ହରିୟାଣା : ବାହାଦୂରଗଡରେ ଏକ୍ସପ୍ରେସୱେରେ ମର୍ମନ୍ତୁଦ ଦୁର୍ଘଟଣା, ଜଣେ ଶିଶୁ, ତିନି ମହିଳା ସମେତ ଆଠ ଜଣଙ୍କର ମୃତ୍ୟୁ
ଜାତୀୟ ରାଜଧାନୀ ଦିଲ୍ଲୀ ନିକଟ ବାହାଦୂରଗଡର କେଏମପି ଏକ୍ସପ୍ରେସୱେରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । କାର୍ ଓ ଟ୍ରକ୍ ମଧ୍ୟରେ ଧକ୍କା ହେବା ଫଳରେ 8 ଜଣ ପ୍ରାଣ ହରାଇଛନ୍ତି ।
ବାହାଦୂରଗଡ : ଜାତୀୟ ରାଜଧାନୀ ଦିଲ୍ଲୀ ନିକଟ ବାହାଦୂରଗଡର କେଏମପି ଏକ୍ସପ୍ରେସୱେରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । କାର୍ ଓ ଟ୍ରକ୍ ମଧ୍ୟରେ ଧକ୍କା ହେବା ଫଳରେ 8 ଜଣ ପ୍ରାଣ ହରାଇଛନ୍ତି । ମୃତକଙ୍କ ମଧ୍ୟରେ 4 ଜଣ ପୁରୁଷ, ତିନି ଜଣ ମହିଳା ଏବଂ ଜଣେ ଶିଶୁ ଅଛନ୍ତି । ଏହି ସମୟରେ ଜଣେ ଶିଶୁ ଆହତ ହୋଇଛି ।

ପୋଲିସର ସୂଚନାନୁସାରେ, ବଦଲି ଏବଂ ଫାରୁଖନଗର ମଧ୍ୟରେ କେଏମପି ଏକ୍ସପ୍ରେସୱେରେ ଭୋର୍ ସମୟରେ ଏହି ଦୁର୍ଘଟଣା ଘଟିଛି । କାରରେ ଥିବା ଲୋକମାନେ ହରିୟାଣାର ଗୁରୁଗ୍ରାମ ଯାଉଥିଲେ । ଏହି ସମୟରେ କାରକୁ ଟ୍ରକଟି ପଛପଟୁ ଧକ୍କା ଦେଇଥିଲା । ଟ୍ରକଟି ଧକ୍କା ହେବା ମାତ୍ରେ କାରଟି ଓଲଟି ପଡିଥିବା ବେଳେ ନଷ୍ଟ ହୋଇଯାଇଥିଲା । ଦୁର୍ଘଟଣା ପରେ ଟ୍ରକ ଡ୍ରାଇଭର ଘଟଣାସ୍ଥଳରୁ ଫେରାର୍ ହୋଇଯାଇଛି ।












Click it and Unblock the Notifications