'ଅଗ୍ନିପଥ' ବିରୋଧରେ ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ, କହିଲେ - ‘ଯୋଜନା ଉଦ୍ଦେଶ୍ୟମୂଳକ ନୁହେଁ'
ନୂଆଦିଲ୍ଲୀ : ସେନା ନିଯୁକ୍ତି ପାଇଁ କେନ୍ଦ୍ର ସରକାରଙ୍କ 'ଅଗ୍ନିପଥ ଯୋଜନା'କୁ ବୈଧ କହିଛନ୍ତି ସୁପ୍ରିମ କୋର୍ଟ । ଏହି ଯୋଜନା ଉପରେ ମୋହର ଲଗାଇବା ସହ କହିଛନ୍ତି ଯେ ଅଗ୍ନିପଥ ଯୋଜନା ମନମୁଖୀ ନୁହେଁ ।
ସୋମବାର ଦିନ ଅଗ୍ନିପଥ ଯୋଜନା ବିରୋଧରେ ଦାଖଲ ହୋଇଥିବା ଦୁଇଟି ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି । ଏହି ଆବେଦନ ଉପରେ ଅଦାଲତ କହିଛନ୍ତି ଯେ ଏହି ଯୋଜନା ମନମୁଖୀ ନୁହେଁ । ଯୋଜନାକୁ ବୈଧ ଦର୍ଶାଇଥିବା ଦିଲ୍ଲୀ ହାଇକୋର୍ଟଙ୍କ ଆଦେଶକୁ ଚ୍ୟାଲେଞ୍ଜ କରାଯାଇଥିବା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି ।

ଆବେଦନଗୁଡ଼ିକର ଶୁଣାଣି ବେଳେ ସୁପ୍ରିମ କୋର୍ଟ କହିଛନ୍ତି ଯେ, ଆମେ ହାଇକୋର୍ଟଙ୍କ ନିଷ୍ପତ୍ତିରେ ହସ୍ତକ୍ଷେପ କରିବାକୁ ଚାହୁଁନାହୁଁ । ହାଇକୋର୍ଟ ସମସ୍ତ ଦିଗ ଉପରେ ବିଚାର କରିଛନ୍ତି । ଏହା ସହିତ ଗୋପାଳ କୃଷ୍ଣ ଏବଂ ଆଡଭୋକେଟ୍ ଏମ.ଏଲ୍ ଶର୍ମାଙ୍କ ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି ।
ଏହା ସହ ସୁପ୍ରିମକୋର୍ଟ ଦିଲ୍ଲୀ ହାଇକୋର୍ଟଙ୍କ ନିଷ୍ପତ୍ତିକୁ କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ସମର୍ଥନ କରିଛନ୍ତି । ଦିଲ୍ଲୀ ହାଇକୋର୍ଟ ଅଗ୍ନିପଥ ନିଯୁକ୍ତି ଯୋଜନାକୁ ଦେଶର ସ୍ୱାର୍ଥ ପାଇଁ ବୋଲି କହିଛନ୍ତି ।












Click it and Unblock the Notifications