ତେଜୁଛି ଅଗ୍ନିପଥ ଯୋଜନା ଅସନ୍ତୋଷ ନିଆଁ, ବିକ୍ଷୋଭ ପାଇଁ 200 ଟ୍ରେନ୍ ପ୍ରଭାବିତ
କେତେକ ରାଜ୍ୟରେ ରେଳ ଚଳାଚଳ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି । ଏହି ବିରୋଧ ପ୍ରଦର୍ଶନ ଯୋଗୁଁ 200 ରୁ ଅଧିକ ଟ୍ରେନ୍ ସେବା ପ୍ରଭାବିତ ହୋଇଛି ।
ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ନିକଟରେ ଘୋଷଣା କରିଥିବା ଅଗ୍ନିପଥ ନିଯୁକ୍ତି ଯୋଜନାକୁ ନେଇ ସାରା ଦେଶରେ ଅସନ୍ତୋଷ ବଢିବାରେ ଲାଗିଛି । ଏହି ଅସନ୍ତୋଷର ନିଆଁ ବର୍ତ୍ତମାନ ଉଗ୍ର ରୂପ ନେବା ସହ ସାରା ଦେଶରେ ଯୁହକ ମାନେ ବିରୋଧ ପ୍ରଦର୍ଶନ କରୁଛନ୍ତି । କେତେକ ସ୍ଥାନରେ ବିକ୍ଷୋଭକାରୀ ଯୁବକମାନେ ରାଜରାସ୍ତାରା ବିରୋଧ କରୁଥଇବା ବେଳେ ଅନେକ ରେଳ ଷ୍ଟେସନରେ ମଧ୍ୟ ବିରୋଧ କରାଯାଉଛି । ଏପରିକି କେତେକ ଟ୍ରେନରେ ବିକ୍ଷୋଭକାରୀମାନେ ନିଆଁ ଲଗାଇ ଦେଇଛନ୍ତି ।

ଏଭଳି ପରିସ୍ଥିତିରେ କେତେକ ରାଜ୍ୟରେ ରେଳ ଚଳାଚଳ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି । ଏହି ବିରୋଧ ପ୍ରଦର୍ଶନ ଯୋଗୁଁ 200 ରୁ ଅଧିକ ଟ୍ରେନ୍ ସେବା ପ୍ରଭାବିତ ହୋଇଛି । ଏହାକୁ ଦୃଷ୍ଟିରେ ରଖି ସାଧାରଣ ଜନତା ଏବଂ ଯାତ୍ରୀମାନଙ୍କୁ ପରିସ୍ଥିତି ବିଷୟରେ ଅବଗତ କରାଇବା ପାଇଁ ରେଳବାଇ ଦ୍ୱାରା ହେଲ୍ପଲାଇନ ନମ୍ବର ଜାରି କରାଯାଇଛି ।
ଅଗ୍ନିପଥ ଯୋଜନା ବିରୋଧରେ ବିରୋଧ ମଧ୍ୟରେ ପୂର୍ବ କେନ୍ଦ୍ରୀୟ ରେଳବାଇ ଟ୍ୱିଟ୍ କରି କେତେକ ରେଳ ବ୍ୟାହତ ନେଇ ସୂଚନା ଜାରି କରିଛି । ଟ୍ୱିଟ୍ ଅନୁସାରେ (12335) ମାଲଦା ଟାଉନ୍- ଲୋକମାନ୍ୟ ତିଲଲ୍ ଏକ୍ସପ୍ରେସ୍, (12273) ହାୱଡ଼ା - ଦିଲ୍ଲୀ ଦୂରନ୍ତୋ ଏକ୍ସପ୍ରେସ୍ ବାତିଲ୍ କରାଯାଇଛି । ସେହିପରି ଆଉ କେତେକ ଟ୍ରେନ୍ କୁ କେତେକ ଷ୍ଟେସନରୁ ବାତିଲ କରାଯାଇଛି ।
TRAIN SERVICES AFFECTED DUE TO STUDENTS' AGITATION OVER EAST CENTRAL RAILWAY pic.twitter.com/Tjz2LX4pAz
— Eastern Railway (@EasternRailway) June 17, 2022
ଜାରି ହେଲା ହେଲ୍ପଲାଇନ୍ ନମ୍ବର
ଅଗ୍ନିପଥ ଯୋଜନା ବିରୋଧରେ ହୋଇଥିବା ବିରୋଧ ମଧ୍ୟରେ ପୂର୍ବ କେନ୍ଦ୍ରୀୟ ରେଳବାଇ ଅନେକ ରେଳ ଷ୍ଟେସନ ପାଇଁ ହେଲ୍ପଲାଇନ ନମ୍ବର ଜାରି କରିଛି, ଯେଉଁଥିରେ କଲେ କରି ଟ୍ରେନ ବିଷୟରେ ସୂଚନା ପାଇପାରିବେ ।
ରେଳବାଇ ଜାରି କରିଥିବା ନମ୍ବର
ଡଲ୍ଟୋନଗଞ୍ଜ - 7091092320
କୋଡରମା - 9334837103
ଧାନବାଦ - 9771426825
ଖଗଡ଼ିଆ - 8252912031
ହାଜିପୁର - 8252912078
ବରୌନି - 8252912043
ଦରଭଙ୍ଗା - 9264492779
ବାଣିଜ୍ୟିକ ନିୟନ୍ତ୍ରଣ / DDU - 7388898100
ବାଣିଜ୍ୟ ନିୟନ୍ତ୍ରଣ ସାମସ୍ତିପୁର - 9771428963
ଦାନାପୁର - 9341505327












Click it and Unblock the Notifications