କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ପରେ ଭୁଲ୍ ସ୍ବୀକାର କଲା ଏକ୍ସ, ଡିଲିଟ କଲା ୬୦୦ ଆକାଉଣ୍ଟ୍
କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ପରେ, X ଅନେକ ଉପଭୋକ୍ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ସୋସିଆଲ ମିଡିଆ ପ୍ଲାଟଫର୍ମ ୬୦୦ ଆକାଉଣ୍ଟ ଡିଲିଟ କରିଛି ଏବଂ ୩,୫୦୦ରୁ ଅଧିକ ପୋଷ୍ଟ ତାର ପ୍ଲାଟଫର୍ମରୁ ହଟାଇ ଦେଇଛି। X ରେ ଅଶ୍ଳୀଳ ବିଷୟବସ୍ତୁ ଉପରେ କେନ୍ଦ୍ର ସରକାର ଆପତ୍ତି କରିବା ପରେ X ଏହି ପଦକ୍ଷେପ ନେଇଛି। X ସରକାରଙ୍କୁ ପ୍ରତିଶ୍ରୁତି ଦେଇଛି ଯେ ଏହା ପ୍ଲାଟଫର୍ମରେ ଅଶ୍ଳୀଳ ବିଷୟବସ୍ତୁ ପ୍ରକାଶ କରିବାକୁ ଦେବ ନାହିଁ ଏବଂ ସରକାରୀ ନିୟମ ପାଳନ କରିବ।
ଭାରତ ସରକାର ଏକ୍ସର ଏଆଇ ଉପକରଣ, ଗ୍ରୋକ୍ ମାଧ୍ୟମରେ ଅଶ୍ଳୀଳ ଏବଂ ଆପତ୍ତିଜନକ ବିଷୟବସ୍ତୁ ପ୍ରସାରଣ ଉପରେ ଗମ୍ଭୀର ଚିନ୍ତା ପ୍ରକଟ କରିଛନ୍ତି। ସରକାରୀ ଏଜେନ୍ସି ଗୁଡ଼ିକ କହିଛନ୍ତି ଯେ ଗ୍ରୋକ୍ କେବଳ ନକଲି ପ୍ରୋଫାଇଲ୍ ତିଆରି କରିବା ପାଇଁ ନୁହେଁ, ବରଂ ଅନଲାଇନ୍ ମହିଳାମାନଙ୍କୁ ହଇରାଣ ଏବଂ ଟାର୍ଗେଟ କରିବା ପାଇଁ ମଧ୍ୟ ବ୍ୟବହାର କରାଯାଉଥିଲା। ଏ ସମ୍ପର୍କରେ ସରକାର କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଚେତାବନୀ ଦେଇଥିଲେ ଏବଂ ଏକ୍ସ ଠାରୁ ରିପୋର୍ଟ ମାଗିଥିଲେ।

ଗ୍ରୋକ୍ ହେଉଛି ଏକ ଏଆଇ ଚାଟବଟ୍ । ଯାହାକୁ ନିଜେ ଏଲନ ମସ୍କଙ୍କ କମ୍ପାନୀ ଏକ୍ସଏଆଇ ପ୍ରସ୍ତୁତ କରିଥିଲା । ଏହାକୁ ଇନଷ୍ଟଲ୍ କରାଯାଇ ବ୍ୟବହାର କରିହେବ । ୟୁଜରମାନେ ଟେକ୍ସଟ୍ କମାଣ୍ଡ କିମ୍ବା ଭଏସ ପ୍ରମ୍ପଟ୍ ସାହାଯ୍ୟରେ ନିଜ କାମ କରିପାରିବେ । ନିକଟରେ ଗ୍ରୋକ୍ ଏଆଇ ଦ୍ୱାରା ଅନେକ ଅଶ୍ଲୀଳ କଣ୍ଟେଣ୍ଟ୍ ଏଡିଟିଂ କରାଯାଇଥିଲା । ଅନେକ ୟୁଜର ଏହି ଫିଚର୍ସର ଅପବ୍ୟବହାର କରିଥିଲେ ।












Click it and Unblock the Notifications