Get Updates
Get notified of breaking news, exclusive insights, and must-see stories!

ହିଂସା ରୂପ ନେଉଛି ଅଗ୍ନିପଥ ଅସନ୍ତୋଷ, ସିକନ୍ଦରାବାଦରେ ପୋଲିସ୍ ଗୁଳିରେ ଜଣଙ୍କର ମୃତ୍ୟୁ, 8 ଜଣ ଗୁରୁତର ଆହତ

ମିଳିଥିବା ସୂଚନା ଅନୁସାରେ ଶୁକ୍ରବାର ଦିନ ସିକନ୍ଦରାବାଦ ରେଳ ଷ୍ଟେସନରେ କ୍ରୋଧିତ ବିକ୍ଷୋଭକାରୀଙ୍କୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ଗୁଳି ଚଳାଇବାରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ 8 ଜଣ ଗୁରୁତର ଆହତ ହୋଇଛନ୍ତି ।

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ 'ଅଗ୍ନିପଥ ଯୋଜନା'କୁ ବିରୋଧ କରି ଯୁବକମାନେ ରାସ୍ତାକୁ ଓହ୍ଲାଇଛନ୍ତି । ଦେଶର ଅନେକ ରାଜ୍ୟରେ ଏହାକୁ ବିରୋଧ କରାଯାଉଛି । ମିଳିଥିବା ସୂଚନା ଅନୁସାରେ ଶୁକ୍ରବାର ଦିନ ସିକନ୍ଦରାବାଦ ରେଳ ଷ୍ଟେସନରେ କ୍ରୋଧିତ ବିକ୍ଷୋଭକାରୀଙ୍କୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ଗୁଳି ଚଳାଇବାରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ 8 ଜଣ ଗୁରୁତର ଆହତ ହୋଇଛନ୍ତି ।

agnipath protest

ଆହତମାନଙ୍କୁ ସିକଦରାବାଦ ଗାନ୍ଧୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେନାର ଏପରି ନିଯୁକ୍ତିକୁ ବିରୋଧ କରି ଶତାଧିକ ଯୁବକ ତେଲେଙ୍ଗାନାର ମୁଖ୍ୟ ରେଳ ଷ୍ଟେସନରେ ବିକ୍ଷୋଭ କରିବା ସହ ପଥର ମାଡ଼ କରିଥିଲେ । ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ଯେ ଲାଠି ଚାର୍ଜ ହେବା ପରେ ଲୁହବୁହା ଗ୍ୟାସ ଗୁଳି ଚଳାଇବା ପରେ ମଧ୍ୟ ପରିସ୍ଥିତି ନିୟନ୍ତ୍ରିତ ନ ହେବାରୁ GRP ବାହିନୀ ବିକ୍ଷୋଭକାରୀଙ୍କ ଉପରକୁ ଗୁଳି ଚଳାଇବାକୁ ବାଧ୍ୟ ହୋଇଥିଲେ । ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ GRP ବାହିନୀ ପ୍ରାୟ 15 ରାଉଣ୍ଡ ଗୁଳି ଚଳାଇଥିଲେ ।

ବିକ୍ଷୋଭକାରୀଙ୍କ ପଛର ମାଡ଼ରେ ଦୁଇ ପୋଲିସ କନଷ୍ଟେବଳ ମଧ୍ୟ ଆହତ ହୋଇଛନ୍ତି । ରେଳବାଇ ଡିଜି ସନ୍ଦୀପ ସାନ୍ଡିଲ୍ୟ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଉପରେ ନଜର ରଖିଛନ୍ତି । ବିକ୍ଷୋଭକାରୀମାନେ ପଥର ଫିଙ୍ଗିବା ସହ ଟ୍ରେନର ଦୁଇଟି ବଗି ଜାଳିଦେଇଥିଲେ ଏବଂ ଅନ୍ୟାନ୍ୟ ରେଳ ସମ୍ପତ୍ତିର କ୍ଷତି ମଧ୍ୟ କରିଥିଲେ । ଏହି ଉତ୍ତ୍ୟକ୍ତ ବିକ୍ଷୋଭକାରୀମାନେ ରେଳ ଷ୍ଟେସନ ବାହାରେ ରାଜ୍ୟ ସଡକ ପରିବହନ ନିଗମ ବସ୍‌କୁ ମଧ୍ୟ ଭଙ୍ଗାରୁଜା କରି ଦକ୍ଷିଣ-କେନ୍ଦ୍ରୀୟ ରେଳ କର୍ତ୍ତୃପକ୍ଷଙ୍କୁ ଷ୍ଟେସନରେ ପ୍ରବେଶ କରୁଥିବା ସମସ୍ତ ଟ୍ରେନକୁ ତୁରନ୍ତ ବନ୍ଦ କରିବାକୁ ବାଧ୍ୟ କରିଥିଲେ ।

ପୋଲିସର ସୂଚନାନୁସାରେ, ଶତାଧିକ ବିକ୍ଷୋଭକାରୀ ରେଳ ଷ୍ଟେସନ ଉପରେ ଆକ୍ରମଣ କରି ପ୍ଲାଟଫର୍ମ ନମ୍ବର 1 ରେ ଷ୍ଟଲ ଏବଂ କାର୍ଯ୍ୟାଳୟକୁ ଭଙ୍ଗାରୁଜା କରିଥିଲେ । ଏହା ସହିତ ପାର୍କିଂ ଟ୍ରେନ୍ ଗୁଡିକୁ ପଥର ଫିଙ୍ଗି ଭଙ୍ଗାରୁଜା କରିଛନ୍ତି । ଫଳରେ ଯାତ୍ରୀମାନେ ଭୟଭୀତ ହୋଇ ଏଣେତେଣେ ଦୌଡ଼ିବାକୁ ଲାଗିଲେ । ଏଥିରେ ଅନେକ ଯାତ୍ରୀ ମଧ୍ୟ ଆହତ ହୋଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+