ହିଣ୍ଡେନବର୍ଗ-ଆଦାନୀ ଗ୍ରୁପ୍ ବିବାଦ : SEBI କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ‘6 ମାସ ନୁହଁ 3 ମାସରେ ଦିଅ ରିପୋର୍ଟ'

ନୂଆଦିଲ୍ଲୀ : ଆଦାନୀ ଗ୍ରୁପ୍ ବିରୋଧରେ ହିଣ୍ଡେନବର୍ଗ ରିପୋର୍ଟ ଉପରେ ମାମଲାର ଶୁଣାଣି ସମୟରେ ସୁପ୍ରିମ କୋର୍ଟ SEBI ଉପରେ ବର୍ଷିଛନ୍ତି । ଏହା ଉପରେ ଯାଞ୍ଚ କରିବାକୁ SEBI 6 ମାସର ସମୟ ମାଗିଛନ୍ତି । ଏହାକୁ ନେଇ ସୁପ୍ରିମ କୋର୍ଟ କହିଛନ୍ତି ତଦନ୍ତ ପାଇଁ ସମୟ ଦିଆଯିବ କିନ୍ତୁ 6 ମାସ ସମୟ ଦିଆଯିବ ନାହିଁ । କୋର୍ଟ କହିଛନ୍ତି ଯେ ଅନୁସନ୍ଧାନର ସମୟ କେବଳ ତିନିମାସ ବୃଦ୍ଧି କରାଯିବ ।
ଗୌତମ ଆଦାନୀଙ୍କ ଆଦାନୀ ଗ୍ରୁପ୍ ବିରୋଧରେ ତଦନ୍ତ ପାଇଁ ସମୟ ବଢାଇବାକୁ ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ ବୋର୍ଡ ଅଫ୍ ଇଣ୍ଡିଆ(SEBI) ସମୟ ବଢାଇବାକୁ ନିବେଦନ କରିଛନ୍ତି । ଆବେଦନର ଶୁଣାଣି ସମୟରେ ସୁପ୍ରିମକୋର୍ଟ କହିଛନ୍ତି ଯେ ଆଦାନୀ ଗ୍ରୁପ୍ ବିରୋଧରେ ଯାଞ୍ଚ ପାଇଁ କୋର୍ଟ ଦ୍ୱାରା ନିଯୁକ୍ତ କମିଟି ଉପରେ ଏହି ସପ୍ତାହ ଶେଷ ସୁଦ୍ଧା ବିଚାର କରାଯିବ ।
ଏଥି ସହିତ, SEBI ଦ୍ୱାରା ଅନୁସନ୍ଧାନ ପାଇଁ ସମୟ ବଢାଇବାକୁ ଚାହୁଁଥିବା ଆବେଦନ ଉପରେ ଶୁଣାଣି ପାଇଁ ସୁପ୍ରିମକୋର୍ଟ ଆସନ୍ତା 15 ତାରିଖ ଧାର୍ଯ୍ୟ କରିଛନ୍ତି ।
ଆଦାନୀ ଗ୍ରୁପ୍ ବିରୋଧରେ ହୋଇଥିବା କାରବାରର ଯାଞ୍ଚ ପାଇଁ ଗଠିତ କମିଟିର ରିପୋର୍ଟ ଉପରେ ସୁପ୍ରିମକୋର୍ଟ କହିଛନ୍ତି ଯେ କୋର୍ଟ ଏପର୍ଯ୍ୟନ୍ତ ସେହି ରିପୋର୍ଟ ପଢି ନାହାଁନ୍ତି । ସୁପ୍ରିମକୋର୍ଟ କହିଛନ୍ତି ଯେ ଷ୍ଟକ୍ ମାନିପୁଲେସନ୍ ଅଭିଯୋଗର ତଦନ୍ତ ଶେଷ କରିବାକୁ SEBI ଦ୍ୱାରା 6 ମାସ ବଦଳରେ ଏହା 3 ମାସ ସମୟ ଦେଇପାରେ ।












Click it and Unblock the Notifications