା ନିଯୁକ୍ତି ପାଇବେ । ମହିଳା ଆଗ୍ନିବୀର ମଧ୍ୟ ସମୁଦ୍ରରେ ନିୟୋଜିତ ହେବେ । ନୌ ସେନା ବ୍ୟତୀତ ବାୟୁସେନାରେ ମହିଳାଙ୍କ ପାଇଁ ମଧ୍ୟ ସୁଯୋଗ ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+