Get Updates
Get notified of breaking news, exclusive insights, and must-see stories!

ଆମେରିକାରେ ପ୍ରଧାନମନ୍ତ୍ରୀ ମୋଦୀ, ଗୌତମ ଆଦାନୀ ଏବଂ ଜଗନ୍ ମୋହନ ରେଡ୍ଡୀଙ୍କ ବିରୋଧରେ ମାମଲା

ଆମେରିକା ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଜଗନ୍ ମୋହନ ରେଡ୍ଡୀ ଏବଂ ବ୍ୟବସାୟ ଟାଇକନ୍ ଗୌତମ ଆଦାନୀଙ୍କ ବିରୋଧରେ ମକଦ୍ଦମା ଦାୟର କରାଯାଇଛି । ଦୁର୍ନୀତି ଏବଂ ପେଗାସସ୍ ଗୁପ୍ତଚର ଭଳି ଅନେକ ପ୍ରସଙ୍ଗରେ ଏହି ମାମଲା ରୁଜୁ ହୋଇଛ

ୱାଶିଂଟନ୍ : ଆମେରିକା ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଜଗନ୍ ମୋହନ ରେଡ୍ଡୀ ଏବଂ ବ୍ୟବସାୟ ଟାଇକନ୍ ଗୌତମ ଆଦାନୀଙ୍କ ବିରୋଧରେ ମକଦ୍ଦମା ଦାୟର କରାଯାଇଛି । ଦୁର୍ନୀତି ଏବଂ ପେଗାସସ୍ ଗୁପ୍ତଚର ଭଳି ଅନେକ ପ୍ରସଙ୍ଗରେ ଏହି ମାମଲା ରୁଜୁ ହୋଇଛି । ଭାରତୀୟ ମୂଳ ଡାକ୍ତରଙ୍କ ଦ୍ୱାରା ଏହି ମାମଲା ଦାଖଲ କରାଯାଇଛି ଯେଉଁଥିରେ ଏହି ତିନିଜଣଙ୍କ ବିରୋଧରେ ଅନେକ ଅଭିଯୋଗ ଆସିଛି । ଏହି ମକଦ୍ଦମା ଦାୟର ପରେ ଡିସଟ୍ରିକ୍ଟ ଅଫ୍ କଲମ୍ବିଆ ପାଇଁ ଆମେରିକାର ଜିଲ୍ଲା କୋର୍ଟ ଏହି ସମସ୍ତ ନେତାଙ୍କ ସମେତ ଅନ୍ୟ କେତେ ଲୋକଙ୍କୁ ମଧ୍ୟ ସମନ ଜାରି କରିଛନ୍ତି ।

Narendra Modi

ନ୍ୟୁୟର୍କର ଜଣେ ବିଶିଷ୍ଟ ଭାରତୀୟ-ଆମେରିକୀୟ ଓକିଲ ରବି ବତ୍ରା ଏହାକୁ 'ଡେଡ୍ ଅନ୍ ଆରାଇଭାଲ ଲ ସୁଟ୍' ବୋଲି କହିଛନ୍ତି । ଯେଉଁଥିରେ ପ୍ରଧାନମନ୍ତ୍ରୀ ମୋଦୀ, ଜଗନ୍ ମୋହନ ରେଡ୍ଡୀ ଏବଂ ଗୌତମ ଆଦାନୀଙ୍କ ବିରୋଧରେ ରିଚମଣ୍ଡ ସ୍ଥିତ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜିଷ୍ଟ ଡ ଲୋକେଶ ବୁୟୁରୁ ଏକ ମାମଲା ଦାୟର କରିଛନ୍ତି ।

ଏହି ମକଦ୍ଦମାରେ ନାମିତ ଅନ୍ୟମାନଙ୍କ ମଧ୍ୟରେ ବିଶ୍ୱ ଅର୍ଥନୈତିକ ଫୋରମର ପ୍ରତିଷ୍ଠାତା ତଥା ଚେୟାରମ୍ୟାନ୍ ପ୍ରଫେସର କ୍ଲାଉସ୍ ସ୍ୱାବ ମଧ୍ୟ ଅଛନ୍ତି । ତେବେ ଆନ୍ଧ୍ରପ୍ରଦେଶରୁ ଆସିଥିବା ଏହି ଭାରତୀୟ-ଆମେରିକୀୟ ଡାକ୍ତର ଲୋକେଶ ଏହି ମକଦ୍ଦମାରେ କୌଣସି ଦସ୍ତାବିଜ ଦାଖଲ କରିନାହାଁନ୍ତି ଏବଂ ସେ ଅଭିଯୋଗ କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀ, ସିଏମ୍ ରେଡ୍ଡୀ ଏବଂ ଗୌତମ ଆଦାନୀ ଏବଂ ମାମଲାରେ ଥିବା ଅନ୍ୟମାନେ ଆମେରିକାର ଦୁର୍ନୀତିରେ ଜଡିତ ଅଛନ୍ତି ଯେଉଁଥିରେ ବିଶାଳ ଅର୍ଥ କାରବାର, ଟଙ୍କା ହେରଫେର ଏବଂ ରାଜନୈତିକ ବିରୋଧୀଙ୍କ ବିରୁଦ୍ଧରେ ପେଗାସସ୍ ସ୍ପାଏୱେୟାରର ବ୍ୟବହାର ସାମିଲ ଅଛି ।

ଇଣ୍ଡିଆନ୍ ଏକ୍ସପ୍ରେସ ରିପୋର୍ଟ ଅନୁଯାୟୀ, 24 ମେ' ରେ ଏହି ମକଦ୍ଦମା ଦାୟର କରାଯାଇଛି, ଯାହା ପରେ 22 ଜୁଲାଇରେ କୋର୍ଟ ଏହି ତିନିଜଣଙ୍କୁ ସମନ ଜାରି କରିଥିଲେ । ତାଙ୍କୁ ଅଗଷ୍ଟ 4 ରେ ଭାରତରେ ଏବଂ 2 ଅଗଷ୍ଟରେ ସ୍ୱିଜରଲ୍ୟାଣ୍ଡର ସ୍ୱାବଙ୍କୁ ସମନ ଜାରି କରାଯାଇଥିଲା । ଡ ବୁୟୁରୁ 19 ଅଗଷ୍ଟରେ କୋର୍ଟରେ ପ୍ରମାଣ ଉପସ୍ଥାପନ କରିଥିଲେ । ତେବେ ଯେତେବେଳେ ଏହି ମାମଲା ବିଷୟରେ ପଚରାଗଲା, ଭାରତୀୟ-ଆମେରିକୀୟ ଓକିଲ ରବି ବତ୍ରା କହିଛନ୍ତି ଯେ ଡକ୍ଟର ଲୋକେଶଙ୍କର ବହୁତ ଖାଲି ସମୟ ଅଛି ଏବଂ ତାଙ୍କର ଅନ୍ୟ କୌଣସି କାମ ନାହିଁ, ସେଥିପାଇଁ ସେ ଭାରତର ମହାନ ବ୍ୟକ୍ତିତ୍ୱଙ୍କୁ ଆମେରିକାରେ ବଦନାମ କରିବାକୁ ଚାହୁଁଛନ୍ତି ।

ଓକିଲ ରବି ବତ୍ରା ପିଟିଆଇକୁ କହିଛନ୍ତି ଯେ, "ଡକ୍ଟର ଲୋକେଶଙ୍କର ବହୁତ ଖାଲି ସମୟ ଅଛି ଏବଂ ସେ ଆମ ଅଦାଲତର ସମୟ ନଷ୍ଟ କରିବା ପାଇଁ 53 ପୃଷ୍ଠାର ଅଭିଯୋଗ ପତ୍ର ମଧ୍ୟ ଉପସ୍ଥାପନ କରିଛନ୍ତି, ଯାହାଫଳରେ ଆମେରିକାର ସହଯୋଗୀ ଭାରତର ପ୍ରମୁଖ ବ୍ୟକ୍ତିତ୍ୱଙ୍କୁ ବଦନାମ କରାଯାଇପାରିବ । ସେ କହିଛନ୍ତି ଯେ ଏହି ମାମଲା ମଧ୍ୟ 'ଅତିରିକ୍ତ-ଆଞ୍ଚଳିକତା ଏବଂ ବୈଦେଶିକ ସାର୍ବଭୌମତ୍ୱ ପ୍ରତିରକ୍ଷା ଆଇନର ଉଲ୍ଲଂଘନ ଏବଂ ଆମେ SFJ ବନାମ INC ଏବଂ SFJ ବନାମ ସୋନିଆ ଗାନ୍ଧୀଙ୍କ ମକଦ୍ଦମା ବରଖାସ୍ତ କରିସାରିଛୁ । ଆଇନଜୀବୀ ବତ୍ରା କହିଛନ୍ତି ଯେ ଡାକ୍ତର ନିଜ ପ୍ରବୃତ୍ତିରୁ ନିବୃତ୍ତ ରହୁ ନାହାଁନ୍ତି ଏବଂ ମନ ଇଛା ଅନ୍ୟ ବିରୋଧରେ ମାମଲା ରୁଜୁ କରୁଛନ୍ତି । କିନ୍ତୁ ଅସୁବିଧା ହେଉଛି ଯେ ଏପରି ଲୋକଙ୍କ ବିରୋଧରେ କୋର୍ଟର ସମ୍ମାନ ସହିତ ଖେଳିବା ପାଇଁ କୌଣସି ନିୟମ ନାହିଁ । ଏଥି ସହିତ ସେ ଏକ ପ୍ରଶ୍ନର ଉତ୍ତରରେ କହିଛନ୍ତି ଯେ, "କୌଣସି ଓକିଲ ଏହି ଟଏଲେଟ୍ ପେପର ଅଭିଯୋଗ ଉପରେ ଦସ୍ତଖତ କରିବାକୁ ରାଜି ହୋଇ ନାହାଁନ୍ତି, କରାଣ ଏହା ଏକ 'ଡେଡ୍' କେସ୍ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+