ଜରୁରୀକାଳୀନ ଅବତରଣ କଲା ଭାରତୀୟ ବାୟୁ ସେନାର ଲଢୁଆ ହେଲିକପ୍ଟର
ଭାରତୀୟ ବାୟୁସେନାର MI -35 ଆକ୍ରମଣକାରୀ ହେଲିକପ୍ଟରକୁ ଜରୁରୀ ଅବତରଣ ହନୁମାନଗଡ ଜିଲ୍ଲାର ସାଙ୍ଗରିଆ ଅଞ୍ଚଳର ଧୋଲିପାଲ -କିକରୱାଲୀ ଗାଁରେ କରାଯାଇଛି । ପାଞ୍ଚଜଣ ବାୟୁ ସେନାର ସୈନିକ ଥିବା ଏହି ହେଲିକପ୍ଟରକୁ ବୈଷୟିକ ତ୍ରୁଟି ଯୋଗୁଁ ଅବତରଣ କରାଯାଇଥିବା କୁହାଯାଉଛି
ହନୁମାନଗଡ : ଭାରତୀୟ ବାୟୁସେନାର ଏକ ଲଢୁଆ ହେଲିକପ୍ଟର ରାଜସ୍ଥାନର ହନୁମାନଗଡ ଜିଲ୍ଲାର ଏକ କ୍ଷେତରେ ଜରୁରୀକାଳୀନ ଅବତରଣ କରିଛି । ଭାରତୀୟ ବାୟୁସେନାର MI -35 ଆକ୍ରମଣକାରୀ ହେଲିକପ୍ଟରକୁ ଜରୁରୀ ଅବତରଣ ହନୁମାନଗଡ ଜିଲ୍ଲାର ସାଙ୍ଗରିଆ ଅଞ୍ଚଳର ଧୋଲିପାଲ -କିକରୱାଲୀ ଗାଁରେ କରାଯାଇଛି । ପାଞ୍ଚଜଣ ବାୟୁ ସେନାର ସୈନିକ ଥିବା ଏହି ହେଲିକପ୍ଟରକୁ ବୈଷୟିକ ତ୍ରୁଟି ଯୋଗୁଁ ଅବତରଣ କରାଯାଇଥିବା କୁହାଯାଉଛି । ତେବେ ପ୍ରକୃତ କାରଣ ଅନୁସନ୍ଧାନ ପରେ ଜଣା ପଡିବ ।

ତେବେ ହେଲିକପ୍ଟରରେ ଥିବା ଦୁଇ ଜଣ ପାଇଲଟ୍ ଓ ଜଣେ ଫ୍ଲାଇଟ୍ ଇଂଜିନିୟର ସୁରକ୍ଷିତ ଅଛନ୍ତି । ହେଲିକପ୍ଟର ଅବତରଣ ଖବର ପ୍ରଚାର ହେବା ପରେ ଘଟଣାସ୍ଥଳରେ ହଜାର ହଜାର ସଂଖ୍ୟାରେ ଲୋକ ଏକାଠି ହୋଇଥିଲେ । ସକାଳ ପ୍ରାୟ 9 ଟା 30 ମିନଟରେ ହେଲିକପ୍ଟର ଲ୍ୟାଣ୍ଡିଂ କରିଥିବା ଜଣା ପଡ଼ିଛି ।
ସଦର ଥାନା ଅଧିକାରୀ ଲଖବୀର ଗିଲଙ୍କ ଅନୁସାରେ ହେଲିକପ୍ଟରରେ 5 ଜଣ ଥିଲେ । ଦୁଇ ପାଇଲଟ୍ ଓ ଜଣେ ଫ୍ଲାଇଟ ଇଂଜିନିୟରଙ୍କ ସହିତ ସମସ୍ତେ ସୁରକ୍ଷିତ ଥିବା ସେ କହିଛନ୍ତି । ହେଲିକପ୍ଟରର ସୁରକ୍ଷା ପାଇଁ ଦୁଇଟି ଥାନାର ପୋଲିସକୁ ନିୟୋଜିତ କରାଯାଇଛି ।
ଅନ୍ୟପକ୍ଷରେ ସୂଚନା ପାଇବା ପରେ ଭାରତୀୟ ବାୟୁସେନା ଦଳ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛି ।
-
ସୁପ୍ରିମକୋର୍ଟରେ ଦାରା ସିଂ ମାମଲାର ଶୁଣାଣି, ରାଜ୍ୟ ସରକାରଙ୍କ ପକ୍ଷରୁ ପକ୍ଷ ରଖିଲେ AG ପୀତାମ୍ବର ଆଚାର୍ଯ୍ୟ -
ଅଲୀ ଲାରିଜାନୀ ନିହତ, ଆମେରିକା-ଇସ୍ରାଏଲର ବଡ ଦାବି -
ରିଲ୍ସ ନିଶା, ବୃଦ୍ଧ ବାପାଙ୍କୁ ବସ୍ତାରେ ବାନ୍ଧି କୋରିଅର୍ରେ ପାର୍ସଲ କଲା ଝିଅ -
ଯଦି ଶାସନ ପରିବର୍ତ୍ତନ ଲକ୍ଷ୍ୟ ନୁହେଁ, ତେବେ ଉତ୍ତର କୋରିଆରେ କାହିଁକି ହୁଏ ନିର୍ବାଚନ ? ଜାଣନ୍ତୁ... -
ବିଧାନସଭାରେ ଆମ ସଂଖ୍ୟା ୯୩;ସନ୍ତୋଷ ଖଟୁଆ -
ଆଜିଠୁ ମାଟ୍ରିକ୍ ଖାତାଦେଖା, ମେରେ ରେଜଲ୍ଟ -
୧୮ ଦିନରେ ଇରାନ ଇସ୍ରାଏଲ ଓ ଆମେରିକା ଯୁଦ୍ଧ, ବନ୍ଦ ହେବାରେ ଆଶା କ୍ଷଣ -
ରେଢ଼ାଖୋଲରେରେ ଦୁର୍ଦ୍ଦାନ୍ତ ଅପରାଧୀକୁ ଏନକାଉଣ୍ଟର, ମେଡିକାଲରେ ଭର୍ତ୍ତି -
ଡମଣା ଓ ଭିଏସ୍ଏସ୍ ନଗର ହାଟ ହେବ ପ୍ଲାଷ୍ଟିକ ଫ୍ରି ମାର୍କେଟ, ଆରମ୍ଭ ହେଲେ ପ୍ରକ୍ରିୟା -
ପୁଣି SCB ମେଡିକାଲରେ ଅଘଟଣ -
ସଂସଦୀୟ କମିଟି କଲା ସୁପାରିଶ , ଇପିଏଫଓ ପେନସନ ପରିମାଣ ତିନି ଗୁଣ ବୃଦ୍ଧି କରିବାକୁ ଯାଉଛନ୍ତି ସରକାର -
ବିଧାନସଭାରେ ଅଚଳାବସ୍ଥା ଜାରି; ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବି












Click it and Unblock the Notifications