ନୌଦୀପ କୌରଙ୍କୁ ହାଇକୋର୍ଟରୁ ମିଳିଲା ଜାମିନ୍

ସାମାଜିକ କାର୍ଯ୍ୟକର୍ତ୍ତା ନୌଦୀପ କୌର ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟରୁ ଜାମିନ ପାଇଛନ୍ତି । ଜାନୁଆରୀ 12 ତାରିଖରୁ ସେ କର୍ଣ୍ଣଲ ଜେଲରେ ଥିଲେ । ତାଙ୍କ ବିରୋଧରେ 3 ଟି ଏଫ୍ଆଇଆର୍ ରୁଜୁ କରାଯାଇଥିଲା, ଯେଉଁଥିରୁ ଦୁଇଟି ମାମଲାରେ ସେ ଜାମିନ ପାଇସାରିଛନ୍ତି ।

ଚଣ୍ଡିଗଡ଼ : ସାମାଜିକ କାର୍ଯ୍ୟକର୍ତ୍ତା ନୌଦୀପ କୌର ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟରୁ ଜାମିନ ପାଇଛନ୍ତି । ଜାନୁଆରୀ 12 ତାରିଖରୁ ସେ କର୍ଣ୍ଣଲ ଜେଲରେ ଥିଲେ । ତାଙ୍କ ବିରୋଧରେ 3 ଟି ଏଫ୍ଆଇଆର୍ ରୁଜୁ କରାଯାଇଥିଲା, ଯେଉଁଥିରୁ ଦୁଇଟି ମାମଲାରେ ସେ ଜାମିନ ପାଇସାରିଛନ୍ତି । ବର୍ତ୍ତମାନ ଜେଲରୁ ବାହରକି ଆସିବାର ବାଟ ସଫା ହୋଇଯାଇଛି । ଏହାପୂର୍ବରୁ ପଞ୍ଜାବର ମୁକ୍ତସର ଜିଲ୍ଲାର ଅଧିବାସୀ କୌର ହାଇକୋର୍ଟରେ ନିୟମିତ ଜାମିନ ଆବେଦନ କରି ଅଭିଯୋଗ କରିଛନ୍ତି ଯେ, ସୋନିପଥ ପୋଲିସ ଗତ ମାସରେ ତାଙ୍କୁ ଗିରଫ କରି ପୋଲିସ ଷ୍ଟେସନରେ ମାଡ ମାରିଥିଲା ।

Nodeep-Kaur

23 ବର୍ଷୀୟ କାର୍ଯ୍ୟକର୍ତ୍ତା ଦାବି କରିଛନ୍ତି ଯେ, ଆଇନ ଉଲ୍ଲଂଘନ କରି ତାଙ୍କର ଡାକ୍ତରୀ ପରୀକ୍ଷା ମଧ୍ୟ କରାଯାଇ ନାହିଁ । ସୂଚନାଯୋଗ୍ୟ, ହରିୟାଣାର ସୋନିପଥ ଠାରେ ଏକ କମ୍ପାନୀକୁ ଘେରଉ କରିବା ସହ ତାଙ୍କଠାରୁ ଟଙ୍କା ମାଗିବା ଅଭିଯୋଗରେ କୌରଙ୍କୁ ଜାନୁଆରୀ 12 ରେ ଗିରଫ କରାଯାଇଥିଲା । ଡିଏସପି କହିଛି ଯେ ନୌଦୀପ କମ୍ପାନୀକୁ ଘେରି ରହିଥିବା ଲୋକଙ୍କୁ ଉସକାଇଥିଲେ । ଏହା ପରେ ଭିଡ଼କୁ ହଟାଇବାକୁ ଯାଇଥିବା ପୋଲିସ ଉପରେ ଆକ୍ରମଣ କରିଥିଲେ, ଫଳରେ ଜଣେ ମହିଳାଙ୍କ ସମେତ ସାତ ଜଣ ପୋଲିସ କର୍ମଚାରୀ ଆହତ ହୋଇଥିଲେ ।

କୌରଙ୍କ ସମସ୍ତ ଅଭିଯୋଗକୁ ହରିୟାଣା ପୋଲିସର ଅସ୍ୱୀକାର

କେବଳ ଏତିକି ନୁହେଁ ହରିୟାଣା ପୋଲିସ କୌରଙ୍କ ସମସ୍ତ ଅଭିଯୋଗକୁ ଭିତ୍ତିହୀନ ବୋଲି କହିବା ସହ ଶିଳ୍ପପତିଙ୍କଠାରୁ ଟଙ୍କା ଲୁଟିବା ଅଭିଯୋଗ କରିଛି । ହରିୟାଣା ପଞ୍ଜାବ ହାଇକୋର୍ଟରେ ଦାଖଲ ହୋଇଥିବା ଷ୍ଟାଟସ୍ ରିପୋର୍ଟରେ ହରିୟାଣା ପୋଲିସ କହିଛି ଯେ, ସୋସିଆଲ ମିଡିଆ ଫୋରମ୍ ଦ୍ୱାରା ମିଥ୍ୟା ଅଭିଯୋଗ ଆସୁଛି ଯେ କୌରଙ୍କୁ ମିଥ୍ୟା ଅଭିଯୋଗରେ ଗିରଫ କରାଯାଇ ତାଙ୍କୁ ଜେଲରେ ରଖାଯାଇଛି, ଯାହାକି ସମ୍ପୂର୍ଣ୍ଣ ମିଥ୍ୟା ।

ଦୁଇଜଣ ମହିଳା ପୋଲିସଙ୍କ ତତ୍ତ୍ୱାବଧାନରେ ଥିଲେ କୌର

ପୋଲିସ ଆହୁରି ମଧ୍ୟ କହିଛି, କୌରଙ୍କୁ ଦୁଇଜଣ ମହିଳା ପୋଲିସର ତତ୍ତ୍ୱାବଧାନରେ ରଖାଯାଇଛି ଏବଂ ତାଙ୍କୁ ଗିରଫ କରିବା ପରେ ତାଙ୍କୁ ସୋନିପଥ୍ ସିଭିଲ ହସ୍ପିଟାଲକୁ ଡାକ୍ତରୀ ପରୀକ୍ଷା ପାଇଁ ନିଆଯାଇଥିଲା । ଯଦିଓ ସେ ନିଜେ ମହିଳା ଡାକ୍ତରଙ୍କୁ ଏକ ଲିଖିତ ବିବୃତ୍ତି ଦେଇଛନ୍ତି ଯେ ସେ ମେଡିକାଲ ଟେଷ୍ଟ କରାଇବାକୁ ଚାହୁଁ ନାହାନ୍ତି । 12 ଜାନୁଆରୀରେ ତାଙ୍କ ସହ କୌଣସି ମାରପିଟ୍ ହୋଇନାହିଁ ବୋଲି ସେ ବିବୃତ୍ତି ଦେଇଛନ୍ତି ବୋଲି ପୋଲିସ୍ କହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+