କ୍ଷେତରେ ଜୀବଜନ୍ତୁଙ୍କୁ ଘଉଡ଼ାଇବା ପାଇଁ 17 ବର୍ଷର ବାଳକ ତିଆରି କଲେ ବନ୍ଧୁକ

17 ବର୍ଷର ବିକାଶ ମୋବାଇଲରେ ଇଣ୍ଟରନେଟର ସାହାଯ୍ୟ ନେଇ ଏକ ଜିନିଷ ପାଇଲା ଯାହା ବ୍ୟବହାର କରିବା ବିପଦଜନକ ନୁହେଁ ଏବଂ ସହଜରେ ଗାଈଗୋରୁଙ୍କୁ ଘଉଡ଼ାଇ ହେବ | ବିକାଶ ତାଙ୍କ ପିତାଙ୍କ ସାହାଯ୍ୟ ନେଇ ପ୍ରସ୍ତୁତ କରିଥିଲେ ଏହି ଉପକରଣ |

ଭୋପାଳ : ଫସଲ କ୍ଷେତରେ ପଶୁପକ୍ଷୀଙ୍କୁ ଘଉଡ଼ାଇବା ପାଇଁ ଆଉ ସେମାନଙ୍କ ପାଖକୁ ଯିବକୁ ପଡ଼ିବ ନାହିଁ କି ହଇରାଣ ହରକତ ହେବାକୁ ପଡ଼ିବ ନାହିଁ | ଏହି ସବୁ ସମସ୍ୟାର ସମାଧାନ କରିବା ପାଇଁ ମଧ୍ୟପ୍ରଦେଶର ରତଲାମ ଜିଲ୍ଲାର ଜଣେ 17 ବର୍ଷର ବାଳକ ତିଆରି କରିଛନ୍ତି ଏକ ବନ୍ଧୁକ | ଏହାକୁ ବ୍ୟବହାର କରି ଚାଷୀମାନେ ଫସଲକ୍ଷେତରେ ପସିଯାଉଥିବା ଜୀବଜନ୍ତୁଙ୍କୁ ଚାଷୀମାନେ ଘଉଡ଼ାଇ ପାରିବେ | ଏହାକୁ ବ୍ୟବହାର କରି ତାଙ୍କ ପିତା ପଡ଼ିଆର ଗୋଟିଏ କୋଣରେ ଛିଆ ହୋଇ ଫସଲ ନଷ୍ଟ କରୁଥିବା ନୀଳ ଗାଇଙ୍କୁ ବାହାର କରିବା ପାଇଁ ଏହି ବାଳକ ଏପରି ଏକ ବନ୍ଧୁକ ପ୍ରସ୍ତୁତ କରିଛନ୍ତି |

Bikash-Singh-Madhya-Pradesh

ମୋବାଇଲ ଏବଂ ଇଣ୍ଟରନେଟ ଜରିଆରେ ରତଲାମ ଜିଲ୍ଲାର ବାରୱାନଖେଡି ଗାଁର ଜଣେ କୃଷକ ବିକ୍ରମ ସିଂଙ୍କ 17 ବର୍ଷର ପୁଅ ବିକାଶ ସିଂ ଏହାକୁ ପ୍ରସ୍ତୁତ କରିଥିବା କହିଛନ୍ତି |

କୃଷକ ବିକ୍ରମ ସିଂ କହିଛନ୍ତି ଯେ ତାଙ୍କର 17 ବର୍ଷର ପୁଅ ବିକାଶ ସପ୍ତମ ଶ୍ରେଣୀରେ ପଢନ୍ତି | ଲକଡାଉନ ଯୋଗୁଁ ସ୍କୁଲ ବନ୍ଦ ହେବା ପରେ ସେ ଘରେ ପଢାପଢି କରୁଥିଲେ | ଖାଲି ସମୟରେ ସେ ପିତାଙ୍କ ସହିତ ଚାଷ କାର୍ଯ୍ୟରେ ସାହାଯ୍ୟ ମଧ୍ୟ କରନ୍ତି | ନୀଳଗାଈ ଫସଲ ନଷ୍ଟ କରୁଥିବାରୁ ତାଙ୍କୁ ଦିନରାତି କ୍ଷେତରେ ରହିବାକୁ ପଡ଼ୁଥିଲା | ଏହାପରେ ବାପାଙ୍କର ଏହି ଅସୁବିଧାକୁ ଦୂର କରିବା ପାଇଁ ଇଣ୍ଟରନେଟରେ ଏହାର ସମାଧାନ ଖୋଜିଥିଲେ | ଏଭଳି ପରିସ୍ଥିତିରେ, 17 ବର୍ଷର ବିକାଶ ମୋବାଇଲରେ ଇଣ୍ଟରନେଟର ସାହାଯ୍ୟ ନେଇ ଏକ ଜିନିଷ ପାଇଲା ଯାହା ବ୍ୟବହାର କରିବା ବିପଦଜନକ ନୁହେଁ ଏବଂ ସହଜରେ ଗାଈଗୋରୁଙ୍କୁ ଘଉଡ଼ାଇ ହେବ | ବିକାଶ ତାଙ୍କ ପିତାଙ୍କ ସାହାଯ୍ୟ ନେଇ ପ୍ରସ୍ତୁତ କରିଥିଲେ ଏହି ଉପକରଣ |

Gun-Agriculture

ବିକାଶ କହିଛନ୍ତି ଯେ, ପ୍ଲାଷ୍ଟିକ୍ ଆକାରର ଦୁଇଟି ଲମ୍ବା ପାଇପକୁ ଯୋଡ଼ି ତାକୁ ବନ୍ଧୁକ ପରି ତିଆରି କଲେ | ଏଥିରେ ୱେଲଡିଂରେ ବ୍ୟବହୃତ କାର୍ବେଟ୍ ବ୍ୟବହାର କରିଛନ୍ତି | ଏଥିରେ କାର୍ବେଟକୁ ଅଳ୍ପ କିଛି ବୁନ୍ଦା ପାଣିରେ ଭିଜାଯାଏ ଏବଂ ପ୍ରତିକ୍ରିୟାରୁ ବାହାରୁଥିବା ନିଁଆ ଲଗାଇଲେ ବିସ୍ଫୋରଣ ହୁଏ | ଏହି ବନ୍ଧୁକ ଦ୍ୱାରା କମ୍ ଧକ୍କା ଲାଗେ କିନ୍ତୁ ଏହାର ଡିଜାଇନ୍ ହେତୁ ଶବ୍ଦଟି ବହୁତ ଜୋରରେ ହୋଇଥାଏ | ଯାହାକୁ ଶୁଣି ଦୂରରେ ଥିବା ଗାଈଗୋରୁ ଭୟରେ ଆସିନଥାନ୍ତି |

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+