Get Updates
Get notified of breaking news, exclusive insights, and must-see stories!

ସଂସଦ ସୁରକ୍ଷା ତ୍ରୁଟି: ଗରିଫ 5 ଜଣଙ୍କ ବିରୋଧରେ ଲାଗୁ ହେଲା UAPA

Parliament Security Breach: ସଂସଦର ସୁରକ୍ଷା ଉଲ୍ଲଂଘନ କରିଥିବା ପାଞ୍ଚ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ସେମାନେ ବୁଧବାର ଦିନ ଲୋକସଭାରେ ପଶିବା ସହ ଗୃହକୁ ଧୂଆଁମୟ କରିଦେଇଥିଲେ । ତେବେ ଏହି ଘଟଣାରେ ସମ୍ପୃକ୍ତ 5 ଜଣଙ୍କୁ ଗିରଫ କରାଯାଇଥିବାବେଳେ ଅନ୍ୟ ଜଣେ ଫେରାର୍ ଅଛି । ଦିଲ୍ଲୀ ପୋଲିସ UAPA ଅଧୀନରେ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରିଛି ।

ପଞ୍ଚମ ଅଭିଯୁକ୍ତ ବିଶାଲ ଶର୍ମା ଚତୁର୍ଥ ଅଭିଯୁକ୍ତଙ୍କୁ ଆଶ୍ରୟ ଦେଇଥିଲା । ଏପରିକି ତାଙ୍କ ସହ ମିଳିତ ଭାବେ ଏହି ଷଡଯନ୍ତ୍ର ରଚିଥିଲେ । ସାଗର ଶର୍ମା, ମନୋରଞ୍ଜନ ଡି ଲୋକସଭା ଭିତରେ ଭିଜିଟର ଗ୍ୟାଲେରୀରୁ ଡେଇଁବା ସହ ସାଂସଦ ବସୁଥିବା ଟେବୁଲ ଉପରେ ଚଢି ବାଚସ୍ପତିଙ୍କ ଆଡ଼କୁ ଯାଇଥିଲା । ଏହି ସମୟରେ ସେ ହଳଦିଆ ଗ୍ୟାସ କ୍ୟାନ୍ ଫୋପାଡ଼ିଥିଲା ।

parliament security breach

ଏହା ବାଦ୍ ସଂସଦ ବାହାରେ ବିରୋଧ ପ୍ରଦର୍ଶନ କରୁଥିବା ଆମୋଲ ସିନ୍ଦେ ଏବଂ ନୀଲମ ଦେବୀ ଧରାପଡିଥିଲେ । ଷଷ୍ଠ ଅଭିଯୁକ୍ତ ଲଲିତ ଏବେ ବି ଫେରାର୍ ଅଛି ।

ସଂସଦ ଆକ୍ରମଣର 22 ବର୍ଷ ପୂରିବା ଦିନ ପୁଣି ଥରେ ଏଭଳି ଏକ କାଣ୍ଡ ଘଟିଛି । ସୁରକ୍ଷା ତ୍ରୁଟିରୁ ଏଭଳି ପରିସ୍ଥିତି ଉପୁଜିଥିବା ବିରୋଧୀ ଅଭିଯୋଗ କରିଛନ୍ତି । ଏହା ପରେ ସୁରକ୍ଷା ଏଜେନ୍ସିମାନେ ସତର୍କ ହୋଇଯାଇଛନ୍ତି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସାଗର ଏବଂ ମନୋରଂଜନଙ୍କ ପାଖରେ ବିଜେପି ସାଂସଦ ପ୍ରତାପ ସିଂମହାଙ୍କ ଦସ୍ତଖତ ଥିବା ପାସ୍ ରହିଛି । ଏହି ପ୍ରସଙ୍ଗରେ ବିରୋଧୀ ଦଳ ବିଜେପିକୁ ଟାର୍ଗେଟ୍ କରିଛି ।

ଦିଲ୍ଲୀ ପୋଲିସର ସ୍ପେଶାଲ୍ ସେଲ୍ ସମ୍ପୃକ୍ତ ଅଭିଯୁକ୍ତଙ୍କ ବିରୋଧରେ UAPA ଅଧୀନରେ ଏକ ମାମଲା ରୁଜୁ କରିଛି । ଏହା ପରେ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇପାରେ ।

ଅପରପକ୍ଷରେ ସଂସଦରେ ଏଭଲି ଧୂଆଁ ଆକ୍ରମଣ ଘଟଣାର ତଦନ୍ତ ପାଇଁ ଗଠନ ହୋଇଛି ତଦନ୍ତ କମିଟି । ଲୋକସଭା ସେକ୍ରେଟାରିଏଟର ଅନୁରୋଧ କ୍ରମେ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଏହି କମିଟି ଗଠନ କରାଯାଇଛି । ସିଆରପିଏଫ୍ ଡିଜି ଅନୀଶ ଦୟାଲ ସିଂ ଏହାର ନେତୃତ୍ୱ ନେବେ । ଅନ୍ୟ ସୁରକ୍ଷା ଏଜେନ୍ସି ଓ ବିଶେଷଜ୍ଞ ଏଥିରେ ସାମିଲ ରହିବେ । ଏହି କମିଟି ପାର୍ଲାମେଣ୍ଟ ସୁରକ୍ଷା ତ୍ରୁଟିର କାରଣ ଖୋଜିବ । କେଉଁଠି ଭୁଲ୍ ରହିଲା ତାହା ନିର୍ଦ୍ଧାରଣ କରିବ ଏବଂ ସଂସଦର ସୁରକ୍ଷା ବ୍ୟବସ୍ଥା ସୁଧାରିବା ପାଇଁ ଆବଶ୍ୟକ ପଦକ୍ଷେପ ନେବ ।

ସେପଟେ ଜାତୀୟ ଗଣମାଧ୍ୟମର ସୂଚନା ଅନୁସାରେ, ଏହି ଘଟଣା ପରେ ସଂସଦର ସୁରକ୍ଷା ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ହୋଇଛି । ପ୍ରବେଶ ପଥରେ ଫୁଲ୍ ବଡି ସ୍କାନର ଲାଗିବ ଏବଂ ସୁରକ୍ଷା ପ୍ରଟୋକଲ ସଂଶୋଧନ କରାଯିବ । ସାଂସଦ, ଷ୍ଟାଫ୍ ଓ ସାମ୍ବାଦିକଙ୍କ ପାଇଁ ଭିନ୍ନ ଭିନ୍ନ ପ୍ରବେଶ ପଥ ରହିବ । ଯେତେବେଳେ ଭିଜିଟର୍ସ ପାସ୍ ଉପରୁ ବ୍ୟାନ ହଟିବ, ସେତେବେଳେ ଦର୍ଶକମାନେ ଚତୁର୍ଥ ଗେଟ୍ ଦେଇ ପଶିବେ । ଭିଜିଟର୍ସ ଗ୍ୟାଲେରି ଆଗରେ କାଚ ଲାଗିବ, ଯେପରି କେହି ସାଂସଦମାନଙ୍କ ନିକଟକୁ ଯାଇପାରିବେ ନାହିଁ । ଏଥିସହ ହାଉସ୍ ଭିତରେ ସୁରକ୍ଷାକର୍ମୀଙ୍କ ସଂଖ୍ୟା ବଢ଼ିବ ।

ସଂସଦର ସୁରକ୍ଷା ବ୍ୟବସ୍ଥାରେ ଏପରି ସାଂଘାତିକ ତ୍ରୁଟି ପରେ ଭିଜଟରଙ୍କ ପାଇଁ ସଂସଦ କମ୍ପ୍ଲେକ୍ସକୁ ବନ୍ଦ କରି ଦିଆଯାଇଛି । ଏହାର ଅର୍ଥ କୌଣସି ବାହାର ଲୋକଙ୍କୁ ସଂସଦରେ ପ୍ରବେଶ କରିବା ପାଇଁ ଏବେ ଆଉ ପାସ୍‌ ମିଳିବ ନାହିଁ । ଏଥିସହ ସଂସଦର ସୁରକ୍ଷା ନିୟମରେ ଏକାଧିକ ପରିବର୍ତ୍ତନ କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+