Get Updates
Get notified of breaking news, exclusive insights, and must-see stories!

ତୀସ୍ତା ସିତଲୱାଡ଼ଙ୍କୁ ଆଶ୍ୱସ୍ତି, ସୁପ୍ରିମକୋର୍ଟରୁ ମିଳିଲା ଅନ୍ତରୀଣ ଜାମିନ

ଜେଲରେ ଥିବା ସାମାଜିକ କର୍ମୀ ତିସ୍ତା ସୀତଲୱାଡ଼ଙ୍କୁ ସୁପ୍ରିମ କୋର୍ଟରୁ ବଡ଼ ଆଶ୍ୱସ୍ତି । ସୁପ୍ରିମକୋର୍ଟ ତାଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି ।

ନୂଆଦିଲ୍ଲୀ : ଜେଲରେ ଥିବା ସାମାଜିକ କର୍ମୀ ତିସ୍ତା ସୀତଲୱାଡ଼ଙ୍କୁ ସୁପ୍ରିମ କୋର୍ଟରୁ ବଡ଼ ଆଶ୍ୱସ୍ତି । ସୁପ୍ରିମକୋର୍ଟ ତାଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି । 2002 ଗୁଜୁରାଟ ଦଙ୍ଗା ମାମଲାରେ ନିରୀହ ଲୋକଙ୍କୁ ଜଡିତ କରିବା ପାଇଁ ଦସ୍ତାବିଜ ଜାଲିଆତି କରିଥିବା ଅଭିଯୋଗ ହୋଇଛି ।

ଅନ୍ତରୀଣ ଜାମିନ ପ୍ରଦାନ କରୁଥିବାବେଳେ ସୁପ୍ରିମକୋର୍ଟ ତାଙ୍କ ବିରୋଧରେ ଚାଲିଥିବା ତଦନ୍ତରେ ସମ୍ପୂର୍ଣ୍ଣ ସହଯୋଗ କରିବାକୁ ତିସ୍ତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ସୁପ୍ରିମକୋର୍ଟ ତିସ୍ତାଙ୍କୁ ତାଙ୍କ ନିୟମିତ ଜାମିନର ନିଷ୍ପତ୍ତି ବିଚାର ନକରିବା ପର୍ଯ୍ୟନ୍ତ ତାଙ୍କ ପାସପୋର୍ଟ ଦାଖଲ କରିବାକୁ କହିଛନ୍ତି ।

Teesta Setalvad

ଏହାପୂର୍ବରୁ ହାଇକୋର୍ଟ ତିସ୍ତାଙ୍କ ଜାମିନ ଆବେଦନକୁ ପ୍ରତ୍ୟାଖ୍ୟାନ କରିଥିଲେ । ଏହା ପରେ ଜାମିନ ନଦେବା ଆଦେଶକୁ ତିସ୍ତା ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ।

ବରିଷ୍ଠ ଆଡଭୋକେଟ କପିଲ ସିବଲ ତିସ୍ତା ସିତଲୱାଡ଼ଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ହାଜର ହୋଇଥିଲେ । ଜାମିନ ଆବେଦନକୁ ସମର୍ଥନ କରି ସେ ଯୁକ୍ତି ବାଢିଛନ୍ତି ଯେ ତିସ୍ତା ଦୁଇ ମାସରୁ ଅଧିକ ସମୟ ଜେଲରେ ଅଛନ୍ତି ଏବଂ ଅନ୍ତରୀଣ ଜାମିନ ପାଇବାକୁ ହକଦାର ଥିବାବେଳେ ମୂଳ ଆବେଦନ ହାଇକୋର୍ଟରେ ବିଚାରାଧୀନ ଅଛି ।

ଏହାପୂର୍ବରୁ ଗୁରୁବାର ଦିନ ସୁପ୍ରିମକୋର୍ଟ ଶୁଣାଣି ସମୟରେ ଦେଇଥିବା ମନ୍ତବ୍ୟରେ କହିଥିଲେ ଯେ ଏହି ମାମଲାରେ ଏପରି ଅପରାଧ ନାହିଁ ଯେ ଜାମିନ ପ୍ରଦାନ କରାଯାଇପାରିବ ନାହିଁ । ବିଶେଷ କରି ଯେତେବେଳେ ସେ ଜଣେ ମହିଳା ଅଟନ୍ତି । ଗୁରୁବାର ଦିନ ଶୁଣାଣି ବେଳେ ଜଜ୍ କହିଛନ୍ତି ଯେ ସୀତଲୱାଡ଼ ଦୁଇ ମାସରୁ ଅଧିକ ସମୟ ଜେଲରେ ଥିଲେ ଏବଂ ଏପର୍ଯ୍ୟନ୍ତ କୌଣସି ଚାର୍ଜସିଟ ଦାଖଲ କରାଯାଇ ନାହିଁ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+