ଭୀମା କୋରେଗାଓନ୍ ମାମଲା: ସାମାଜିକ କର୍ମୀ ଫାଦର ସ୍ୱାମୀଙ୍କ କମ୍ପ୍ୟୁଟରରେ ଥିଲା ଜାଲ୍ ଡକ୍ୟୁମେଣ୍ଟ୍

ଆମେରିକାର ଫରେନସିକ୍ ଫାର୍ମ ଦାବି କରିଛି ଯେ ସାମାଜିକ କର୍ମୀ ଫାଦର ଷ୍ଟାନ୍ ସ୍ୱାମୀଙ୍କ କମ୍ପ୍ୟୁଟରକୁ ହ୍ୟାକର୍ ଦ୍ୱାରା ହ୍ୟାକ୍ କରାଯାଇଥିଲା ଏବଂ ଜାଣିଶୁଣି ସେଥିରପେ ଆପତ୍ତିଜନକ ଦସ୍ତାବିଜ ରଖାଯାଇଥିଲା ।

ନୂଆଦିଲ୍ଲୀ: ଦେଶର ବହୁ ଚର୍ଚ୍ଚିତ ଭୀମା-କୋରେଗାଓଁ ହିଂସା ମାମଲାରେ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି । ଆମେରିକାର ଫରେନସିକ୍ ଫାର୍ମ ଦାବି କରିଛି ଯେ ସାମାଜିକ କର୍ମୀ ଫାଦର ଷ୍ଟାନ୍ ସ୍ୱାମୀଙ୍କ କମ୍ପ୍ୟୁଟରକୁ ହ୍ୟାକର୍ ଦ୍ୱାରା ହ୍ୟାକ୍ କରାଯାଇଥିଲା ଏବଂ ଜାଣିଶୁଣି ସେଥିରପେ ଆପତ୍ତିଜନକ ଦସ୍ତାବିଜ ରଖାଯାଇଥିଲା । ଏହି ସହିତ ତାଙ୍କୁ ସୁଚିନ୍ତିତ ଷଡଯନ୍ତ୍ରରେ ଫସାଇବାକୁ ଉଦ୍ୟମ କରାଯାଇଥିଲା । ସୂଚନା ଅନୁସାରେ, ତାଙ୍କ କମ୍ପ୍ୟୁଟରର ହାର୍ଡ ଡ୍ରାଇଭରେ ନକଲି ଡକ୍ୟୁମେଣ୍ଟ ରଖାଯାଇଥିଲା ।

Father Stan Swamy

5 ଜୁଲାଇ 2021 ରେ 84 ବର୍ଷୀୟ ସ୍ୱାମୀ ହୃଦଘାତରେ ପ୍ରାଣ ହରାଇଥିଲେ । ତାଙ୍କୁ ଅସ୍ଥାୟୀ ଜାମିନରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।
ଭୀମା କୋରେଗାଓଁ ହିଂସା ସମ୍ପର୍କିତ ମାମଲାରେ ସାମାଜିକ କର୍ମୀ ଫାଦର ଷ୍ଟାନ ସ୍ୱାମୀଙ୍କୁ ଗିରଫ କରାଯାଇଥିଲା ଏବଂ ସେହି ଦିନ ବମ୍ବେ ହାଇକୋର୍ଟରେ ତାଙ୍କର ଜାମିନ ଆବେଦନ ଶୁଣାଣି ହେବାର ଥିଲା । ସ୍ୱାମୀଙ୍କ ବିଷୟରେ ଏହି ସୂଚନା ମାସାଚୁସେଟ୍ସ ଭିତ୍ତିକ ଡିଜିଟାଲ୍ ଫରେନସିକ୍ ଫାର୍ମ ଆର୍ସେନାଲ୍ କନ୍ସଲ୍ଟିଂ ପକ୍ଷରୁ କରାଯାଇଛି । 'ୱାଶିଂଟନ୍ ପୋଷ୍ଟ'ରେ କମ୍ପାନୀ ପକ୍ଷରୁ ଏହା କୁହାଯାଇଛି ।

ଖବର ଅନୁଯାୟୀ, ମାନବିକ ଅଧିକାର କର୍ମୀ ରୋନା ୱିଲସନ ଏବଂ ସୁରେନ୍ଦ୍ର ଗାଡଲିଙ୍ଗଙ୍କୁ ଡିଜିଟାଲ ପ୍ରମାଣ ଆଧାରରେ ଗିରଫ କରାଯିବା ପରି ସ୍ୱାମୀଙ୍କୁ ମଧ୍ୟ ଗିରଫ କରାଯାଇଥିଲା । ସ୍ୱାମୀଙ୍କ କମ୍ପ୍ୟୁଟରରେ 50 ରୁ ଅଧିକ ନକଲି କପି ତିଆରି କରାଯାଇଥିଲା, ଯାହା ତାଙ୍କ ଏବଂ ମାଓବାଦୀ ଗୋଷ୍ଠୀର ଘନିଷ୍ଠ ସମ୍ପର୍କ ବିଷୟରେ ଦର୍ଶାଯାଇଥଇଲା । ଯାହା ବାସ୍ତବରେ ସମ୍ପୂର୍ଣ୍ଣ ଭୁଲ ଥିଲା । ଏହି ସମସ୍ତ ନକଲି କପି 5 ଜୁନ୍ 2019 ଅର୍ଥାତ୍ ସ୍ୱାମୀ ଗିରଫ ହେବାର ଏକ ସପ୍ତାହ ପୂର୍ବରୁ ଅପଲୋଡ୍ ହୋଇଥିଲା ।

ସାମାଜିକ କାର୍ଯ୍ୟକର୍ତ୍ତା ଫାଦର ଷ୍ଟାନ ସ୍ୱାମୀ ଭାରତର ସବୁଠାରୁ ବୟସ୍କ ବ୍ୟକ୍ତି ଯିଏ ଆତଙ୍କବାଦ ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିଲେ । ଭୀମା କୋରେଗାଓଁ ହିଂସା ଘଟଣାରେ ତାଙ୍କୁ ଜାନୁଆରୀ 2018 ରେ ଗିରଫ କରାଯାଇଥିଲା, ତାଙ୍କୁ ଏନଆଇଏ ଗିରଫ କରିଥିଲା । ଅନେକ ଗୁରୁତର ବିଭାଗରେ ସେ ଗିରଫ ହୋଇଥିଲେ ।
26 ଅପ୍ରେଲ 1937 ରେ ତାମିଲନାଡୁର ତ୍ରିଚିରେ ଜନ୍ମଗ୍ରହଣ କରିଥିବା ସ୍ୱାମୀ ପୁରୋହିତ ଭାବରେ ସେ ଝାଡଖଣ୍ଡର ଆଦିବାସୀମାନଙ୍କ ପାଇଁ ବହୁତ କାମ କରିଥିଲେ । ଏଥିସହ ଝାଡ଼ଖଣ୍ଡ ସରକାରଙ୍କ ବିରୋଧରେ ବିବୃତ୍ତି ଦେଇଥିବା ଅଭିଯୋଗ ହୋଇଥିଲା । ପତ୍ଥଲଗଡ଼ୀ ଆନ୍ଦୋଳନ ହେତୁ ତାଙ୍କ ବିରୋଧରେ ଦେଶଦ୍ରୋହ ମାମଲା ମଧ୍ୟ ପଞ୍ଜିକୃତ ହୋଇଥିଲା । ପୁଣେର ଭୀମା କୋରେଗାଓଁରେ ଏକ ଦଳିତ ସମ୍ପ୍ରଦାୟ କାର୍ଯ୍ୟକ୍ରମରେ 1 ଜାନୁଆରୀ 2018 ରେ ହିଂସା ହୋଇଥିଲା । ଏଲଗରରେ ଉତ୍ତେଜନାମୂଳକ ଭାଷଣ ଦେଇଥିବା ଅଭିଯୋଗ ହେବା ପରେ ସ୍ୱାମୀଙ୍କୁ ଗିରଫ କରାଯାଇଥିଲା, ଯଦିଓ ଏହି ଷଡଯନ୍ତ୍ରରେ ତାଙ୍କୁ ଫସାଯାଇଥିବା ନେଇ ସେ ଦର୍ଶାଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+