ଯୋଶୀମଠ ପରେ ଅନ୍ୟ ଅଞ୍ଚଳରେ ଦବୁଛି ଭୂମି, ଉତ୍ତରାଖଣ୍ଡରେ ସତର୍କ ଘଣ୍ଟି

ଯୋଶୀମଠ ପରେ ବର୍ତ୍ତମାନ ଋଷିକେଶ, ମସୁରୀ, ନୈନିତାଲରେ ମଧ୍ୟ ବିପଦ ଦେଖିବାକୁ ମିଳିଛି । ଅନେକ ଘର ଓ ରାସ୍ତାରେ ଫାଟ ସୃଷ୍ଟି ହୋଇଛି । ଫଲରେ ସେମାନଙ୍କ ଜୀବନ ପ୍ରତି ବିପଦ ଥିବା ନେଇ ଆଶଙ୍କାରେ ରହିଛନ୍ତି ସ୍ଥାନୀୟ ବାସିନ୍ଦା ।

land sinking

ଦେହରାଦୁନ୍: ଉତ୍ତରାଖଣ୍ଡରେ ଦବୁଛି ଭୂମି । ଯୋଶୀମଠ ପରେ ବର୍ତ୍ତମାନ ଋଷିକେଶ, ମସୁରୀ, ନୈନିତାଲରେ ମଧ୍ୟ ବିପଦ ଦେଖିବାକୁ ମିଳିଛି । ଅନେକ ଘର ଓ ରାସ୍ତାରେ ଫାଟ ସୃଷ୍ଟି ହୋଇଛି । ଫଲରେ ସେମାନଙ୍କ ଜୀବନ ପ୍ରତି ବିପଦ ଥିବା ନେଇ ଆଶଙ୍କାରେ ରହିଛନ୍ତି ସ୍ଥାନୀୟ ବାସିନ୍ଦା ।

ଏହା ପୂର୍ବରୁ ଜାନୁଆରୀରେ ଯୋଶୀମଠରେ ମଧ୍ୟ ଅନେକ ଘର ଓ ରାସ୍ତାରେ ଫାଟ ଦେଖାଦେଇଥିଲା । ନିର୍ମାଣାଧୀନ 520 ମେଗାୱାଟ ତାପୋବନ-ବିଷ୍ଣୁଗଡ ଜଳ ବିଦ୍ୟୁତ୍ ପ୍ରକଳ୍ପର ଏକ ଟନେଲରେ ଏକ ପାଣି ପାଇପ୍ ଫାଟିବା ଫଳରେ ସହରର ମାଟି ଦବିବାରେ ଲାଗିଛି । ଯୋଶୀମଠ ବ୍ୟତୀତ କର୍ଣ୍ଣପ୍ରୟାଗ, ଉତ୍ତରାକାଶି ସମେତ ଅନ୍ୟାନ୍ୟ ସ୍ଥାନରେ ଫାଟ ସୃଷ୍ଟି ହେଉଛି ।

ଋଷିକେଶର ଅଟାଳୀ ଗ୍ରାମରେ ଅତି କମରେ 85 ଟି ଘର ଫାଟ ଦେଖିବାକୁ ମିଳିଛି । ସ୍ଥାନୀୟ ଲୋକଙ୍କ କହିବାନୁସାରେ, ଋଷିକେଶ-କର୍ଣ୍ଣପ୍ରୟାଗ ରେଳ ପ୍ରକଳ୍ପ ପାଇଁ ଚାଲିଥିବା ରେଳ ଟନେଲ ଯୋଗୁଁ ମାଟି ଦୁର୍ବଳ ହୋଇ ଦବିବାରେ ଲାଗିଛି ।

ଗ୍ରାମବାସୀ କହିଛନ୍ତି ଯେ ସମସ୍ତ ଘର ଏବଂ ଚାଷ ଜମିରେ ଫାଟ ସୃଷ୍ଟି ହୋଇଛି । ତେହେରୀ ଗରୱାଲ୍, ବିଶେଷତଃ ଚାମ୍ବା ର କ୍ୱାଣ୍ଟ୍ ହାମଲେଟ୍ ଭିତରେ ଏବଂ ଏହାର ଆଖପାଖରେ ଫାଟ ଦେଖାଯିବା ସହ ମାଟି ଧସିବାରେ ଲାଗିଛି । ଅଧିକାଂଶ ପ୍ରଭାବିତ ଘର ଚାମ୍ବା କେନ୍ଦ୍ରୀୟ ବଜାର ଅଞ୍ଚଳରେ ଚାର ଧାମ ସଡକ ପ୍ରକଳ୍ପ ପାଇଁ ନିର୍ମିତ 440 ମିଟର ଲମ୍ବର ଟନେଲର ନିକଟରେ ଅବସ୍ଥିତ ।

ଯୋଶୀମଠ ଠାରୁ ପ୍ରାୟ 80 କିଲୋମିଟର ଦୂରରେ ଅବସ୍ଥିତ କର୍ଣ୍ଣପ୍ରୟାଗର ସ୍ଥାନୀୟ ଲୋକମାନେ ମଧ୍ୟ ଚିନ୍ତିତ ଅଛନ୍ତି । ସେଠାରେ ଯୋଶୀମଠ ଭଳି ଋଷିକେଶ-କର୍ଣ୍ଣପ୍ରୟାଗ ରେଳ ଲାଇନ ଏବଂ ଚାର ଧାମ ରାସ୍ତା ପାଇଁ ନିର୍ମାଣ କାର୍ଯ୍ୟ ଜାରି ରହିଛି । ଫଲରେ ସେଠାରେ ମଧ୍ୟ ଯୋଶୀମଠ ଭଳି ପରିସ୍ଥିତି ସୃଷ୍ଟି ହୋଇପାରେ ବୋଲି ଲୋକମାନେ ଆଶଙ୍କା କରୁଛନ୍ତି ।

ବଦ୍ରିନାଥ ରାଜପଥରେ ଥିବା ବାହୁଗୁଣା ନଗରର କିଛି ଘର ବିପଦପୂର୍ଣ୍ଣ ଭାବରେ ଛାତ ଉପରେ ଓଭରହେଙ୍ଗ୍ ହୋଇଛି । କୋଡ଼ିଏରୁ ଅଧିକ ଘର ଫାଟ ସୃଷ୍ଟି ହୋଇଛି । ଅଧିବାସୀମାନେ ଦାବି କରିଛନ୍ତି ଯେ ବଡ଼ ଧରଣର ନିର୍ମାଣ କାର୍ଯ୍ୟକଳାପ, ଚାର ଧାମ ସଡକ ପ୍ରକଳ୍ପ ପାଇଁ ପାହାଡ କାଟିବା ଏବଂ ଜନସଂଖ୍ୟା ଚାପ ଆଲାକାନନ୍ଦ ଏବଂ ପିନ୍ଦର ନଦୀ କୂଳରେ ଅବସ୍ଥିତ ଏହି ଦୁର୍ବଳ ସହରରେ ଜଟିଳ ପରିସ୍ଥିତି ସୃଷ୍ଟି କରିଛି ।'

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+