Get Updates
Get notified of breaking news, exclusive insights, and must-see stories!

Aditya L1 ମିଶନର ଓଡ଼ିଶା ଲିଙ୍କ, ଲାଗିଛି ଓଡ଼ିଶାରେ ତିଆରି ଯନ୍ତ୍ରାଂଶ

Solar Mission Aditya L-1: ଚନ୍ଦ୍ରଯାନ-3 ର ସଫଳତା ପରେ ଉତ୍ସାହୀ ଅଛି ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର(ISRO) । ଏହା ପରେ ଆଉ ଏକ ପାଦ ଆଗକୁ ଯାଇ ଭାରତର ପ୍ରଥମ ସୂର୍ଯ୍ୟ ମିଶନ ଆଦିତ୍ୟ L1 ଲଞ୍ଚ କରିବାକୁ ଯାଉଛି । ଆସନ୍ତାକାଲି ସେପ୍ଟେମ୍ବର 2 ତାରିଖରେ ଏହାର ଲଞ୍ଚ ହେବାକୁ ଥିବା ବେଳେ ଆଜି ଠାରୁ ଆରମ୍ଭ ହୋଇସାରିଛି କାଉଣ୍ଟଡାଉନ୍ ।

aditya l1

ଶନିବାର 11.50 ମିନିଟରେ ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟାରୁ ଉତକ୍ଷେପଣ କରାଯିବ ଆଦିତ୍ୟ-L1 । ଏ ନେଇ ଇସ୍ରୋ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇସାରିଛି ରିହର୍ସଲ ମଧ୍ୟ ହୋଇସାରିଛି । ବର୍ତ୍ତମାନ କାଉଣ୍ଟଡାଉନ୍ ଆରମ୍ଭ ହୋଇଯାଇଛି ।

କେବଳ ଅପେକ୍ଷା ରହିଛି ଶନିବାର ଦିନ 11 ଟା 50 କୁ । ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟ୍ଟା ସ୍ଥିତ ସତୀଶ ଧାୱନ୍ ସ୍ପେଶ ସେଣ୍ଟରର 2 ନମ୍ବର ଲଞ୍ଚ ପ୍ୟାଡରୁ ଆକାଶ ଚିରି ମହାକାଶ କୁ ଯିବ PSLV-XL କ୍ଲାସ୍ ରକେଟ୍ । ଉତକ୍ଷେପଣର ପ୍ରାୟ ଘଣ୍ଟାଏ ପରେ ଏହା ଆଦିତ୍ୟ-L1କୁ ଲୋ-ଆର୍ଥ ଅର୍ବିଟରେ ଅବସ୍ଥାପିତ କରିବ । ଭୂପୃଷ୍ଠରୁ ଅପେକ୍ଷାକୃତ ସ୍ୱଳ୍ପ ଉଚ୍ଚତା ବିଶିଷ୍ଟ ଏହି କକ୍ଷପଥରେ ଅବସ୍ଥାପିତା ହେବା ପରେ, ପୃଥିବୀକୁ ପ୍ରାୟ 4 ଥର ପରିକ୍ରମା କରି ନିଜର କକ୍ଷପଥକୁ ବିସ୍ତାର କରିବ ଦିତ୍ୟ-L1 ।

ଆପଣଙ୍କୁ କହି ରଖୁଛୁ, ସୂର୍ଯ୍ୟ ପୃଥିବୀଠାରୁ ପ୍ରାୟ 15 କୋଟି କିଲୋମିଟର ଦୂରରେ ରହିଛି । ତେବେ ଏହାର ଶହେ ଭାଗରୁ 1 ଭାଗ ଦୂରତା ଅତିକ୍ରମ କରିବ ଆଦିତ୍ୟ-L1 । ତେବେ ପୃଥିବୀଠାରୁ 15 ଲକ୍ଷ କିଲୋମିଟର ଦୂରରେ ରହି ସୂର୍ଯ୍ୟଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରି ଆଦିତ୍ୟ-L1 । ତେବେ ସନ୍ ସିଷ୍ଟମର ପ୍ରଥମ ଲଗରାଞ୍ଜିଆନ୍ ପଏଣ୍ଟ ବା ଏଲ୍-1ର ଏକ ହାଲୋ ଅର୍ବିଟରେ ଅବସ୍ଥାପିତ ହେବ । ସେଠାରୁ ଯିବା ପାଇଁ ପ୍ରାୟ 4 ମାସର ସମୟ ଲାଗିବ ବୋଲି ସୂଚନା ରହିଛି ।

ଇସ୍ରୋ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ପୃଥିବୀ ଓ ସୂର୍ଯ୍ୟର ଚୁମ୍ବକୀୟ ଶକ୍ତି ଏହି ସ୍ଥାନରେ ପ୍ରାୟତଃ ସମାନ । ସେହି ସ୍ଥାନରେ ପରାଗ ଓ ଏବଂ କୌଣସି ଗ୍ରହଣର ପ୍ରଭାବ ପଡୁନଥିବାରୁ ସୂର୍ଯ୍ୟର ଉପରେ ଗବେଷଣା କରାଯାଇ ପାରିବ ।

ଆଦିତ୍ୟ ଏଲ୍-1ରେ ମୋଟ୍ ୭ଟି ପେ'ଲୋଡ୍ ବା ଯନ୍ତ୍ର ଥିବା ବେଳେ ସେଥି ମଧ୍ୟରୁ 4ଟି ସିଧାସଳଖ ସୂର୍ଯ୍ୟ ଆଡ଼କୁ ରହିବ । ସୂର୍ଯ୍ୟର ବିଭିନ୍ନ ସ୍ତର, ଚୁମ୍ବକୀୟ କ୍ଷେତ୍ର ଓ ସେଠାରୁ ପୃଥିବୀ ଆଡ଼କୁ ଆସୁଥିବା ଚାର୍ଜ କଣିକା ଗୁ଼ଡ଼ିକୁ ସଂପର୍କରେ ତଥ୍ୟ ସଂଗ୍ରହ କରିବା ଏହି ମିଶନର ଲକ୍ଷ୍ୟ । ଏହା ପୂର୍ବରୁ ଅନେକ ଦେଶ ଗବେଷଣା ପାଇଁ ସୂର୍ଯ୍ୟକୁ ମହାକଶଯାନ ପଠାଇସାରିଛନ୍ତି ।

ତେବେ ଇସ୍ରୋ ଚେୟାରମ୍ୟାନଙ୍କ ସୂଚନା ଅନୁସାରେ, ଆଦିତ୍ୟ L-1 ଉପଗ୍ରହ ଲଞ୍ଚ୍ କରିବା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଯାଇଛି । ରକେଟ୍ ଏବଂ ସାଟେଲାଇଟ୍ ଉଭୟ ପ୍ରସ୍ତୁତ । ସେପଟେ ଶେଷ ରିହର୍ସଲ ମଧ୍ୟ ସରିଛି ଏବେ ଅପେକ୍ଷା ଲଞ୍ଚ୍ ସମୟକୁ ।

ଆଦିତ୍ୟ L1 ର ଓଡ଼ିଶା ଲିଙ୍କ୍

ସବୁଠାରୁ ବଡ଼ କଥା ହେଲା ଚନ୍ଦ୍ରଯାନ-3 ଭଳି ସୂର୍ଯ୍ୟ ମିଶନ ଆଦିତ୍ୟ L1 ରେ ବି ଲାଗିଛି ଓଡ଼ିଶାରେ ତିଆରି ଯନ୍ତ୍ର । ଆଦିତ୍ୟ-L1 ଏବଂ PSLV-C57ର ଅନେକ ଗୁଡ଼ିଏ ପାର୍ଟ ଇସ୍ରୋକୁ ଯୋଗାଇ ଦେଇଛି ଭୁବନେଶ୍ୱର ସ୍ଥିତ ସେଣ୍ଟ୍ରାଲ୍ ଟୁଲ୍ ରୁମ୍ ଆଣ୍ଡ୍ ଟ୍ରେନିଂ ସେଣ୍ଟର (CTTC) । ଏହି ଦେଢ଼ ଟନ୍ ଓଜନର ମହାକାଶଯାନ ସୂର୍ଯ୍ୟ ନିକଟକୁ ଯାଉଥିବାରୁ, ସେଥିରେ ଲାଗିଥିବା ଉପକରଣ ଗୁଡ଼ିକୁ ହାଇ ହିଟ୍ ରେଜିଷ୍ଟାଣ୍ଟ୍ ବା ଉଚ୍ଚ ତାପ ସହଣୀ ଶକ୍ତି ଥିବା କାଚ, କ୍ୱାର୍ଜ ଓ ଇଙ୍କୋନେଲରେ ଗଢ଼ାଯାଇଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+