ଜୋମାଟୋରୁ 14 ଥର ଭାଙ୍ଗ ଅର୍ଡର କଲେ ଯୁବକ, ଏମିତି ଉତ୍ତର ଦେଲା ଜୋମାଟୋ ଓ ଦିଲ୍ଲୀ ପୋଲିସ୍
ଜଣେ ଯୁବକ ଜୋମାଟୋରୁ ଭାଙ୍ଗ ଅର୍ଡର କରିବାରେ ଲାଗିଥିଲା । ଏପରିକି ଥରେ କି ଦୁଇ ଥର ନୁହଁ 14 ଥର ଅର୍ଡର କରିଥିଲା । କିନ୍ତୁ ଶେଷରେ ବିଫଳ ହୋଇଥିଲା । ଯୁବକର ଏପରି ଅଜବ କାରନାମା ଦେଖି ଜୋମାଟୋ ମଧ୍ୟ ସେହି ଢଙ୍ଗରେ ଜବାବ୍ ଦେଇଛି ।

ହୋଲି ଆସୁ ଆସୁ କିଛି ଲୋକଙ୍କ ମନରେ ଭାଙ୍ଗ କଥା ଆସିଯାଉଛି । କିଛି ଲୋକ ସେମାନଙ୍କର ବନ୍ଧୁ ଏବଂ ପରିବାର ସହିତ ରଙ୍ଗର ପର୍ବ ବହୁତ ଉତ୍ସାହର ସହ ପାଳନ କରୁଥିବା ବେଳେ ଏଥିରୁ ଅଲଗା କିଛି ଲୋକ ଅଛନ୍ତି, ଯେଉଁମାନଙ୍କର ଅଜବ କାରନାମା ଦେଖିବାକୁ ମିଳୁଛି ।
ଜଣେ ଯୁବକ ଜୋମାଟୋରୁ ଭାଙ୍ଗ ଅର୍ଡର କରିବାରେ ଲାଗିଥିଲା । ଏପରିକି ଥରେ କି ଦୁଇ ଥର ନୁହଁ 14 ଥର ଅର୍ଡର କରିଥିଲା । କିନ୍ତୁ ଶେଷରେ ବିଫଳ ହୋଇଥିଲା । ଯୁବକର ଏପରି ଅଜବ କାରନାମା ଦେଖି ଜୋମାଟୋ ମଧ୍ୟ ସେହି ଢଙ୍ଗରେ ଜବାବ୍ ଦେଇଛି ।
ଏହି ଯୁବକ ଜଣକ ଗୁରୁଗାଓଁର ଶୁଭମ୍ ନାମକ ଜଣେ ବ୍ୟକ୍ତି ବୋଲି ଜଣାପଡ଼ିଛି । ଯାହାକୁ ନେଇ ବର୍ତ୍ତମାନ ଟ୍ୱିଟରରେ ଜୋରସୋର ଆଲୋଚନା ହେଉଛି । ଏପରିକି ଜୋମାଟୋର ଉତ୍ତର ଉପରେ ପୁଣି ଜବାବ ଦେଇଛି ଦିଲ୍ଲୀ ପୋଲିସ୍ ।
ଯୁବକ ବାରମ୍ବାର କଲ୍ କରି ଭାଙ୍ଗ ଅର୍ଡର କରିବା ପରେ ଅତିଷ୍ଠ ହୋଇ ଜୋମାଟୋ ମଜାକିଆ ଢଙ୍ଗରେ ଟ୍ୱିଟ୍ କରି ଲେଖିଛି ଯେ, ଗୁରୁଗାଓଁର ଶୁଭମ୍ ଙ୍କୁ କେହି କୁହନ୍ତୁ ଯେ ଆମେ ଭାଙ୍ଗର ବଟିକା ଡେଲିଭରୀ କରୁନାହୁଁ । ସେ ଆମକୁ 14 ଥର ପଚାରି ସାରିଲେଣି ।
ଏହି ଟ୍ୱିଟ୍ ଦିଲ୍ଲୀ ପୋଲିସ୍ ନଜରେ ପଡ଼ିବା ପରେ ଦିଲ୍ଲୀ ପୋଲିସ ଲେଖିଛି ଯେ ଯଦି ଶୁଭମଙ୍କୁ କେହି ଭେଟନ୍ତି, ତେବେ କହିଦେବେ, ଭାଙ୍ଗ ଖାଇ ପରେ ଗାଡି ଚଳାଇବେ ନାହିଁ ।
ଏହା ପରେ ଏହାକୁ ନେଇ ଟ୍ୱିଟରରେ ଅନେକ ୟୁଜର୍ସ ମଜାକିଆ ଢଙ୍ଗରେ ଟ୍ୱିଟ୍ କରୁଛନ୍ତି । ଶୁଭମ୍ ତିୱାରୀ ନାମକ ଜଣେ ୟୁଜର୍ସ ଉତ୍ତର ଦେଇଛନ୍ତି, ନମସ୍ତେ ଦିଲ୍ଲୀ ପୋଲିସ୍ ଏବଂ ଜୋମାଟୋ ବାଲା, ମୁଁ ଗୁରୁଗ୍ରାମ ନୁହେଁ ଦିଲ୍ଲୀରେ ରହେ । ପ୍ରତିବର୍ଷ ହୋଲିରେ ଭାଙ୍ଗ ଖାଇବା ପରମ୍ପରା ରହି ଆସୁଛି, ଏବଂ ଏହା ଏପରି ହୁଏ କାରଣ ମୋର ଜନ୍ମଦିନ ହୋଲି ଦିନ ପଡ଼େ ।" ତେବେ ଏହି ବ୍ୟକ୍ତି ଜଣକ ସେହି ଶୁଭମ କି ନାହିଁ ତାହ ସ୍ପଷ୍ଟ ହୋଇନାହିଁ ।












Click it and Unblock the Notifications