For Quick Alerts
Turn On Notification  
For Daily Alerts
Oneindia App Download

ଭାଗ ଭାଗ ହେଲା BKU, ରାକେଶ ଟିକାୟିତ୍ କହିଲେ - ବିଭାଜନ କରିବା ସରକାରଙ୍କ କାମ, ଆମେ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଲଢିବୁ

ରାକେଶ କହିଛନ୍ତି ଯେ କୃଷକଙ୍କ ଆନ୍ଦୋଳନକୁ ଭାଙ୍ଗିବା, ବିଭାଜନ କରିବା କିମ୍ବା ଦୁର୍ବଳ କରିବା ସରକାରଙ୍କ କାମ । ଆମର ଧର୍ମ ହେଉଛି କୃଷକଙ୍କ ସ୍ୱର ଆଗକୁ ବଢାଇବା ।

|

ମୁଜାଫରନଗର : କୃଷକ ଆନ୍ଦୋଳନର ମୁଖ୍ୟ ଚେହେରା ଥିବା ରାକେଶ ଟିକାୟିତ୍ ଭାରତୀୟ କିଷାନ ୟୁନିଅନରେ ବିଭାଜନ ପାଇଁ ଇସାରାରେ ବିଜେପି ସରକାରଙ୍କୁ ଟାର୍ଗେଟ କରିଛନ୍ତି । ରାକେଶ କହିଛନ୍ତି ଯେ କୃଷକଙ୍କ ଆନ୍ଦୋଳନକୁ ଭାଙ୍ଗିବା, ବିଭାଜନ କରିବା କିମ୍ବା ଦୁର୍ବଳ କରିବା ସରକାରଙ୍କ କାମ । ଆମର ଧର୍ମ ହେଉଛି କୃଷକଙ୍କ ସ୍ୱର ଆଗକୁ ବଢାଇବା । ସେମାନଙ୍କର ଅଧିକାରକୁ ସୁରକ୍ଷା ଦେବା । ଶେଷ ନିଶ୍ୱାସ ପର୍ଯ୍ୟନ୍ତ କୃଷକଙ୍କ ସଂଗ୍ରାମ ଜାରି ରହିବ ।

rakesh tikait

ଆପଣଙ୍କୁ କହି ରଖୁଛୁ କୃଷକଙ୍କ ବଡ ନେତା ସ୍ୱର୍ଗତ ମହେନ୍ଦ୍ର ସିଂହ ଟିକାୟିତଙ୍କ 11 ତମ ବାର୍ଷିକୀ ଅବସରରେ ତାଙ୍କ ଦ୍ୱାରା ଗଠିତ ଭାରତୀୟ କିଷାନ ୟୁନିଅନ (ବି.କେ.ୟୁ) ଦୁଇ ଭାଗରେ ବିଭକ୍ତ ହୋଇଥିଲା । ରବିବାର ଦିନ ଲକ୍ଷ୍ନୌର ଆଖୁ ସଂସ୍ଥାନ ଅଡିଟୋରିୟମରେ ବିକେୟୁର କାର୍ଯ୍ୟକାରିଣୀ ବୈଠକରେ ମହେନ୍ଦ୍ର ସିଂହ ଟିକାୟିତଙ୍କ ଦୁଇ ପୁଅ ନରେଶ ଟିକାୟିତ୍ ଏବଂ ରାକେଶ ଟିକାୟିତଙ୍କୁ ଭାରତୀୟ କିଷାନ ୟୁନିଅନ (ବି.କେ.ୟୁ) ରୁ ବରଖାସ୍ତ କରାଯାଇଛି । ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦରୁ ନରେଶ ଟିକାୟିତଙ୍କୁ ମଧ୍ୟ ହଟାଇ ଦିଆଯାଇଛି ।

ରାକେଶ ସିଂହ ଚୌହାନଙ୍କୁ ବି.କେ.ୟୁ (ଅଣରାଜନୈତିକ) ର ନୂତନ ଅଧ୍ୟକ୍ଷ କରାଯାଇଛି । ସେ ଅଧ୍ୟକ୍ଷ ହେବା ମାତ୍ରେ ରାଜେଶ ସିଂହ ଅଭିଯୋଗ କରିଛନ୍ତି ଯେ ନରେଶ ଏବଂ ରାକେଶ ଟିକାୟିତ୍ ରାଜନୀତି କରୁଛନ୍ତି । ବିଧାନସଭା ନିର୍ବାଚନରେ ସେ ଏକ ଦଳ ପାଇଁ ପ୍ରଚାର କରିବାକୁ କହିଥିଲେ । ଭାରତୀୟ କିଷାନ ୟୁନିଅନ (ଅଣରାଜନୈତିକ) ଗଠନ ଉପରେ ରାକେଶ ଟିକାୟିତ୍ ରବିବାର କହିଛନ୍ତି ଯେ ଏସବୁ ପଛରେ ସରକାର ଅଛନ୍ତି । ଟିକାୟିତ୍ କହିଛନ୍ତି, ଏସବୁ ପଛରେ ସରକାର ଅଛନ୍ତି ଏବଂ ସେ ହିଁ ଏସବୁ କରାଉଛନ୍ତି । 26, 27 ଏବଂ 28 ଜାନୁଆରୀ 2021 ରେ ଯେପରି ଲୋକମାନେ ଆତ୍ମସମର୍ପଣ କରିଥିଲେ ସେହିଭଳି 15 ମଇରେ ମଧ୍ୟ କିଛି ଲୋକ ସରକାରଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି । ଅତୀତରେ ବହୁତ ଲୋକ ଆମ ସଂଗଠନ ଛାଡିଛନ୍ତି । ଟିକାୟିତ୍ କହିଛନ୍ତି ଯେ ଉତ୍ତରପ୍ରଦେଶରେ ଭାରତ କିଷାନ ୟୁନିଅନରୁ ବିଚ୍ଛିନ୍ନ ହୋଇ 8 ରୁ 10 ଟି ସଂଗଠନ ଗଠନ କରାଯାଇଛି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
after Split in BKU Rakesh Tikait Said, farmers fight will continue till the last breath
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X