For Quick Alerts
Turn On Notification  
For Daily Alerts
Oneindia App Download

ପଞ୍ଜାବରେ ମାର୍ଚ୍ଚ 21ରେ ଆପ୍ ଆୟୋଜନ କରିବ କିଷାନ ମହାସମ୍ମିଳନୀ, ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ହେବେ ସାମିଲ୍

ମାର୍ଚ୍ଚ 21 ରେ ଆପ୍ ପଞ୍ଜାବରେ କିଷାନ ମହାସମ୍ମିଳନୀ ଆୟୋଜନ କରିବ । ପଞ୍ଜାବର ବାଗା ପୁରାନାରେ ଆୟୋଜିତ ହେବାକୁ ଥିବା ଏହି ସମ୍ମିଳନୀରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଯୋଗଦେବେ ଏବଂ ଏହି ସମ୍ମିଳନୀକୁ ମଧ୍ୟ ସମ୍ବୋଧିତ କରିବେ ।

|

ଚଣ୍ଡିଗଡ଼ : କୃଷକ ଆନ୍ଦୋଳନକୁ ଆରମ୍ଭରୁ ଆମ୍ ଆଦମୀ ପାର୍ଟି ସମର୍ଥନ ଦେଉଛି । ମାର୍ଚ୍ଚ 21 ରେ ଆପ୍ ପଞ୍ଜାବରେ କିଷାନ ମହାସମ୍ମିଳନୀ ଆୟୋଜନ କରିବ । ପଞ୍ଜାବର ବାଗା ପୁରାନାରେ ଆୟୋଜିତ ହେବାକୁ ଥିବା ଏହି ସମ୍ମିଳନୀରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଯୋଗଦେବେ ଏବଂ ଏହି ସମ୍ମିଳନୀକୁ ମଧ୍ୟ ସମ୍ବୋଧିତ କରିବେ । ସୋମବାର ଦିନ ଆମ୍ ଆଦମୀ ପାର୍ଟିର ସଭାପତି ଭାଗବଂତ ମାନ, ପଞ୍ଜାବ ବିଧାନସଭାରେ ବିରୋଧୀ ଦଳର ନେତା ହରପାଲ ସିଂ ଚୀମା, ଦଳର ପଞ୍ଜାବର ଦାୟିତ୍ୱରେ ଥିବା ଜର୍ଣ୍ଣେଲ ସିଂ ଏବଂ ରାଘବ ଚଡ୍ଡା ଏନେଇ ସୂଚନା ଦେଇଛନ୍ତି ।

AAP

କେନ୍ଦ୍ରକୁ ଦେବ କଡ଼ା ସନ୍ଦେଶ

ସେମାନେ କହିଛନ୍ତି ଯେ, ସମସ୍ତ ଦଳର କର୍ମୀ ଏବଂ ପଞ୍ଜାବର ବିଭିନ୍ନ ପ୍ରାନ୍ତରୁ ଲୋକଙ୍କୁ କିଷାନ ମହାସମ୍ମଳନୀକୁ ନିମନ୍ତ୍ରଣ କରାଯିବ । କଳା କୃଷି ଆଇନ ତୁରନ୍ତ ରଦ୍ଦ କରିବା ନେଇ ଆମ୍ ଆଦମୀ ପାର୍ଟି ଦାବି କରୁଛି । ଏହି ମେଗା ସମ୍ମିଳନୀ ମାଧ୍ୟମରେ ମୋଦୀ ସରକାର କୃଷକଙ୍କ ଦାବି ଶୁଣିବା ସହ କଳା ନିୟମକୁ ରଦ୍ଦ କରିବା ନେଇ କେନ୍ଦ୍ରକୁ କଡ଼ା ସନ୍ଦେଶ ଦେବେ ବୋଲି ନେତାମାନେ ସୂଚନା ଦେଇଛନ୍ତି ।

ଗାଁ ଗାଁକୁ ଯାଇ କଳା ନିୟମ ବିଷୟରେ କୁହାଯାଉଛି

ଏହି ସମୟ ମଧ୍ୟରେ ଆପ୍ ଦଳର ନେତାମାନେ କହିଛନ୍ତି, ଆମର ଶ୍ରମିକମାନେ ପଞ୍ଜାବର ଗାଁ ଗାଁକୁ ଯାଇ କୃଷକମାନଙ୍କୁ ଏହି କଳା ନିୟମ ବିଷୟରେ ଅବଗତ କରାଉଛନ୍ତି । ଆମ୍ ଆଦମୀ ପାର୍ଟି ପଞ୍ଜାବର ପଞ୍ଚାୟତରେ ଗ୍ରାମ ସଭା ଡାକି ଏହି କୃଷି ଆଇନ ବିରୁଦ୍ଧରେ ଏକ ସଂକଳ୍ପ ପାରିତ କରିବାକୁ ପ୍ରେରଣା ଦିଆଯାଉଛି । ଆମ୍ ଆଦମୀ ପାର୍ଟି ପ୍ରଥମ ରାଜନୈତି ଦଳ ଯିଏକି, କୃଷକ ଆନ୍ଦୋଳନକୁ ଖୋଲାଖୋଲି ସମର୍ଥନ କରିଆସୁଛି ।

ପଞ୍ଜାବରେ କୌଣସି ଦଳ କୃଷକ ଅନୁକୂଳ ନୁହଁନ୍ତି - AAP

ପଞ୍ଜାବରେ ପାରମ୍ପାରିକ ଦଳକୁ ଟାର୍ଗେଟ କରି AAP ନେତାମାନେ କହିଛନ୍ତି ଯେ କଂଗ୍ରେସ, ଅକାଳୀ ଦଳ ଏବଂ ବିଜେପି ରାଜ୍ୟ ଚାଷୀଙ୍କ ପ୍ରତି ବିଶ୍ୱାସଘାତକତା କରିଛନ୍ତି । ଏହି ତିନି ଦଳ ପ୍ରଥମେ କଳା କୃଷି ଆଇନକୁ ପାରିତ କଲେ ଏବଂ ବର୍ତ୍ତମାନ ସେମାନେ କୃଷକ ସମର୍ଥକ ବୋଲି ଦର୍ଶାଇ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବୋଲି ଆପ୍ ନେତାମାନେ ଅଭିଯୋଗ କରିଛନ୍ତି । ସେମାନେ ଆହୁରି ମଧ୍ୟ କହିଛନ୍ତି, ଏହି ଦଳଗୁଡ଼ିକ କେବେ କୃଷକ ଅନୁକୂଳ ହୋଇ ରହିନାହାଁନ୍ତି । ଅକାଳୀ ଦଳ ଦୀର୍ଘ ଦିନ ଧରି କୃଷି ବିଲକୁ ସମର୍ଥନ କରିଆସୁଥିଲା । ସୁଖବୀର ବାଦଲ ଏବଂ ତାଙ୍କ ପତ୍ନୀ ହର୍ଷିମରତ୍ କୌର ବାଦଲ ଉଭୟ ବିଜେପି ସହ ମିଳିତ ଥିବାବେଳେ ଏହି ବିଲ୍କୁ ବିରୋଧ କରିବାର କ୍ଷମତା ଥିଲେ ମଧ୍ୟ କିଛି କରିନଥିଲେ । ସେହିଭଳି କ୍ୟାପଟେନ ଅମରିନ୍ଦର ଉଚ୍ଚ ଶକ୍ତି କମିଟିର ଅଂଶ ଥିଲେ, ଯିଏ ଏହି ଆଇନ ପ୍ରସ୍ତୁତ କରିଥିଲେ, କିନ୍ତୁ ସେ ଏଥିରେ ଆପତ୍ତି କରିନଥିଲେ ବୋଲି ଅଭିଯୋଗ କରିଛି ଆପ୍ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
ପଞ୍ଜାବରେ ମାର୍ଚ୍ଚ 21ରେ ଆପ୍ ଆୟୋଜନ କରିବ କିଷାନ ମହାସମ୍ମିଳନୀ, ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ହେବେ ସାମିଲ୍
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X