ରାମ ନବମୀ ପୂଜା ବେଳେ ଅଘଟଣ, ଧସିଗଲା ମନ୍ଦିରର କୂଅ, ଖସି ପଡ଼ିଲେ 50 ଶ୍ରଦ୍ଧାଳୁ

ରାମନବମୀ ପୂଜା ବେଳେ ଅଘଟଣ ଘଟିଛି । ମଧ୍ୟପ୍ରଦେଶର ଇନ୍ଦୋର ଠାରେ ବେଲେଶ୍ୱର ମହାଦେବ ଝୁଲେଲାଲ ମନ୍ଦିରର କୂଅ ଧସିଯାଇଛି । ଫଳରେ କୂଅ ଭିତରକୁ ଫସିଛନ୍ତି ପ୍ରାୟ 25 ଜଣ ଶ୍ରଦ୍ଧାଳୁ ଖସି ପଡିଛନ୍ତି ।
ରାମନବମୀ କାରଣରୁ ମନ୍ଦିରରେ ପ୍ରବଳ ଗହଳି ହୋଇଲା । ଭିଡ ବଢ଼ିବାରୁ କୂଅର ଛାତ ଖସି ପଡ଼ିଛି । ଅଗ୍ନିଶମ ବାହିନୀ, ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ବର୍ତ୍ତମାନ ସୁଦ୍ଧା 10 ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି ।
ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ମନ୍ଦିରରେ ଯଜ୍ଞ ଚାଲିଥିଲା ଏବଂ କନ୍ୟା ପୂଜା ବି ହେଉଥିଲା । ଯଜ୍ଞ ଦେଖିବାକୁ ଲୋକଙ୍କ ଭିଡ ଜମିଥିଲା । ଲୋକେ ଏହି କୂଅ ଉପରେ ବସି ଯଜ୍ଞ ଦେଖୁଥିଲେ । ଓଜନ ବଢି ଯିବାରୁ କୂଅର ଛାତ ଭୁଶୁଡି ପଡିଥିଲା । ଲୋକେ କିଛି ଭାବିବା ପୂର୍ବାରୁ କୂଅ ଭିତରେ ଖସି ପଡିଥିଲେ ।
ମନ୍ଦିର ନିକଟରେ ରହୁଥିବା ଲୋକଙ୍କ କହିବା ଅନୁଯାୟୀ, ଏହି କୂଅ ବେଆଇନ ଭାବେ ଏଠାରେ ତିଆରି କରାଯାଇଛି । ଏ ନେଇ ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଥିଲେ ହେଁ କୌଣସି ପଦକ୍ଷେପ ନିଆଯାଇ ନାହିଁ ।
ସେହିପରି ଆନ୍ଧ୍ରପ୍ରଦେଶର ଏକ ମନ୍ଦିରରେ ନିଆଁ ଲାଗିଥିବା ଖବର ସାମ୍ନାକୁ ଆସିଛି । ମିଳିଥିବା ସୂଚନା ମୁତାବକ, ଆନ୍ଧ୍ରପ୍ରଦେଶର ପଶ୍ଚିମ ଗୋଦାବରୀ ଜିଲ୍ଲାର ବେଣୁଗୋପାଳ ସ୍ୱାମୀ ମନ୍ଦିରରେ ରାମ ନବମୀ ପାଇଁ ଟେଣ୍ଟ କରାଯାଇଥିବା ବେଳେ ସର୍ଟ ସର୍କିଟ ଯୋଗୁଁ ସେଥିରେ ନିଆଁ ଲାଗି ଯାଇଥିଲା । ପୂଜା ଚାଲିଥିବା ବେଳେ ଏହି ଘଟଣା ଘଟିଥିଲା । ନିଆଁ ଲାଗିବା ଦେଖି ଶ୍ରଦ୍ଧାଳୁ ମନ୍ଦିର ବାହାରକୁ ଚାଲି ଆସିଥିବା ବେଳେ ଏହି ଘଟଣାରେ ଏପର୍ଯ୍ୟନ୍ତ କେହି ମୃତାହତ ହେବାର ଖବର ମିଳିନାହିଁ ।












Click it and Unblock the Notifications