ପୁର୍ବାଞ୍ଚଳ ଏକ୍ସପ୍ରେସୱେରେ ଦୁଇଟି ଡବଲ ଡେକର ବସ୍ ଧକ୍କା, 8 ଜଣଙ୍କର ମୃତ୍ୟୁ
ଉତ୍ତରପ୍ରଦେଶର ପୁର୍ବାଞ୍ଚଳ ଏକ୍ସପ୍ରେସୱେରେ ବାରବାଙ୍କି ଠାରେ ସୋମବାର ସକାଳେ ଏକ ଭୟଙ୍କର ସଡକ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ 8 ଜଣଙ୍କର ଦୁଃଖଦ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ 20 ଜଣ ଯାତ୍ରୀ ଆହତ ହୋଇଛନ୍ତି ।
ବାରବାଙ୍କି : ଉତ୍ତରପ୍ରଦେଶର ପୁର୍ବାଞ୍ଚଳ ଏକ୍ସପ୍ରେସୱେରେ ବାରବାଙ୍କି ଠାରେ ସୋମବାର ସକାଳେ ଏକ ଭୟଙ୍କର ସଡକ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ 8 ଜଣଙ୍କର ଦୁଃଖଦ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ 20 ଜଣ ଯାତ୍ରୀ ଆହତ ହୋଇଛନ୍ତି । ରାସ୍ତା କଡ଼ରେ ପାର୍କିଂ ହୋଇଥିବା ଏକ ଡବଲ୍-ଡେକର୍ ବସ୍ କୁ ତୀବ୍ର ବେଗରେ ପଛରୁ ଆସୁଥିବା ଅନ୍ୟ ଏକ ଡବଲ୍-ଡେକର୍ ବସ୍ କୁ ଧକ୍କା ଦେବା ଫଳରେ ଏହି ଦୁର୍ଘଟଣା ଘଟିଛି । ଆହତଙ୍କ ମଧ୍ୟରୁ ତିନିଜଣଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି । ଆହତଙ୍କୁ ଲକ୍ଷ୍ନୌ ଟ୍ରମା କେନ୍ଦ୍ରକୁ ରେଫର୍ କରାଯାଇଛି। ଏହି ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୁଃଖ ପ୍ରକାଶ କରିଛନ୍ତି । ଏହା ସହିତ ସଂପୃକ୍ତ ଅଧିକାରୀମାନଙ୍କୁ ଶୀଘ୍ର ଉଦ୍ଧାର କାର୍ଯ୍ୟ ଏବଂ ଆହତମାନଙ୍କ ଉପଯୁକ୍ତ ଚିକିତ୍ସା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଲୋନିକଟରା ପୋଲିସ ଷ୍ଟେସନ ନିକଟରେ ନରେନ୍ଦ୍ରପୁର ମଦରହା ଗ୍ରାମ ନିକଟରେ ଏହି ଦୁର୍ଘଟଣା ଘଟିଛି । ସୂଚନାନୁସାରେ, ଉଭୟ ଡବଲ୍ ଡେକର ବସ୍ ବିହାରର ସୀତାମଢୀ ଏବଂ ସୁପୌଲରୁ ଦିଲ୍ଲୀ ଯାଉଥିଲା ।
ଏଏସପି ମନୋଜ ପାଣ୍ଡେଙ୍କ ସମେତ ପୋଲିସ ଏବଂ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଆହତମାନଙ୍କୁ CHC ହାଇଦରଗଡରେ ଭର୍ତ୍ତି କରାଯାଇଛି । ତିନି ଜଣଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି, ସେମାନଙ୍କୁ ଲକ୍ଷ୍ନୌର ଟ୍ରମା ସେଣ୍ଟରକୁ ରେଫର୍ କରାଯାଇଛି ।
ଏହି ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୁଃଖ ପ୍ରକାଶ କରିଛନ୍ତି । ସେ ଏକ ଟ୍ୱିଟ୍ ରେ ଲେଖିଛନ୍ତି ଯେ ପୁର୍ବାଞ୍ଚଳ ଏକ୍ସପ୍ରେସୱେରେ ଏକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇବା ଅତ୍ୟନ୍ତ ଦୁଃଖଦାୟକ । ଶୀଘ୍ର ଉଦ୍ଧାର କାର୍ଯ୍ୟ ଏବଂ ଆହତଙ୍କ ଉପଯୁକ୍ତ ଚିକିତ୍ସା ପାଇଁ ସମ୍ପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରଭୁ ଶ୍ରୀ ରାମ ମୃତକଙ୍କ ଆତ୍ମାଙ୍କୁ ଶାନ୍ତି ପ୍ରଦାନ କରନ୍ତୁ ଏବଂ ଆହତମାନଙ୍କୁ ଶୀଘ୍ର ସୁସ୍ଥ କରନ୍ତୁ ।












Click it and Unblock the Notifications