'ଅଗ୍ନିପଥ' ବିରୋଧ ମଧ୍ୟରେ ଗୃହ ମନ୍ତ୍ରଣାଳୟର ବଡ ନିଷ୍ପତ୍ତି, CAPF ଏବଂ ଆସାମ ରାଇଫଲ୍ସରେ ଅଗ୍ନିବୀରଙ୍କୁ ମିଳିବ 10% ସଂରକ୍ଷଣ
କେନ୍ଦ୍ରୀୟ ପୋଲିସ ଫୋର୍ସ (CAPF) ଏବଂ ଆସାମ ରାଇଫଲ୍ସରେ ଅଗ୍ନିବୀର ମାନଙ୍କୁ 10 ପ୍ରତିଶତ ସଂରକ୍ଷଣ ପ୍ରଦାନ କରାଯିବ ବୋଲି ଗୃହ ମନ୍ତ୍ରଣାଳୟ ସୂଚନା ଦେଇଛି ।
ନୂଆଦିଲ୍ଲୀ : 'ଅଗ୍ନିପଥ ଯୋଜନା'କୁ ନେଇ ଦେଶର ଅନେକ ରାଜ୍ୟରେ ତୀବ୍ର ବିରୋଧ ପ୍ରଦର୍ଶନ ଜାରି ରହିଥିବା ବେଳେ ଗୃହ ମନ୍ତ୍ରଣାଳୟ ଏକ ବଡ ନିଷ୍ପତ୍ତି ନେଇଛି । କେନ୍ଦ୍ରୀୟ ପୋଲିସ ଫୋର୍ସ (CAPF) ଏବଂ ଆସାମ ରାଇଫଲ୍ସରେ ଅଗ୍ନିବୀର ମାନଙ୍କୁ 10 ପ୍ରତିଶତ ସଂରକ୍ଷଣ ପ୍ରଦାନ କରାଯିବ ବୋଲି ଗୃହ ମନ୍ତ୍ରଣାଳୟ ସୂଚନା ଦେଇଛି । ଅଗ୍ନିପଥ ଯୋଜନା ମାଧ୍ୟମରେ ସେନାରେ ନିଯୁକ୍ତ ଆଗ୍ନିବୀରଙ୍କୁ ଚାରି ବର୍ଷ ସେବା ସମାପ୍ତ କରିବା ପରେ କେନ୍ଦ୍ରୀୟ ପୋଲିସ ଫୋର୍ସ (CAPF) ଏବଂ ଆସାମ ରାଇଫଲରେ 10% ସଂରକ୍ଷଣ ଦିଆଯିବ ବୋଲି ଗୃହ ମନ୍ତ୍ରଣାଳୟ କହିଛି ।

ଏହା ସହିତ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ମଧ୍ୟ CAPF ଏବଂ ଆସାମ ରାଇଫଲ୍ସରେ ନିଯୁକ୍ତି ପାଇଁ ଅଗ୍ନିବୀରଙ୍କ ନିର୍ଦ୍ଧାରିତ ଉପର ବୟସ ସୀମାଠାରୁ ତିନି ବର୍ଷ ଆରାମ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଥିବାବେଳେ ପ୍ରଥମ ବ୍ୟାଚର ଅଗ୍ନିବୀରଙ୍କ ପାଇଁ ବୟସ ସୀମାଠାରୁ 5 ବର୍ଷର ଅଧିକ ସମୟ ମିଳିବ । ଗୃହ ମନ୍ତ୍ରଣାଳୟ ଟ୍ୱିଟ୍ କରି ଏହ ସୂଚନା ଦେଇଛି ।
गृह मंत्रालय ने CAPFs और असम राइफल्स में होने वाली भर्तियों में अग्निपथ योजना के अंतर्गत 4 साल पूरा करने वाले अग्निवीरों के लिए 10% रिक्तियों को आरक्षित करने का महत्वपूर्ण निर्णय लिया है।
— गृहमंत्री कार्यालय, HMO India (@HMOIndia) June 18, 2022
ଏହାପୂର୍ବରୁ ଅଗ୍ନିବୀରଙ୍କ ଭବିଷ୍ୟତ ଅସୁରକ୍ଷିତ ନୁହେଁ ବୋଲି କେନ୍ଦ୍ର ଆଶ୍ୱାସନା ଦେଇଥିଲା । ଅବଶ୍ୟ, ଚାରି ବର୍ଷ ପରେ କେବଳ 25% ଅଗ୍ନିବୀରଙ୍କ ନିଯୁକ୍ତି ବଳବତ୍ତର ରହିବ କିନ୍ତୁ ବାକି ମାନଙ୍କୁ ଦେଶର ଅନ୍ୟ ବାହିନୀରେ ନିଯୁକ୍ତିରେ ପ୍ରାଥମିକତା ଦିଆଯିବ । ଆସାମ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ଏବଂ ହରିୟାଣା ସମେତ ଅନେକ ବିଜେପି ଶାସିତ ରାଜ୍ୟ ନିଜ ପୋଲିସ୍ ନିଯୁକ୍ତିରେ ଅଗ୍ନିବୀର କର୍ମଚାରୀଙ୍କୁ ଅଗ୍ରାଧିକାର ଦେବେ ବୋଲି ଘୋଷଣା କରିସାରିଛନ୍ତି ।
ଅଗ୍ନିପଥ ଯୋଜନାରେ କେବଳ ଚାରି ବର୍ଷ ପାଇଁ ରୋଜଗାର ଓ ନିଯୁକ୍ତି ମିଳୁଥିବାରୁ ସେମାନଙ୍କ ଭବିଶ୍ୟତକୁ ନେଇ ଚିନ୍ତା ପ୍ରକଟ କରାଯାଉଛି । ଏହାକୁ ନେଇ ଦେଶର ଅନେକ ରାଜ୍ୟରେ ବିକ୍ଷୋଭ ପ୍ରଦଜର୍ଶନ ଜାରି ରହିଛି । ଏପରିକି ଅନେକ ବିରୋଧୀ ଦଳ ମଧ୍ୟ ଏହାକୁ ସମର୍ଥନ ଦେଇଛନ୍ତି । ବିହାର, ତେଲେଙ୍ଗାନାରେ ବିକ୍ଷୋଭ ପ୍ରଦର୍ଶନ ହିଂସା ରୂପ ନେଇଛି । ଏପରିକି ତେଲେଙ୍ଗାନାରେ ପୋଲିସ୍ ଗୁଳିରେ ଜଣେ ବିକ୍ଷୋଭକାରୀଙ୍କ ମୃତ୍ୟୁ ହୋଇଛି । ବିରୋଧ ପ୍ରଦର୍ଶନକୁ ଜୋରଦାର କରି ବିହାରରେ ଛାତ୍ର ସଙ୍ଗଠନ 'ବିହାର ବନ୍ଦ' ଡାକରା ଦେଇଛି ।












Click it and Unblock the Notifications