ଛତ୍ରପତି ସମ୍ଭାଜୀନଗରରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ, ପଥର ମାଡ଼ ସହ ଜାଳିଦେଲେ ପୋଲିସ୍ ଗାଡ଼ି

maharashtra

ମୁମ୍ବାଇ : ମହାରାଷ୍ଟ୍ରର ଛତ୍ରପତି ସମ୍ଭାଜୀନଗରର କିରାଡପୁରା ଅଞ୍ଚଳରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଛି । ସଂଘର୍ଷ ପରେ ଏହି ଅଞ୍ଚଳରେ ଅଶାନ୍ତି ଦେଖାଦେଇଛି । ଖବର ଅନୁଯାୟୀ ବୁଧବାର ରାତିରେ ଛତ୍ରପତି ସମ୍ଭାଜୀନଗରର କିରାଡପୁରା ଅଞ୍ଚଳରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଓ ମାରପିଟ୍ ହୋଇଥିଲା । ଲୋକମାନେ ପରସ୍ପର ଉପରକୁ ପଥର ଫିଙ୍ଗିବା ସହ ରାମ ମନ୍ଦିର ବାହାରେ ଅନେକ ଗାଡି ଜାଳି ଦେଇଥିଲେ । ଏହା ବ୍ୟତୀତ ପୋଲିସ୍ ଭ୍ୟାନ୍ ମଧ୍ୟ ପୋଡି ପାଉଁଶ ହୋଇଯାଇଛି ।

ପୋଲିସ କମିଶନର ନିଖିଲ ଗୁପ୍ତା କହିଛନ୍ତି, "ପଥର ମାଡ଼ ହୋଇଛି ଏବଂ କିଛି ପୋଲିସ ଗାଡିରେ ନିଆଁ ଲଗାଇଦିଆଯାଇଥିଲା । ଆମେ ଲୋକମାନଙ୍କୁ ଘଉଡ଼ାଇବା ପାଇଁ ବଳ ପ୍ରୟୋଗ କରିଥିଲୁ, ବର୍ତ୍ତମାନ ପରିସ୍ଥିତି ଶାନ୍ତିପୂର୍ଣ୍ଣ । ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ, ତଦନ୍ତ ଚାଲିଛି ।"

ରିପୋର୍ଟ ଅନୁଯାୟୀ, କିରାଡପୁରା ଅଞ୍ଚଳରେ ଅବସ୍ଥିତ ରାମ ମନ୍ଦିର ବାହାରେ ବୁଧବାର ରାତି 12:30 ସମୟରେ ଦୁଇ ଯୁବକଙ୍କ ମଧ୍ୟରେ ଝଗଡା ହୋଇଥିଲା । ଯାହା ପରେ ମାମଲା ଏତେ ବଢିଯାଇଥିଲା ଯେ ସେଠାରେ ବହୁ ସଂଖ୍ୟାରେ ଲୋକ ଏକତ୍ରିତ ହୋଇଥିଲେ । ଏହା ପରେ ଲୋକମାନେ ପରସ୍ପର ଉପରେ ପଥର ଫିଙ୍ଗିବା ଆରମ୍ଭ କଲେ । ଉତ୍ତ୍ୟକ୍ତ ଲୋକମାନେ ଅନେକ ଗାଡିରେ ନିଆଁ ଲଗାଇ ଦେଇଥିଲେ । କୁହାଯାଉଛି ଯେ ବୋମା ବିସ୍ଫୋରଣ ଘଟଣା ମଧ୍ୟ ସାମ୍ନାକୁ ଆସିଛି ।

ଏଆଇଏମ୍ଆଇଏମ୍ ନେତା ମୋହମ୍ମଦ୍ ନାସିରୁଦ୍ଦିନ ମଧ୍ୟ ରାମ ମନ୍ଦିର ଭିତରର ଏକ ଭିଡିଓ ସେୟାର କରି କହିଛନ୍ତି ଯେ କିଛି ମିଥ୍ୟା ଖବର ପ୍ରଚାରିତ ହୋଇଥିଲା ଯେ କିଛି ଲୋକ ମନ୍ଦିର ଉପରେ ଆକ୍ରମଣ କରିଥିଲେ । ସେ କହିଛନ୍ତି ଯେ ଔରଙ୍ଗାବାଦ ସାଂସଦ ଇମତିଆଜ ଜଲିଲ ଘଟଣାସ୍ଥଳରେ ପହଞ୍ଚି ସହରରେ ଶାନ୍ତି ବଜାୟ ରଖିବାକୁ ଲୋକଙ୍କୁ ନିବେଦନ କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+