ପନିପରିବା ପରି ବିକ୍ରି ହେଉଛି ଏସିଡ୍, ଛାତ୍ରୀଙ୍କ ଉପରେ ଏସିଡ୍ ଆକ୍ରମଣ ଘଟଣାରେ କହିଲେ ସ୍ୱାତୀ ମାଲିୱାଲ
ଲ୍ଲୀ ମହିଳା ଆୟୋଗର ଚେୟାରମ୍ୟାନ୍ ସ୍ୱାତୀ ମାଲିୱାଲ ସ୍ୱତଃ ସଜ୍ଞାନ ନେଇ ଦିଲ୍ଲୀ ପୋଲିସକୁ ନୋଟିସ ଜାରି କରିଛନ୍ତି । ସ୍ୱାତୀ ମାଲିୱାଲ କହିଛନ୍ତି ଯେ ଆଜି ଦେଶରେ ପନିପରିବା ବିକ୍ରି ହେବା ସହ ସହଜରେ ଏସିଡ୍ ବିକ୍ରି ହେଉଛି ।
ନୂଆଦିଲ୍ଲୀ: ଦେଶର ଜାତୀୟ ରାଜଧାନୀ ରେ ଦୁବୃର୍ତ୍ତଙ୍କ ଜଘନ୍ୟ କାଣ୍ଡ । ବାଇକ୍ ରେ ଆସି ନାବାଳିକା ଛାତ୍ରୀଙ୍କ ଉପରେ କରିଛନ୍ତି ଏସିଡ଼ ମାଡ଼ । ରାଜଧାନୀ ଦ୍ୱାରକାରେ ଏହି ଜଘନ୍ୟ ଘଟଣା ଘଟିଛି । ଏହି ଘଟଣାରେ ଛାତ୍ରୀ ଜଣକ ଆହତ ହୋଇଛନ୍ତି । ପୀଡିତାଙ୍କୁ ଚିକିତ୍ସା ପାଇଁ ସଫଦରଗଞ୍ଜ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ଏହି ମାମଲାରେ ଦିଲ୍ଲୀ ମହିଳା ଆୟୋଗର ଚେୟାରମ୍ୟାନ୍ ସ୍ୱାତୀ ମାଲିୱାଲ ସ୍ୱତଃ ସଜ୍ଞାନ ନେଇ ଦିଲ୍ଲୀ ପୋଲିସକୁ ନୋଟିସ ଜାରି କରିଛନ୍ତି । ସ୍ୱାତୀ ମାଲିୱାଲ କହିଛନ୍ତି ଯେ ଆଜି ଦେଶରେ ପନିପରିବା ବିକ୍ରି ହେବା ସହ ସହଜରେ ଏସିଡ୍ ବିକ୍ରି ହେଉଛି ।

ଡିସିଡବ୍ଲୁ ମୁଖ୍ୟ ସ୍ୱାତୀ ମାଲିୱାଲ ବୁଧବାର ଦିନ ତାଙ୍କ ଅଫିସିଆଲ ଟ୍ୱିଟର ହ୍ୟାଣ୍ଡେଲରୁ ଟ୍ୱିଟ୍ କରି ଲେଖିଛନ୍ତି ଯେ, ଦ୍ୱାରକାରେ ଜଣେ ସ୍କୁଲ୍ ଛାତ୍ରୀଙ୍କ ଉପରେ ଏସିଡ୍ ପକାଯାଇଛି । ପୀଡିତାଙ୍କୁ ସାହାଯ୍ୟ କରିବା ପାଇଁ ଆମ ଦଳ ଡାକ୍ତରଖାନାରେ ପହଞ୍ଚୁଛି । ନାବାଳିକା ଜଣକ ନ୍ୟାୟ ପାଇବେ । ଦିଲ୍ଲୀ ମହିଳା କମିଶନ ଦେଶରେ ଏସିଡ୍ ନିଷେଧ କରିବା ପାଇଁ ବର୍ଷ ବର୍ଷ ଧରି ସଂଗ୍ରାମ କରିଆସୁଛନ୍ତି । ସରକାର କେବେ ଜାଗ୍ରତ ହେବେ ?
ଅନ୍ୟପକ୍ଷରେ, ଅନ୍ୟ ଏକ ଟ୍ୱିଟରେ ସ୍ୱାତୀ ମାଲିୱାଲ ଲେଖିଛନ୍ତି, 'ଦେଶର ରାଜଧାନୀରେ, ଦିବାଲୋକରେ ଦୁଇଜଣ ଦୁବୃର୍ତ୍ତ ଜଣେ ସ୍କୁଲ୍ ଛାତ୍ରୀଙ୍କ ଉପରେ ଏସିଡ୍ ଫିଙ୍ଗିଛନ୍ତି । ଆଉ କେହି ଆଇନକୁ ଭୟ କରୁଛନ୍ତି କି ? କାହିଁକି ଏସିଡ୍ ଉପରେ ପ୍ରତିବନ୍ଧକ ଲଗାଯାଉନାହିଁ ? ଲଜ୍ୟା'
ସେହିପରି ଅନ୍ୟ ଏକ ଟ୍ୱିଟରେ ସ୍ୱାତୀ ମାଲିୱାଲ ଲେଖିଛନ୍ତି ଯେ, ଦିଲ୍ଲୀରେ ଏସିଡ୍ ବିକ୍ରିର ଏହା ହେଉଛି ଅବସ୍ଥା । ପନିପରିବା ବିକ୍ରି ହେବା ପରି ଆଜି ଦେଶରେ ଏସିଡ୍ ବିକ୍ରି ହେଉଛି । ଆମର ଅନେକ ରିପୋର୍ଟ ସତ୍ତ୍ୱେ ସରକାର ଏସିଡ୍ ର ଖୁଚୁରା ବିକ୍ରିକୁ ସଂପୂର୍ଣ୍ଣ ଭାବେ ବାରଣ କରୁନାହାଁନ୍ତି ?'
ଏହା ପୂର୍ବରୁ ଡିସିଡବ୍ଲ୍ୟୁ ମୁଖ୍ୟ ଅକ୍ଟୋବର 4 ର ଆଉ ଏକ ଟ୍ୱିଟ୍ କୁ ରି-ଟ୍ୱିଟ୍ କରିଛନ୍ତି । ଏଥିରେ ଲେଖାଅଛି, 'ଦିଲ୍ଲୀର 2 ଟି ଜିଲ୍ଲାର SDM 6 ବର୍ଷ ମଧ୍ୟରେ ଏସିଡ୍ ବିକ୍ରି ଉପରେ ଥରେ ମଧ୍ୟ ଯାଞ୍ଚ କିମ୍ବା ଚଢାଉ କରିନାହାଁନ୍ତି । 6 ଟି ଜିଲ୍ଲାରେ କୌଣସି ଜରିମାନା ଲାଗୁ କରାଯାଇନାହିଁ । ସଂଗୃହିତ 36 ଲକ୍ଷ ଟଙ୍କା ଜରିମାନା ମଧ୍ୟ ପୀଡିତାଙ୍କ ପାଇଁ ଖର୍ଚ୍ଚ ହୋଇନାହିଁ । ଏହି ଅବହେଳା ସମ୍ପର୍କରେ ଦିଲ୍ଲୀ ସରକାରଙ୍କଠାରୁ ଉତ୍ତର ମାଗିଛନ୍ତି ବିଭାଗୀୟ କମିଶନର । ଏସିଡ୍ ବିକ୍ରିରେ କାହାକୁ ରକ୍ଷା କରାଯିବ ନାହିଁ ।'
ଉଲ୍ଲେଖଯୋଗ୍ୟ, ବୁଧବାର ସକାଳ ପ୍ରାୟ 09 ସମୟରେ ଦିଲ୍ଲୀ ପୋଲିସର କଣ୍ଟ୍ରୋଲ ରୁମକୁ ଏକ କଲ୍ ଆସିଥିଲା । ଏଥିରେ କୁହାଯାଇଥିଲା ଯେ ଦୁଇ ଜଣ ଦୁବୃର୍ତ୍ତ ମୋହନ ଗାର୍ଡେନ୍ ଅଞ୍ଚଳର ଜଣେ ସ୍କୁଲ୍ ଛାତ୍ରୀଙ୍କ ଉପରେ ଏସିଡ୍ ଫିଙ୍ଗିଛନ୍ତି । ଏହି ଘଟଣା ପରେ ଦୁହେଁ ସେଠାରୁ ଫେରାର୍ ହୋଇଯାଇଥିଲେ । ଦିଲ୍ଲୀ ପୋଲିସ ମଧ୍ୟ ଏକ ସିସିଟିଭି ଫୁଟେଜ ପାଇଛି, ଯେଉଁଥିରେ ଏହି ଘଟଣା କଏଦ ହୋଇଛି । ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ, ସକାଳ ପ୍ରାୟ 7.30 ସମୟରେ ଛାତ୍ରୀ ଜଣକ ତାଙ୍କ ଭଉଣୀ ସହିତ ଛିଡ଼ା ହୋଇଥିଲା । ଏହି ସମୟରେ ଅଭିଯୁକ୍ତମାନେ ବାଇକରେ ଆସି ତାଙ୍କ ଉପରେ ଏସିଡ୍ ଫିଙ୍ଗିଥିଲେ । ବର୍ତ୍ତମାନ ତାଙ୍କୁ ଗୁରୁତର ଅବସ୍ଥାରେ ସଫଦରଜଙ୍ଗ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ପୋଲିସର ସୂଚନାନୁସାରେ, ପୀଡିତାଙ୍କୁ ପ୍ରାଥମିକ ପଚରାଉଚରା ବେଳେ ସେ ଦୁଇ ଜଣଙ୍କ ନାମ କହିଛନ୍ତି । ଏହି ଆଧାରରେ ଜଣେ ସନ୍ଦିଗ୍ଧଙ୍କୁ ଅଟକ ରଖାଯାଇଛି ଏବଂ ଅଧିକ ତଦନ୍ତ ଚାଲିଛି । ପ୍ରାରମ୍ଭିକ ରିପୋର୍ଟ ଅନୁଯାୟୀ, ଛାତ୍ରୀଙ୍କ ଅବସ୍ଥା ସ୍ଥିର ରହିଛି ।
-
ବିଶ୍ୱକପରେ ହେବ ଟଙ୍କା ବର୍ଷା, ଜାଣନ୍ତୁ କେଉଁ ଦଳ ପାଇବେ କେତେ… -
ଉପ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା;କାଲି ମିଳିବ ସୁଭଦ୍ରା ଚତୁର୍ଥ କିସ୍ତି ଟଙ୍କା -
ରବିବାର ମହାମୁକାବିଲା; ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନରେ ହେବ ବଡ଼ ପରିବର୍ତ୍ତନ! -
ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଆନ୍ନା ହଜାରେ, ଜାଣନ୍ତୁ କେଉଁ କାରଣ ପାଇଁ ଲେଖିଲେ ପତ୍ର? -
ମମତା ବାନାର୍ଜୀଙ୍କ ଉପରେ ଅସନ୍ତୋଷ ପ୍ରକାଶ କଲେ ରାଷ୍ଟ୍ରପତି, କହିଲେ..... -
ରାଷ୍ଟ୍ରପତିଙ୍କୁ TMC ସରକାର ଅପମାନ କରିବା ଲଜ୍ଜାଜନକ ;ମୋଦି -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ଓଜନ ହ୍ରାସ ପାଇଁ କେଉଁ ପନିପରିବା ଖାଇବା ଉଚିତ ? -
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ନବୋଦୟ ବିଦ୍ୟାଳୟର ୩ ଦଶମ ଛାତ୍ର ପାଣିରେ ବୁଡି ମୃତ -
ପଡୋଶୀ ଦେଶଗୁଡିକୁ କ୍ଷମା ମାଗିଲେ ଇରାନ ରାଷ୍ଟ୍ରପତି, ଜାଣନ୍ତୁ ଯୁଦ୍ଧ ଭିତରେ ଏମିତି କାହିଁକି କଲା ..... -
ଇରାନର ଯୁଦ୍ଧ ଜାହାଜକୁ ଆଶ୍ରୟ ଦେଲା ଭାରତ












Click it and Unblock the Notifications