ଆଦାନୀ ପ୍ରସଙ୍ଗ : ଯାଞ୍ଚ କମିଟି ପାଇଁ କେନ୍ଦ୍ର ରାଜି, ଦଲିଲଗୁଡ଼ିକର ଗୋପନୀୟତା ରଖିବାକୁ କଲା ଦାବି
ଆଦାନୀ ପ୍ରସଙ୍ଗରେ ଏକ ବିଶେଷଜ୍ଞ କମିଟି ଗଠନ ହୁଏ ତେବେ ସରକାରଙ୍କର କୌଣସି ଆପତ୍ତି ନାହିଁ । ଅର୍ଥାତ୍ ସରକାର ଏହି କମିଟି ଗଠନ କରିବାକୁ ରାଜି ହୋଇଛନ୍ତି ।

ନୂଆଦିଲ୍ଲୀ: ଆଦାନୀ-ହିଣ୍ଡେନବର୍ଗ ମାମଲା ସମ୍ପର୍କରେ ସୋମବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା । ଏହି ସମୟରେ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କେନ୍ଦ୍ର ସରକାରଙ୍କ ତରଫରୁ ହାଜର ହୋଇ ସମସ୍ତ ତଥ୍ୟକୁ ବେଞ୍ଚ ସମ୍ମୁଖରେ ରଖିଥିଲେ । ସେ ସ୍ପଷ୍ଟ କରିଛନ୍ତି ଯେ ଯଦି ଏହି ପ୍ରସଙ୍ଗରେ ଏକ ବିଶେଷଜ୍ଞ କମିଟି ଗଠନ ହୁଏ ତେବେ ସରକାରଙ୍କର କୌଣସି ଆପତ୍ତି ନାହିଁ । ଅର୍ଥାତ୍ ସରକାର ଏହି କମିଟି ଗଠନ କରିବାକୁ ରାଜି ହୋଇଛନ୍ତି ।
ସଲିସିଟର ଜେନେରାଲଙ୍କ କଥା ଶୁଣିବା ପରେ କୋର୍ଟ କହିଛନ୍ତି ଯେ ଆପଣ କମିଟିର ନାମ ସ୍ଥିର କରନ୍ତୁ, ତା'ପରେ ଶୁକ୍ରବାର କୋର୍ଟ ଆସନ୍ତୁ । ତେବେ ଏହା ଉପରେ ଅଧିକ ଶୁଣାଣି ହେବ । ଏହା ଉପରେ ମେହେଟ୍ଟା କହିଛନ୍ତି ଯେ ବୁଧବାର ଦିନ ସରକାର ସିଲ୍ ହୋଇଥିବା ଏନଭଲ୍ସରେ ସଦସ୍ୟଙ୍କ ନାମ ହସ୍ତାନ୍ତର କରିବେ । ଏହା ବ୍ୟତୀତ ସରକାର ଆବେଦନକାରୀଙ୍କୁ ଯୁକ୍ତିର ତାଲିକା ମଧ୍ୟ ଦେବେ, କିନ୍ତୁ ଏହି ପ୍ରସଙ୍ଗର ଗୋପନୀୟତା ବଜାୟ ରଖିବାକୁ କୋର୍ଟ ନିକଟରେ ଆବେଦନ କରିଛନ୍ତି ସରକାର ।
ସଲିସିଟର ଜେନେରାଲ ମଧ୍ୟ କୋର୍ଟଙ୍କୁ କହିଛନ୍ତି ଯେ ନିବେଶକଙ୍କ ସୁରକ୍ଷା ପାଇଁ ସେବି ଏବଂ ଅନ୍ୟାନ୍ୟ କେନ୍ଦ୍ରୀୟ ଏଜେନ୍ସି ଅଛନ୍ତି । ସେମାନେ ସମ୍ପୁର୍ଣ୍ଣ ଭାବରେ କାର୍ଯ୍ୟ କରୁଛନ୍ତି ଏବଂ ନିବେଶକଙ୍କ ଅଧିକାର ରକ୍ଷା କରିବାରେ ସକ୍ଷମ ଅଟନ୍ତି । ଏହା ସତ୍ତ୍ୱେ ଯଦି କୋର୍ଟ ଏକ କମିଟି ଚାହାଁନ୍ତି, ତେବେ ସରକାରଙ୍କ ଏଥିରେ କୌଣସି ଆପତ୍ତି ନାହିଁ । ଯାହା ଉପରେ ବୁଧବାର କୋର୍ଟ ସେମାନଙ୍କ ନାମ ଦାଖଲ କରିବାକୁ କହିଛନ୍ତି । ମିଡିଆ ରିପୋର୍ଟ ଅନୁଯାୟୀ, ଏହି କମିଟି ଏପରି ଏକ ପ୍ରସ୍ତାବ ପ୍ରସ୍ତୁତ କରିବ ଯାହା ନିବେଶକଙ୍କ ସ୍ୱାର୍ଥ ରକ୍ଷା କରିପାରିବ ।












Click it and Unblock the Notifications